ETV Bharat / sukhibhava

ଆମେରିକା ରିସର୍ଚ୍ଚରଙ୍କ କମାଲ, କୋଭିଡ ମ୍ୟୁଟେସନ ଚିହ୍ନଟ କରିବାକୁ ବିକଶିତ କଲେ ନୂଆ ପଦ୍ଧତି

author img

By

Published : Sep 17, 2022, 9:42 AM IST

ଭବିଷ୍ୟତ SARS-CoV-2 ମ୍ୟୁଟେସନ ଚିହ୍ନଟ କରିବାର ମେଥଡ୍ ବିକଶିତ କଲେ ଆମେରିକା ରିସର୍ଚ୍ଚର(US researchers develop method to identify future SARS-CoV-2 mutations ) । ଅଧିକ ପଢନ୍ତୁ

SARS-CoV-2 ଭବିଷ୍ୟତ ମ୍ୟୁଟେସନ ଚିହ୍ନଟ କରିବାର ମେଥଡ୍ ବିକଶିତ କଲେ ଆମେରିକା ରିସର୍ଚ୍ଚର

ୱାଶିଂଟନ୍: ଭବିଷ୍ୟତ SARS-CoV-2 ମ୍ୟୁଟେସନ ଚିହ୍ନଟ କରିବାର ମେଥଡ୍ ବିକଶିତ କଲେ ଆମେରିକା ରିସର୍ଚ୍ଚର(US researchers develop method to identify future SARS-CoV-2 mutations ) । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍(NIH) ଅନୁଯାୟୀ, SARS-CoV-2 ର ଭବିଷ୍ୟତ ପ୍ରକାର କିପରି ରାପିଡ ଆଣ୍ଟିଜେନ୍ ପରୀକ୍ଷଣରେ ବ୍ୟବହୃତ ଆଣ୍ଟିବଡି ଉପରେ ପ୍ରଭାବ ପକାଇପାରେ ତା'ର ମୂଲ୍ୟାଙ୍କନ କରିବାକୁ ଏକ ପଦ୍ଧତି ପ୍ରସ୍ତୁତ କରିଛନ୍ତି ଆମେରିକା ଅନୁସନ୍ଧାନକାରୀ ।

SARS-CoV-2 ଭୂତାଣୁର ନୂତନ ଭାରିଆଣ୍ଟ ସୃଷ୍ଟି ହେଉଥିବାରୁ ରାପିଡ ଆଣ୍ଟିଜେନ୍ ଟେଷ୍ଟର କାର୍ଯ୍ୟଦକ୍ଷତା ଉପରେ ଚିନ୍ତା ବଢିଛି ବୋଲି NIH କହିଛି । NIH ଦ୍ବାରା ଆର୍ଥିକ ଅନୁଦାନ ପ୍ରାପ୍ତ ଅନୁସନ୍ଧାନକାରୀ ଟିମ୍ ଦର୍ଶାଇଛନ୍ତି ଯେ, ବ୍ୟବସାୟିକ ଭାବରେ ଉପଲବ୍ଧ ରାପିଡ ଆଣ୍ଟିଜେନ୍ ଟେଷ୍ଟ ଅତୀତର ଏବଂ ବର୍ତ୍ତମାନର ଭାରିଆଣ୍ଟକୁ ଚିହ୍ନଟ କରେ ।

ଯେହେତୁ ଅଧିକାଂଶ ରାପିଡ ଆଣ୍ଟିଜେନ୍ ପରୀକ୍ଷଣ SARS-CoV-2 ନ୍ୟୁକ୍ଲିଓକାପସିଡ୍ ପ୍ରୋଟିନ୍ କିମ୍ବା N ପ୍ରୋଟିନ୍ ଚିହ୍ନଟ କରେ, ତେଣୁ ଟିମ୍ N ପ୍ରୋଟିନରେ ପରିବର୍ତ୍ତନ କିପରି ଡାଇଗ୍ନୋଷ୍ଟିକ୍ ଆଣ୍ଟିବଡିଗୁଡିକର ଲକ୍ଷ୍ୟକୁ ଚିହ୍ନଟ କରେ ସେ ଉପରେ ଆକଳନ କରିଛି ।

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋମେଟିକାଲ୍ ଇମେଜିଙ୍ଗ ଏବଂ ବାୟୋଇଞ୍ଜିନିୟରିଂର ନିର୍ଦ୍ଦେଶକ ବ୍ରୁସ୍ ଜେ ଟ୍ରୋମବର୍ଗ କହିଛନ୍ତି, ରାପିଡ ଆଣ୍ଟିଜେନ୍ ଟେଷ୍ଟ Covid19 ସଂକ୍ରମଣ, ଭୟାବହତା ଏବଂ ଗମ୍ଭୀରତାକୁ ହ୍ରାସ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଏବଂ ଏହା ନିଶ୍ଚିତ ହେବା ଜରୁରୀ ଯେ, ଏହି ପରୀକ୍ଷଣଗୁଡିକ SARS-CoV-2 ଭୂତାଣୁ ଚିହ୍ନଟ କରିପାରିବ । ଭବିଷ୍ୟତର କୋଭିଡ ମ୍ୟୁଟାଣ୍ଟ ଚିହ୍ନଟ କ୍ଷେତ୍ରରେ ଏହି ଅଧ୍ୟୟନର ତଥ୍ୟ ଆଗାମୀ ବର୍ଷ ପାଇଁ ଉପଯୋଗୀ ହେବ ବୋଲି ବ୍ରୁସ ଜେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.