ETV Bharat / sukhibhava

Under-eye care: କଳା ଦାଗ ହଟାଇବା ପାଇଁ କିପରି ନେବେ ଯତ୍ନ

author img

By

Published : Jan 31, 2022, 3:28 PM IST

ଆଖି ତଳ କଳା ଦାଗ ସୌନ୍ଦର୍ଯ୍ୟକୁ କମାଇବା ସହିତ ଅନେକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ । କିନ୍ତୁ ଯୌବନ ଅବସ୍ଥାରେ ଆଖି ତଳ କଳାପଡିଲେ ଏହା ଯୁବକ ଯୁବତୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ ଏବଂ ସେମାନେ ବୟସ୍କ ଦେଖାଯାଇଥାନ୍ତି । ତେବେ ଏଭଳି ସମସ୍ୟାରୁ ବର୍ତ୍ତିବା ପାଇଁ ଏହାର ଯତ୍ନ ନେବା ଆବଶ୍ୟକ । ଅଧିକ ପଢନ୍ତୁ

Under-eye care: କଳା ଦାଗ ହଟାଇବା ପାଇଁ କିପରି ନେବେ ଯତ୍ନ
Under-eye care: କଳା ଦାଗ ହଟାଇବା ପାଇଁ କିପରି ନେବେ ଯତ୍ନ

ହାଇଦ୍ରାବାଦ: ଆଖି ତଳ କଳା ପଡ଼ିବାର ଅନେକ କାରଣ ରହିଥାଏ । ବ୍ୟୁଟି ପ୍ରଡକ୍ଟ ତିଆରି କରୁଥିବା ଏକ କମ୍ପାନୀର ସହପ୍ରତିଷ୍ଠାତା ହ୍ୟାରି ଶେହରାୱତଙ୍କ ଅନୁସାରେ ଆଖି ତଳର ଚର୍ମ ଅତ୍ୟନ୍ତ ପତଳା ହୋଇଥିବାରୁ ଏହା ଖୁବଶୀଘ୍ର କଳା ପଡ଼ିଯାଏ । ଆଖି ତଳକୁ ଭଲ ଭାବେ ରକ୍ତ ସଞ୍ଚାଳନ ନ କଲେ କିମ୍ବା ଭିଟାମିନ Cର ଅଭାବ ଯୋଗୁଁ ଏପରି ହୋଇଥାଏ । ଏହାସହ ଅଧିକ ସମୟ କମ୍ପ୍ୟୁଟର କିମ୍ବା ମୋବାଇଲର ଆଲୋକ ଆଖି ଉପରେ ପଡିବା ଏହାର ମୁଖ୍ୟ କାରଣ ରହିଥାଏ, ଯାହାକୁ ବୃଦ୍ଧି କରାଇଛି କୋଭିଡ଼ ମହାମାରୀ । ଆଖିତଳ କଳା ପଡିଲେ ଏହା ସୌନ୍ଦର୍ଯ୍ୟକୁ ମଧ୍ୟ କ୍ଷୁର୍ଣ୍ଣ କରିଥାଏ । ତେବେ ଏଥରୁ ବର୍ତ୍ତିବାର ଉପାୟ ଜାଣିବା ବର୍ତ୍ତମାନ ସମୟରେ ଅଧିକ ଆବଶ୍ୟକ ହୋଇପଡ଼ିଛି ।

