ETV Bharat / sukhibhava

Vaccine Side Effect: ହୃଦୟ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ଟିକାର ଦ୍ବିତୀୟ ଡୋଜ୍‌ !

ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, କୋଭିଡ ଟିକାର ଦ୍ବିତୀୟ ଡୋଜ୍ ନେଇଥିବା ପୁରୁଷଙ୍କର ଗମ୍ଭୀର ହୃଦୟ ସମସ୍ୟା ଦେଖାଯାଉଛି(Cardiac problems or heart attack risk increasing after vaccination) ! ଅଧିକ ପଢନ୍ତୁ

author img

By

Published : Jan 11, 2023, 11:05 AM IST

Vaccination
Vaccination

ନୂଆଦିଲ୍ଲୀ: କୋଭିଡ-19 ଏକ ଏପରି ମହାମାରୀ, ଯାହା କେବଳ ସଂକ୍ରମଣ ସମୟରେ ଡରାଏନି, ଏଥିରୁ ସୁସ୍ଥ ହେବା ପରେ ମଧ୍ୟ ନାନା ପାର୍ଶ୍ବ ପ୍ରତିକ୍ରିୟାର ଭୟ ଥାଏ । ଏହି ମହାମାରୀ ଆସିବା ପରଠାରୁ ବୈଜ୍ଞାନିକମାନେ ଏହା ଉପରେ ବିଭିନ୍ନ ସମୟରେ ଅନୁସନ୍ଧାନ ଜାରି ରଖିଛନ୍ତି । ଏହାର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ନାନା ଆଶ୍ଚର୍ଯ୍ୟକର ତଥ୍ୟ ପୂର୍ବରୁ ପ୍ରକାଶ ପାଇଥିଲେ ମଧ୍ୟ ବର୍ତ୍ତମାନ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । କାରଣ କୋଭିଡ ମୁକାବିଲା ପାଇଁ ନିଆଯାଇଥିବା ଟିକାରେ ମଧ୍ୟ ନାନା ପାର୍ଶ୍ବ ପ୍ରତିକ୍ରିୟାର ସମ୍ମୁଖୀନ ହେବାର ଆଶଙ୍କା ଥିବା ସୂଚାଇଛନ୍ତି ବୈଜ୍ଞାନିକ(Covid-19 vaccine side effect) ।

ନିକଟରେ ହୋଇଥିବା କିଛି ଅନୁସନ୍ଧାନରୁ ଜଣାପଡିଛି ଯେ, ଟୀକାକରଣ କେତେକ ଲୋକଙ୍କଠାରେ ଅଧିକ କିମ୍ବା କମ୍ ପାର୍ଶ୍ୱ ପ୍ରତିକ୍ରିୟା କରିପାରେ । ଯେଉଁଥିରେ ହୃଦୟ ଉପରେ ପ୍ରଭାବ ପଡିବାର ଆଶଙ୍କା ମଧ୍ୟ ରହିଛି । ସିଡର-ସ୍ମିଡଟ୍ ସାଇନା ସ୍ଥିତ କାର୍ଡିଆକ୍ ଇନଷ୍ଟିଚ୍ୟୁଟ୍‌(Cardiac Institute at Cedars-Schmidt Sinai) ରେ ଅନୁସନ୍ଧାନକାରୀମାନେ ହୃଦଘାତ ଏବଂ COVID-19 ମଧ୍ୟରେ ଏକ ଲିଙ୍କ୍ ଥିବା ସ୍ପଷ୍ଟ କରିବା ସହିତ COVID-19 ଟିକା ମଧ୍ୟରେ ମଧ୍ୟ ସମ୍ବନ୍ଧ ଥିବା ଜାଣିବାକୁ ପାଇଛନ୍ତି(Cardiac problems or heart attack risk increasing after vaccination) । ଏହି ରିପୋର୍ଟ ନେଚର୍ କାର୍ଡିଓଭସ୍କୁଲାର୍ ରିସର୍ଚ୍ଚରେ ପ୍ରକାଶ ପାଇଛି ।

