ମେଲ୍ ଇନଫର୍ଟିଲିଟି ବା ପୁରୁଷ ବାଂଝପଣ ଅନେକଙ୍କ ପାଇଁ ହୁଏ ତ ଏକ ଅଜଣା ଶବ୍ଦ । କିନ୍ତୁ ଏହା ଯେ ଏକ ସାଧାରଣ ମେଡିକାଲ କଂଡିସନ, ତାହା ଆଜି ବି ସମାଜରେ ଅଧିକାଂଶ ଗ୍ରହଣ କରିପାରନ୍ତି ନାହିଁ । କିନ୍ତୁ ଏ ପ୍ରସଙ୍ଗ ଉପରେ ସ୍ୱାଭାବିକ ଆଲୋଚନା ହେବା ସହ ଲୋକଙ୍କ ସଚେତନ କରିବା ବି ଜରୁରୀ । କ୍ଷମତା ଥିଲେ ବି ମହିଳାମାନେ ଯଦି ଗର୍ଭଧାରଣ କରିବାରେ ଯଦି ବିଫଳ ହୁଅନ୍ତି, ଏଥିପାଇଁ ପୁରୁଷମାନେ ବି ଦାୟୀ । ଏ କଥା ସମାଜ ବୁଝିବା ଦରକାର । ତେବେ ଏହି ପୁରୁଷ ବାଂଝପଣ ପାଇଁ ସଠିକ ସମୟରେ ଚିକିତ୍ସା ବି କରାଯାଇପାରିବ ।
ଏ ବିଷୟରେ ଡକ୍ଟର ରାହୁଲ ରେଡ୍ଡି କହନ୍ତି ଯେ, ପୁରୁଣା ଦିନ ଅପେକ୍ଷା ପରିବାରଗୁଡିକ ଆଜିକାଲି ଏ ବିଷୟରେ ଅଧିକ ସଚେତନ ହେଲେଣି ବୋଲି ଧାରଣା ସୃଷ୍ଟି ହୋଇଛି । କିନ୍ତୁ ପ୍ରକୃତରେ କିଛି ପରିବର୍ତନ ହୋଇନାହିଁ । ସେ କହନ୍ତି ଯେ, ସହରାଂଚଳର ଲୋକେ ଏଭଳି ମେଡିକାଲ କଣ୍ଡିସନକୁ ଗ୍ରହଣ କରିବାରେ କୁଣ୍ଠାବୋଧ କରନ୍ତି ନାହିଁ । ଏଥିପାଇଁ ସେମାନେ ପେଷାଦାର ସହାୟତା ଲୋଡିବାକୁ ଲଜ୍ଜା କରନ୍ତି ନାହିଁ । କିନ୍ତୁ ଏଭଳି ଲୋକଙ୍କ ସଂଖ୍ୟା ଏବେ ବି ବହୁତ କମ୍ । ଏହି ମେଲ୍ ଇନଫର୍ଟିଲିଟି ହେଉଛି ଏକ ମେଡିକାଲ କଣ୍ଡିସନ । ଏହାର ମୁଖ୍ୟ କାରଣ ହେଲା ଆଜୋସ୍ପୋର୍ମିଆ, ଯାହା କି ନିଲ୍ ସ୍ପର୍ମ ବା ଶୂନ ଶୁକ୍ରାଣୁ ସ୍ଥିତିକୁ ବୁଝାଇଥାଏ । ଏହି ସ୍ଥିତି ଯୋଗୁଁ ସିମନରେ ସ୍ପର୍ମ ପ୍ରାୟତଃ ନ ଥାଏ ।
ଭିନ୍ନ ଭିନ୍ନ ଆଜୋସ୍ପୋର୍ମିଆ ଡାକ୍ତରମାନଙ୍କ ମତରେ ଦୁଇ ପ୍ରକାର ଆଜୋସ୍ପର୍ମିଆ ଦେଖାଯାଏ । ଗୋଟିଏ ହେଲା ଅବଷ୍ଟ୍ରକଟିଭ୍ ଓ ଅନ୍ୟଟି ହେଲା ନନ୍ ଅବଷ୍ଟ୍ରକଟିଭ୍ । ଅବଷ୍ଟ୍ରକଟିଭ୍ ଆଜୋସ୍ପର୍ମିଆ : ଏହା ହେଉଛି ଏପରି ଏକ ମେଡିକାଲ ସ୍ଥିତି, ଯେଉଁଥିରେ ପୁରୁଷର ଶୁକ୍ରାଣୁ ଉତ୍ପତି ତ ହୁଏ, କିନ୍ତୁ ଏହା ଅବରୋଧ ହୋଇଯାଏ । ଏହାର ଅର୍ଥ ହେଲା ଯେ, ଶୁକ୍ରାଣୁର ବହିର୍ଗମନ ପାଇଁ କୌଣସି ବାଟ ନଥାଏ । ଫଳସ୍ୱରୂପ ଏହା ସିମନକୁ ଯାଇପାରେ ନାହିଁ ।
