ETV Bharat / sukhibhava

ଶଯ୍ୟାତ୍ୟାଗ ପରେ ପାଣି ପିଇଲେ ଦୂର ହୁଏ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା

author img

By

Published : Mar 23, 2023, 3:54 PM IST

ପାଣି ଆମ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ବିଶେଷ କରି ଶଯ୍ୟାତ୍ୟାଗ ପରେ ପାଣି ପିଇଲେ କି କି ଉପକାରିତା ମିଳିଥାଏ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଶାରୀରିକ ସୁସ୍ଥତା ବଜାୟ ରଖିବା ପାଇଁ ପ୍ରଚୁର ପାଣି ପିଇବା ଆବଶ୍ୟକ । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସର୍ବଦା ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ଡିହାଇଡ୍ରେସନକୁ ଏଡାଇବା ପାଇଁ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଜଳ ଆବଶ୍ୟକ ହୁଏ । ପାନୀୟ ଜଳର ଉପକାରିତା ବିଷୟରେ ନିଶ୍ଚିତ ଭାବରେ ଅବଗତ ଥିବେ, କିନ୍ତୁ ଜାଣନ୍ତି କି ସକାଳେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ଅଭ୍ୟାସରେ କି କି ଉପକାରିତା ମିଳିଥାଏ, ଜାଣନ୍ତୁ

କିଡନୀ ଷ୍ଟୋନ୍ ଆଶଙ୍କା ହ୍ରାସପାଏ: ସକାଳେ ଶଯ୍ୟାତ୍ୟାଗ ପରେ ପ୍ରଥମେ ପାଣି ପିଇବା ଦ୍ୱାରା କିଡନୀ ଷ୍ଟୋନ୍‌ର ଆଶଙ୍କା କମିଯାଏ । ସକାଳେ ପାଣି ପିଇବା ଦ୍ୱାରା ପେଟରେ ହେଉଥିବା ଏସିଡିଟି ମଧ୍ୟ ଦୂର ହୋଇଥାଏ ।

ଡିହାଇଡ୍ରେସନ୍: ରାତିସାରା ଶୋଇବା ହେତୁ ଆମେ ଅନେକ ଘଣ୍ଟା ପାଇଁ ପାଣି ପିଇପାରି ନଥାନ୍ତି । ଗ୍ରୀଷ୍ମଦିନେ ଶୋଇଥିବା ସମୟରେ ଅନେକ ଲୋକଙ୍କର ଝାଳ ବୋହିଥାଏ । ଏହା ଶରୀରରେ ଜଳର ଅଭାବ ସୃଷ୍ଟି କରିପାରେ, ଯାହା ଡିହାଇଡ୍ରେସନ୍ କାରଣ ହୁଏ । ଏହି କାରଣରୁ ସକାଳେ ଉଠିବା ପରେ ପାଣି ପିଇବା ଦ୍ବାରା ଡିହାଇଡ୍ରେସନ୍ ସମସ୍ୟା ଦୂର ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:-40 ବର୍ଷ ପରେ ମହିଳାଙ୍କଠାରେ ଦେଖାଯାଏ ଏହି ସବୁ ଲକ୍ଷଣ, ଅଣଦେଖା କଲେ ଆସିପାରେ ବିପଦ

ବ୍ରେନ୍ ଫଗ୍ ଦୂର ହୁଏ: ଡିହାଇଡ୍ରେସନ୍ ହେତୁ ଅନେକ ଥର ମୁଣ୍ଡ ବୁଲାଇବା ଆରମ୍ଭ ହୁଏ ଏବଂ ବ୍ରେନ୍ ଫଗ୍ ମଧ୍ୟ ହୁଏ । ଏହାକୁ ଏଡାଇବା ପାଇଁ, ସକାଳେ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଆଯାଏ ।

ଦୁର୍ବଳ ଚର୍ମ: ଯଦି ଚର୍ମ ଦୁର୍ବଳ ହୋଇଯାଉଛି ତେବେ ସକାଳେ ଉଠିବା ପରେ ପ୍ରଥମେ ପାଣି ପିଅନ୍ତୁ । କାରଣ ଏହା ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରିଥାଏ । ଏହା ନୂତନ କୋଷ ଉତ୍ପାଦନ ବୃଦ୍ଧି କରି ଚର୍ମକୁ ଉଜ୍ବଳ କରିବାରେ ସହାୟକ ହେବ ।

ଉତ୍ତମ ରୋଗ ପ୍ରତିରୋଧକ ଶକ୍ତି: ସକାଳେ ପାଣି ପିଇବା ଦ୍ବାରା ପେଟରୁ ବିଷାକ୍ତ ପଦାର୍ଥ ନିଷ୍କାସନ ହେବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ଲିମ୍ଫାଟିକ୍ ସିଷ୍ଟମ ସନ୍ତୁଳିତ ହୁଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧିକରେ । ଏହା ବ୍ୟକ୍ତିକୁ ବାରମ୍ବାର ଅସୁସ୍ଥ ହେବାର ସମସ୍ୟାରୁ ମଧ୍ୟ ରକ୍ଷା କରିପାରିବ ।

ଓଜନ ହ୍ରାସ: ସକାଳୁ ଶଯ୍ୟାତ୍ୟାଗ କରିବା ମାତ୍ରେ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ଏବଂ ହଜମ ବୃଦ୍ଧି ହୋଇଥାଏ ଏବଂ ଓଜନ ହ୍ରାସ ହେବା ସହଜ ହୋଇଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.