ETV Bharat / sukhibhava

ଓ୍ବାଟର ଫାଷ୍ଟିଂ ଦ୍ବାରା ଶୀଘ୍ର ଓଜନ ହ୍ରାସ ହୋଇପାରେ କିନ୍ତୁ ଦୀର୍ଘସ୍ଥାୟୀ ନୁହେଁ: ରିସର୍ଚ୍ଚ - ଓ୍ବାଟର ଫାଷ୍ଟିଙ୍ଗ ଦ୍ବାରା ଶୀଘ୍ର ଓଜନ ହ୍ରାସ

ଓ୍ବାଟର ଫାଷ୍ଟିଙ୍ଗ ଦ୍ବାରା ଶୀଘ୍ର ଓଜନ ହ୍ରାସ ହୋଇପାରେ କିନ୍ତୁ ଦୀର୍ଘସ୍ଥାୟୀ ନୁହେଁ। ଏନେଇ ଏକ ରିସର୍ଚ୍ଚରେ ଖୁଲାସା କରାଯାଇଛି। ଅଧିକ ପଢନ୍ତୁ

water-fasting
water-fasting
author img

By

Published : Jul 4, 2023, 11:11 AM IST

ହାଇଦ୍ରାବାଦ: ଆପଣ ଶୀଘ୍ର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ଏକ ଅନୁସନ୍ଧାନ ଅନୁଯାୟୀ, ଓ୍ବାଟର ଫାଷ୍ଟିଂ ଆପଣଙ୍କୁ ସାହାଯ୍ୟ କରିପାରିବ । ଏଥିରେ ଲୋକମାନେ ଅନେକ ଦିନ ପାଣି ବ୍ୟତୀତ ଅନ୍ୟ କିଛି ପିଅନ୍ତି ନାହିଁ । କିନ୍ତୁ ଆପଣ ଏହାକୁ କେତେ ଦିନ କରିପାରିବେ ତାହା ସ୍ପଷ୍ଟ ହୋଇନାହିଁ । ଚିକାଗୋରେ ଥିବା ଇଲିନୋଇସ୍ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ଦର୍ଶାଇଛନ୍ତି ଯେ, ଜଳ ଉପବାସର ଅନେକ ଫାଇଦା ରହିଛି । ନିମ୍ନ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ମଧ୍ୟ ଠିକ ରହିଥାଏ । କିନ୍ତୁ ଏହା ଅଧିକ ଦିନ ସ୍ଥାୟୀ ରହିନଥାଏ । ଏହାର ଅର୍ଥ ଓଜନ କମ ହେବାର ଅଳ୍ପ ଦିନରେ ହିଁ ପୁଣି ଓଜନ ବଢ଼ି ଯାଇଥାଏ ।

କିନ୍ସୋଲୋଜି ଏବଂ ନ୍ୟୁଟ୍ରେସନ ପ୍ରଫେସର ଖ୍ରୀଷ୍ଟା ବରଡି କହିଛନ୍ତି, ଯେଉଁମାନେ ଜଳ ଉପବାସ କରନ୍ତି କିମ୍ବା ସେହିଭଳି କିଛି ଉପବାସ କରନ୍ତି, ସେହି କ୍ଷେତ୍ରରେ ଲୋକମାନେ ଦିନକୁ ବହୁତ କମ୍ କ୍ୟାଲୋରୀ ଖାଇଥାନ୍ତି । କିନ୍ତୁ କୌଣସି ପ୍ରତିକୂଳ ପ୍ରଭାବ ପଡିନଥାଏ। ଅନ୍ୟପଟେ ଇଣ୍ଟରମିଟେଟ ଫାଷ୍ଟିଂ ବିଶେଷଜ୍ଞ ଭର୍ଡି କହିଛନ୍ତି ଯେ, 'ମୁଁ ଭାବୁଛି ଆପଣ ଏହାକୁ ଚେଷ୍ଟା କରିପାରିବେ, ଏହା ଅତ୍ୟନ୍ତ ଉପଯୋଗୀ ଏବଂ ଏହା ଦ୍ବାରା ଅନେକ ଲାଭ ମିଳିଥାଏ ।'

