ETV Bharat / sukhibhava

ମଙ୍କିପକ୍ସ ବିରୁଦ୍ଧରେ ପ୍ରଭାବ ପକାଉଛି Jynneos vaccine: CDC - ମଙ୍କିପକ୍ସ ଟିକା ଉପରେ ସିଡିସି ତଥ୍ୟ

ଜିନ୍ନାସ୍ ଟିକା(Jynneos vaccine) ମଙ୍କିପକ୍ସ ଟିକା ପ୍ରଭାବ ପକାଉଥିବା ନେଇ ସୂଚନା ଦେଲା ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ (Centers for Disease Control and Prevention, CDC) । ଅଧିକ ପଢନ୍ତୁ

ମଙ୍କିପକ୍ସ ବିରୁଦ୍ଧରେ ପ୍ରଭାବ ପକାଉଛି Jynneos vaccine: CDC

author img

By

Published : Sep 30, 2022, 8:22 AM IST

ୱାଶିଂଟନ୍: ମଙ୍କିପକ୍ସରୁ ସୁରକ୍ଷା ଦେଉଛି ଭ୍ୟାକ୍ସିନ(Vaccine appears to protect against Monkeypox) । ଆମେରିକା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ମଙ୍କିପକ୍ସକୁ ମାତ୍ ଦେବାପାଇଁ ପ୍ରସ୍ତୁତ ହୋଇଥିବା ଟିକା ଜିନ୍ନାସ୍(Jynneos vaccine) ପ୍ରଭାବୀ ବୋଲି ଜଣାପଡିଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ଗୋଟିଏ ଡୋଜ୍ ଟିକା ନେଇଛନ୍ତି ସେମାନଙ୍କ ଠାରେ ମଙ୍କିପକ୍ସ ଗମ୍ଭୀରତା କମ୍ ଦେଖାଦେଉଛି । ସମ୍ପୂର୍ଣ୍ଣ ପ୍ରତିରୋଧ ପାଇଁ ସମ୍ପୂର୍ଣ୍ଣ ଡୋଜ୍ ଟିକା ଆବଶ୍ୟକତା ଥିବା ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।

ମୁଖ୍ୟତଃ ଯେଉଁ ପୁରୁଷମାନେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖି ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କ ଉପରେ Jynneos ଟିକା କେତେ ପ୍ରଭାବଶାଳୀ ତାହା ଜାଣିବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ନିର୍ଦ୍ଦେଶକ ରୋଚେଲ ୱାଲେନସ୍କି(Rochelle Walensky) କହିଛନ୍ତି, "ଏହି ନୂତନ ତଥ୍ୟ ଆମକୁ ଏକ ସଚେତନତା ସହ ଆଶାବାଦୀ କରାଇଛି, ଯାହା ଟିକାର ଉଦ୍ଦେଶ୍ୟ ଅନୁଯାୟୀ କାର୍ଯ୍ୟ କରୁଛି ।" ହ୍ବାଇଟ ହାଉସର ନ୍ୟାସନାଲ ମଙ୍କିପକ୍ସ ରେସପନ୍ସ ସଂଯୋଜକ ବୋବ ଫେଣ୍ଟନ କହିଛନ୍ତି ଯେ, ମଙ୍କିପକ୍ସ ସଂକ୍ରମଣିର ସର୍ବାଧିକ ଆଶଙ୍କା ଥିବା ବ୍ୟକ୍ତିଙ୍କୁ ପ୍ରାୟ 8 ଲକ୍ଷ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦିଆଯାଉଛି ।

ମଙ୍କିପକ୍ସ ବିରୁଦ୍ଧରେ ଜିନ୍ନାସ ଟିକାର ପ୍ରଭାବ ପକାଉଥିବା ନେଇ ବୈଜ୍ଞାନିକ ସ୍ତରରେ ପ୍ରମାଣିତ ହୋଇନାହିଁ । କିନ୍ତୁ ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ (Centers for Disease Control and Prevention, CDC)ର ଆକଳନରୁ ଜଣାପଡିଛି ଯେ, ଟୀକାକରଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା 18 ରୁ 49 ବର୍ଷ ବୟସ ବ୍ୟକ୍ତି ଯେଉଁମାନଙ୍କର ଟୀକାକରଣ ହୋଇନଥିଲା ସେମାନେ ଗୋଟିଏ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କ ତୁଳନାରେ 14 ଗୁଣା ମଙ୍କିପକ୍ସରେ ସଂକ୍ରମିତ ହେବାର ସମ୍ଭାବନା ଥିଲା । ଏହି ତଥ୍ୟ ଜୁଲାଇ 31 ରୁ ସେପ୍ଟେମ୍ବର 3 ମଧ୍ୟରେ ସଂକ୍ରମିତ ହୋଇଥିବା 32 ଟି ରାଜ୍ୟର ଲୋକଙ୍କୁ ନେଇ ଆକଳନ କରାଯାଇଛି ।

ତଥାପି, ୱାଲେନସ୍କି କହିଛନ୍ତି, ଲ୍ୟାବ ଅଧ୍ୟୟନରୁ ଜଣାପଡିଛି ଯେ, ଟୀକାକରଣର ଦ୍ବିତୀୟ ଡୋଜ୍ ପାଇବା ପରେ ଭାଇରସରୁ ସର୍ବାଧିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିଲା । ତେବେ ଆମେରିକାରେ ବିଶ୍ବର ଅନ୍ୟ ଦେଶ ତୁଳନାରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ । ବର୍ତ୍ତମାନ ପର୍ଯ୍ୟନ୍ତ 25,000 ରୁ ଅଧିକ ମାମଲା ଚିହ୍ନଟ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.