Vaccine
Vaccine

ଅନୁସନ୍ଧାନରୁ ଜଣାପଡିଛି ଯେ, COVID-19 ବିରୋଧରେ ଟୀକାକରଣ କରାଯାଇଥିବା ଅଳ୍ପ ସଂଖ୍ୟକ ରୋଗୀଙ୍କର ପୋଶ୍ଚୁରାଲ୍ ଅର୍ଥୋଷ୍ଟାଟିକ୍ ଟାଚିକାର୍ଡିଆ ସିଣ୍ଡ୍ରୋମ(Postural Orthostatic Tachycardia Syndrome, POTS) ହେବାର ସମ୍ଭାବନା ରହିଛି । POTS ଏକ ହୃଦୟ ସମ୍ବନ୍ଧୀୟ ରୋଗ, ଯାହା ବସିବା କିମ୍ବା ଠିଆ ହେବା ପରେ ହୃଦସ୍ପନ୍ଦନରେ ଏକ ଅସ୍ୱାଭାବିକ ବୃଦ୍ଧି ଘଟିଥାଏ, ଯାହାକୁ ପ୍ରଚଳିତ ଭାଷାରେ ଦମ୍‌ସମ୍ ଲାଗିବା ବୋଲି କୁହାଯାଏ ।

ଆମେରିକୀୟ କଲେଜ ଅଫ୍ କାର୍ଡିଓଲୋଜିର ଜର୍ଣ୍ଣାଲ୍ ପ୍ରକାଶ କରିଛି ଯେ, କୋଭିଡ୍ ଦ୍ବିତୀୟ ଡୋଜ୍ ପରେ ମାୟୋକାର୍ଡାଇଟିସ୍, ପେରିକାର୍ଡାଇଟିସ୍ କିମ୍ବା ମାୟୋପେରିକାର୍ଡାଇଟିସ୍ (Myocarditis, pericarditis, or myopericarditis) ହେବାର ଆଶଙ୍କା ଅଧିକ ଥାଏ । ଯଦିଓ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ସାମ୍ନାକୁ ଆସିନାହିଁ ତଥାପି ମହାମାରୀର ତିନି ବର୍ଷ ପରେ କିଛି ଟିକା ଏବଂ ସେଗୁଡିକର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ରିପୋର୍ଟରେ ଏହାମଧ୍ୟ ପ୍ରକାଶ ପାଇଛି ଯେ, କୋଭିଡ ଦ୍ବିତୀୟ ଡୋଜ୍ ପରେ ପୁରୁଷମାନଙ୍କଠାରେ ମାୟୋପେରିକାର୍ଡାଇଟିସ୍(ତୀବ୍ର ହୃଦଘାତ) ଏବଂ ମାୟୋକାର୍ଡାଇଟିସ୍ ରୋଗ ଅଧିକ ଦେଖାଦେଇଛି ।

ମେଟା-ଆନାଲିସିସ୍ କରିଥିବା 23ଟି ଅଧ୍ୟୟନରେ, 12 ରୁ 20 ବର୍ଷ ବୟସର 854 ଜଣ mRNA ଟିକା ନେଇଥିବା ଯୁବପିଢିଙ୍କୁ ନେଇ ଅନୁସନ୍ଧାନ କରାଯାଇଥିଲା । ଏଥିରୁ ଜଣାପଡିଲା ଯେ, ଦ୍ବିତୀୟ ଡୋଜ୍ ନେଇଥିବା ପୁରୁଷମାନଙ୍କଠାରେ ମାୟୋପେରିକାର୍ଡାଇଟିସ୍ ରୋଗ ଅଧିକ ରହିଛି, ତଥାପି ସାମଗ୍ରିକ ମାମଲା ବହୁତ କମ୍ । ସେହିପରି ଗତ ମାସରେ ଆମେରିକୀୟ କଲେଜ ଅଫ୍ କାର୍ଡିଓଲୋଜିର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମୋର୍ଡନ୍ ସ୍ପାଇକଭାକ୍ସ(Moderna Spikevax) କୋଭିଡ ଟିକାର ଦ୍ବିତୀୟ ଡୋଜ୍ ନେବା ପରେ ମଫୋକାର୍ଡ଼ାଇଟିସ୍, ପେରିକାର୍ଡାଇଟିସ୍ କିମ୍ବା ମାୟୋପେରିକାର୍ଡାଇଟିସ୍ ରୋଗ ଦୁଇରୁ ତିନି ଗୁଣା ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.