ତେବେ ଡାକ୍ତରୀ ତଦାରଖ ବିନା ପାଞ୍ଚ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ଉପବାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଓ୍ବାଟର ଫାଷ୍ଟିଂକୁ ନେଇ 8ଟି ଅଧ୍ୟୟନ କରାଯାଇଛି । ୟୁରୋପରେ ବିଶେଷ ଭାବେ ଏକ ଉପବାସ ସମସ୍ତେ କରିଥାଆନ୍ତି । କେବଳ ଅଳ୍ପ ପରିମାଣର ରସ ଏବଂ ସୁପ୍ ଖାଇଥାଆନ୍ତି । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଉପବାସ ସ୍ୱଳ୍ପକାଳୀନ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନେ ପାଞ୍ଚ ଦିନ ଉପବାସ କରିଥିଲେ ସେମାନଙ୍କ ଓଜନ ପ୍ରାୟ 4ରୁ 6 ପ୍ରତିଶତ ହ୍ରାସ ପାଇଲା । ଅନ୍ୟପଟେ ଯେଉଁମାନେ 7ରୁ 10 ଦିନ ଉପବାସ କରିଥିଲେ ସେମାନେ ପ୍ରାୟ 2 ପ୍ରତିଶତରୁ 10 ପ୍ରତିଶତ ଲାଭ କରିଥିଲେ ଏବଂ ଯେଉଁମାନେ 15ରୁ 20 ଦିନ ଉପବାସ କରିଥିଲେ ସେମାନେ 7ରୁ 10 ପ୍ରତିଶତ ଓଜନ ହ୍ରାସ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:GOLO Diet: ଓଜନ କମ କରିବା ପାଇଁ ଆପଣାନ୍ତୁ ଗୋଲୋ ଡାଏଟ

ଅବଶ୍ୟ, ପାଞ୍ଚ ଦିନର ଜଳ ଉପବାସରେ ରହିଥିବା ବ୍ୟକ୍ତିମାନଙ୍କର ଓଜନ ତିନି ମାସ ମଧ୍ୟରେ ପୁଣି ବଢିଯାଇଥିଲା। କେତେକ ଅଧ୍ୟୟନରେ ଟାଇପ୍ 1 ଏବଂ ଟାଇପ୍ 2 ଡାଇବେଟିସ୍ ବ୍ୟକ୍ତିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। କହି ରଖୁଛୁ କି, ସେମାନଙ୍କୁ ତୀକ୍ଷ୍ଣ ନଜରରେ ରଖାଯାଇଥିଲା ଏବଂ ଉପବାସ ସମୟରେ ସେମାନଙ୍କର ଇନସୁଲିନ୍ ମାତ୍ରା ଠିକ୍ କରାଯାଇଥିଲା। ତେବେ ଉପବାସ କରିବା ଭିତରେ କୌଣସି ଗମ୍ଭୀର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନଥିଲେ ହେଁ ମୁଣ୍ଡବିନ୍ଧା, ଅନିଦ୍ରା ଭଳି ସମସ୍ୟା ଦେଖାଯାଇଥିଲା । ତେଣୁ କୁହାଯାଇଛି ଜଳ ଉପବାସ ଦ୍ବାରା ଶୀଘ୍ର ଓଜନ କମିଯାଇଥାଏ କିନ୍ତୁ ଓଜନ ଶୀଘ୍ର ବଢି ବି ଯାଇଥାଏ । ଜଳ ଉପବାସ ପରିବର୍ତ୍ତେ ମଝିରେ କିଛି ଦିନ ବ୍ୟବଧାନରେ ଉପବାସ କରିବାରେ ଲାଭଦାୟକ ହୋଇପାରେ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.