ନନ୍- ଅବଷ୍ଟ୍ରକଟିଭ ଆଜୋସ୍ପର୍ମିଆ: ଏହି ସ୍ଥିତିରେ ଶୁକ୍ରାଣୁ ସଂଖ୍ୟା ଅତି ନଗଣ୍ୟ ବା ଜମାରୁ ନ ଥାଏ । ଅଣ୍ଡକୋଷରେ କୌଣସି ଅସୁବିଧା ବା ଅନ୍ୟ କୌଣସି କାରଣରୁ ଏଭଳି ସ୍ଥିତି ହୁଏ । ଉଭୟ ଅବଷ୍ଟ୍ରକଟିଭ୍ ଓ ନନ୍ ଅବଷ୍ଟ୍ରକଟିଭ ଆଜୋସ୍ପର୍ମିଆ ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ସ୍ଥିତି ଅଧିକ ନ ବିଗିଡିବା ପାଇଁ ତୁରନ୍ତ ମେଡିକାଲ ସହାୟତା ନେବା ଜରୁରୀ ବୋଲି ଡକ୍ଟର ରାହୁଲ ରେଡ୍ଡୀ କହନ୍ତି । ସାଧାରଣତଃ ଯଦି ଶରୀରର କୌଣସି ଅଂଗ ବା ଅଂଶରେ ସମସ୍ୟା ସୃଷ୍ଟି ହେଲେ ବ୍ୟକ୍ତି ଯନ୍ତ୍ରଣା ଅନୁଭବ କରିଥାଏ । କିନ୍ତୁ ଆଜୋସ୍ପର୍ମିଆ କ୍ଷେତ୍ରରେ ଏଭଳି ଘଟେ ନାହିଁ । ବିଶେଷ କରି ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟକ୍ତି କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ କରେ ନାହିଁ । ତେଣୁ ଯଦି ଦରକାର ହୁଏ,ତାହା ହେଲେ ବିବାହ ପୂର୍ବରୁ ବ୍ୟକ୍ତି ଡାକ୍ତରଙ୍କ ସହ ପରାମର୍ଶ କରି ଚେକଅପ୍ କରିବା ସହ ଚିକିତ୍ସା କରିବା ଦରକାର ବୋଲି ଡକ୍ଟର ରେଡ୍ଡୀ କହନ୍ତି ।
ଆଜୋସ୍ପର୍ମିଆର କାରଣ
ବିଭିନ୍ନ ପରିସ୍ଥିତି ଓ ଜୀବନଶୈଳୀ ଆଜୋସ୍ପର୍ମିଆର କାରଣ ହୋଇଥାଏ । ଏହାଛଡା ଏହା ବଂଶାନୁକ୍ରମିକ ବି ହୋଇଥାଏ ।
ଆଜୋସ୍ପର୍ମିଆର କିଛି କାରଣ :
. ଅତ୍ୟଧିକ ମଦ୍ୟପାନ, ଧୂମପାନ ଓ ରିକ୍ରିଏସନାଲ ଡ୍ରଗ୍ସ ସେବନ
. ପୂର୍ବର ସଂକ୍ରମଣ
. ପେଲଭିକ୍ ଏରିଆରେ ପୂର୍ବର କୌଣସି ସର୍ଜରୀ
. ଭାସ୍କେଟୋମି
. ହରମୋନ ଅସନ୍ତୁଳନ
. ସିଷ୍ଟ୍ ଗଠନ
. ରାଡିଏସନ ଟ୍ରିଟମେଂଟ୍ ବା କେମୋଥେରାପି ଆଉ କିଛି କାରଣରୁ ବି ଆଜୋସ୍ପର୍ମିଆ ସୃଷ୍ଟି ହୁଏ । ଏହା ବଂଶାନୁକ୍ରମିକ ବି ହୋଇଥାଏ ।ଏହାଛଡା ପିଲାବେଳେ ଅଣ୍ଡକୋଷ କୌମସି ଦୁଘ ର୍ଟଣାବଶତଃ ଆଘାତପ୍ରାପ୍ତ ଓ ଏକପାଖିଆ ହୋଇଥିଲେ ମଧ୍ୟ ପରବର୍ତୀ ଅବସ୍ଥାରେ ଏହା ଜଟିଳ ହୋଇ ଆଜୋସ୍ପର୍ମିଆର କାରଣ ହୋଇଥାଏ । ଆପଣ ଟକ୍ସିନ ବା ମେଟାଲ୍ ଯୁକ୍ତ ପରିବେଶର ସମ୍ମୁଖୀନ ହେଲେ ମଧ୍ୟ ତାହା ଆଜୋସ୍ପର୍ମିଆର କାରଣ ପାଲଟିଥାଏ ।
ଲକ୍ଷଣ : କିଛି ନିର୍ଦ୍ଦିଷ୍ଟ ଲକ୍ଷଣ ପ୍ରକାଶ ପାଇଲେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ । ସେ ସବୁ ଲକ୍ଷଣ ହେଲା –
. କମ୍ ପରିମାଣରେ ସିମନ ସ୍ଖଳନ
. ଇରେକଟାଇଲ୍ ଡିସଫଙ୍କସନ୍
. କମ୍ ଯୈାନ ଇଚ୍ଛା
. ଲଗାତର କ୍ଲାନ୍ତି
ଉପରୋକ୍ତ ଲକ୍ଷଣ ଦେଖାଦେଲେ ଆଜୋସ୍ପର୍ମିଆ ହୋଇଛି ବୋଲି ଜଣାପଡେ । ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।