ETV Bharat / sukhibhava

ଭିଡିଓ ଗେମ୍ ଖେଳୁଥିବା ପିଲା ହୃଦଘାତର ଶିକାର ହୋଇପାରନ୍ତି !

author img

By

Published : Oct 11, 2022, 9:17 PM IST

ଭିଡିଓ ଗେମ୍ ପିଲାମାନଙ୍କଠାରେ ସାଂଘାତିକ ହୃଦ ସ୍ପନ୍ଦନ ଜନିତ ସମସ୍ୟା ସୃଷ୍ଟି କରିପାରେ(Video games may trigger potentially lethal heart rhythm problems in children) । ଅଧିକ ପଢନ୍ତୁ

ଭିଡିଓ ଗେମ୍ ଖେଳୁଥିବା ପିଲା ହୃଦଘାତର ଶିକାର ହୋଇପାରନ୍ତି !
ଭିଡିଓ ଗେମ୍ ଖେଳୁଥିବା ପିଲା ହୃଦଘାତର ଶିକାର ହୋଇପାରନ୍ତି !

ସିଡନୀ(ଅଷ୍ଟ୍ରେଲିଆ): ବର୍ତ୍ତମାନ ସମୟରେ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ବିପଦଜନକ ରୋଗ ଲକ୍ଷଣ ଦେଖାଯାଉଛି । ଏପରିକି କ୍ୟାନ୍ସର ଏବଂ ହୃଦଘାତ କାରଣରୁ ଛୋଟ ପିଲାଙ୍କର ଜୀବନ ମଧ୍ୟ ଚାଲିଯାଉଛି ! ଏହିପରିପ୍ରେକ୍ଷୀରେ ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଫଳାଫଳ ଚିନ୍ତାରେ ପକାଇବ ନିଶ୍ଚୟ । ଅଧ୍ୟୟନ ଅନୁଯାୟୀ, ଭିଡିଓ ଗେମ୍ ଖେଳୁଥିବା ପିଲାମାନଙ୍କର ହୃଦ ସ୍ପନ୍ଦନ ଜନିତ ସମସ୍ୟା ହୋଇପାରେ(Video games may trigger potentially lethal heart rhythm problems in children) ।

ଏପରିକି ଭିଡିଓ ଗେମ୍ ଖେଳୁଥିବା ପିଲାମାନଙ୍କର ହୃଦଘାତ୍‌ ମଧ୍ୟ ହୋଇପାରେ । ଅଷ୍ଟ୍ରେଲିଆର ହାର୍ଟ ସେଣ୍ଟର ଫର୍ ଚିଲ୍ଡ୍ରେନ୍ ପକ୍ଷରୁ ଏହି ଅଧ୍ୟୟନ କରାଯାଇଛି । ଅଧ୍ୟୟନର ମୁଖ୍ୟ ଲେଖକ Claire M. Lawleyଙ୍କ ସମେତ ଅନ୍ୟମାନେ ଅନୁସନ୍ଧାନରେ ଭାଗ ନେଇଥିଲେ । ଇଲେକ୍ଟ୍ରୋନିକ୍ ଗେମ୍ ଅର୍ଥାତ୍ ଭିଡିଓ ଗେମ୍ ଖେଳିବା ସମୟରେ ଚେତା ହରାଇବା ପିଲାମାନଙ୍କ ମଧ୍ୟରେ ଏକ ଅସାଧାରଣ ଘଟଣା, କିନ୍ତୁ ଏହି ସମସ୍ୟା ବିପଦ ସୃଷ୍ଟି କରିପାରେ ବୋଲି ଅଧ୍ୟୟନରୁ ଜଣାପଡିଛି । ଏପରି ସମସ୍ୟା ହୃଦଘାତର ପ୍ରାଥମିକ ଲକ୍ଷଣ ମଧ୍ୟ ହୋଇପାରେ ।

ଲୱେଲି କହିଛନ୍ତି, "ଭିଡିଓ ଗେମ୍ ଏରିଥମିକ୍(ହୃଦ ସ୍ପନ୍ଦନରରେ ଅନିୟମିତତାକୁ Arrhythmic କୁହାଯାଏ) ଅବସ୍ଥାରେ ଥିବା କିଛି ପିଲାଙ୍କ ପାଇଁ ଏକ ଗୁରୁତର ବିପଦକୁ ସୂଚାଏ । ଇଲେକ୍ଟ୍ରୋନିକ୍ ଗେମ୍ ଖେଳୁଥିବା ସମୟରେ ହଠାତ୍ ଚେତା ହରାଉଥିବା ପିଲାମାନଙ୍କୁ ତୁରନ୍ତ ହାର୍ଟ ବିଶେଷଜ୍ଞଙ୍କ ନିକଟକୁ ନେବା ଉଚିତ।" କାରଣ ଏହା ଏକ ଗୁରୁତର ହୃଦଘାତର ପ୍ରଥମ ସଙ୍କେତ ହୋଇପାରେ ବୋଲି ସେ କହିଛନ୍ତି ।

ଅଧ୍ୟୟନ କରୁଥିବା ଟିମ୍, କାହିଁକି ପିଲାମାନେ ଭିଡିଓ ଗେମ୍ ଖେଳିବା ସମୟରେ ହଠାତ୍ ଚେତା ହରାନ୍ତି ଜାଣିବା ପାଇଁ ଚେଷ୍ଟା କରିଥିଲେ । ସେମାନେ ଜାଣିବାକୁ ପାଇଲ ଯେ, ମଲ୍ଟିପ୍ଲେୟାର ୱାର୍ ଗେମ୍(multiplayer war gaming) ପିଲାମାନଙ୍କ କ୍ଷେତ୍ରରେ ଅଧିକ ଖେଳାଯାଉଛି । ଏହି କାରଣରୁ ହୃଦ୍‌ଘାତ ପରେ କିଛି ଶିଶୁଙ୍କର ମୃତ୍ୟୁ ମଧ୍ୟ ଘଟିଛି । ତେବେ ପିଲାମାନଙ୍କ ଠାରୁ ଏସବୁକୁ ଦୂରେଇ ରଖିବା ପାଇଁ ପରିବାର ସଦସ୍ୟ ଏବଂ ସ୍ବାସ୍ଥ୍ୟକର୍ମୀ ଯତ୍ନ ନେବା ଉଚିତ୍ ବୋଲି ଲୱେଲି ଚେତାଇ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.