କଳା ଦାଗ ହଟାଇବା ପାଇଁ ଉପଯୋଗୀ କାକୁଡି
କଳା ଦାଗ ହଟାଇବା ପାଇଁ ଉପଯୋଗୀ କାକୁଡି

ଉଜ୍ଜ୍ବଳ ତ୍ବଚା ପାଇଁ କ୍ରିମ୍ ବ୍ୟବହାର କରନ୍ତୁ:-

ଆଖି ତଳେ ଥିବା ଚର୍ମ ସବୁଠାରୁ ପତଳା ହୋଇଥିବାରୁ ଏହା କୋମଳ ଚିକିତ୍ସା ଆବଶ୍ୟକ କରେ । ଭିଟାମିନ୍ ସି, ରେଟିନଏଡ୍ ଏବଂ ହାୟାଲୁରୋନିକ୍ ଏସିଡରେ ଭରପୂର ଥିବା କ୍ରିମ୍ ଆଖି ତଳେ ଥିବା କଳା ରଙ୍ଗର ଦାଗକୁ ହ୍ରାସ କରିବାରେ ଲାଭଦାୟକ ହୋଇଥାଏ । ଆଖି ତଳ ପାଇଁ ରହିଥିବା କ୍ରିମ୍ ସୂକ୍ଷ୍ମ ରେଖା, କଳା ଦାଗ ଏବଂ ଆଖି ତଳ ଫୁଲିବା ଆଦିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି କ୍ରିମ ବ୍ୟବହାର କରିବା ପରେ ମାତ୍ର 3ରୁ 6 ସପ୍ତାହ ମଧ୍ୟରେ ଏକ ଦୃଶ୍ୟମାନ ପାର୍ଥକ୍ୟ ଦେଖିବାକୁ ମିଳେ । କ୍ରିମ୍ ବାଛିବା ପୂର୍ବରୁ ସର୍ବଦା ଚର୍ମ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ କାରଣ କେତେକ ଉତ୍ପାଦ ବିଭିନ୍ନ ଚର୍ମର ପ୍ରକାର ସହିତ ଭିନ୍ନ ଆଚରଣ କରିପାରନ୍ତି ।

ଥଣ୍ଡା କପଡ଼ା ଆଖି ଉପରେ ରଖନ୍ତୁ:-

ଆଖି ଉପରେ ହାଲକା କରି ଥଣ୍ଡା କପଡ଼ାରେ ପ୍ରେସ କରନ୍ତୁ । ଏପରି କରିବା ଦ୍ବାରା ଆଖି ତଳର ଫୁଲା କମିଥାଏ । ଆଖି ତଳେ ରକ୍ତ ସଞ୍ଚାଳନ ଭଲ କରିବା ପାଇଁ ଏକ ଥଣ୍ଡା ଜେଡ଼ ରୋଲର୍ କିମ୍ବା ବରଫ କ୍ୟୁବକୁ ପ୍ରାୟ 20 ମିନିଟ୍ ପାଇଁ ଆଖି ତଳେ ଚଲାନ୍ତୁ । ଥଣ୍ଡା ପାଣିରେ ସଫା କପଡ଼ାକୁ ଭିଜାଇ 20 ମିନିଟ୍ ପାଇଁ ଆଖି ତଳେ ରଖିବା ଲାଭଦାୟକ ହୋଇଥାଏ । ଯଦି କପଡା ଗରମ ହୋଇଯାଏ ତେବେ ଏହି ପ୍ରକ୍ରିୟାର ପୁନରାବୃତ୍ତି କରନ୍ତୁ ।

ଟି ବ୍ୟାଗର ବ୍ୟବହାର:-

କଳା ଦାଗକୁ ହଟାଇବା ପାଇଁ ଆଖି ତଳେ ଥଣ୍ଡା ଟି ବ୍ୟାଗ ରଖନ୍ତୁ । ଚା'ରେ କେଫିନ ରହିଥାଏ । ଏହା ଆଣ୍ଟି-ଅକ୍ସିଡାଣ୍ଟ ହୋଇଥିବାରୁ ରକ୍ତ ସଞ୍ଚାଳନକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏହାସହିତ ଚର୍ମ କୋମଳ ମଧ୍ୟ ରହିଥାଏ । ପ୍ରଥମେ ଗ୍ରୀନ କିମ୍ବା ବ୍ଲାକ୍‌ ଟି ବ୍ୟାଗକୁ ଗରମ ପାଣିରେ ଭିଜାଇବା ଆବଶ୍ୟକ । ଏହାପରେ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ଫ୍ରିଜରେ ରଖନ୍ତୁ । ଏହି ଟି ବ୍ୟାଗକୁ ୧୦ରୁ ୨୦ ମିନିଟ ପର୍ଯ୍ୟନ୍ତ ଆଖି ବନ୍ଦ କରି ଏହା ଉପରେ ରଖନ୍ତୁ । କିଛି ସମୟ ପରେ ଥଣ୍ଡା ପାଣିରେ ଆଖିକୁ ଧୋଇ ନିଅନ୍ତୁ । ଏହାର ପ୍ରଭାବ ଅଧିକ ସମୟ ରହିବା ପାଇଁ ୧୦ ମିନିଟ ପର୍ଯ୍ୟନ୍ତ ଆଖିକୁ ବନ୍ଦ କରି ରଖନ୍ତୁ ।

କାକୁଡ଼ି ବ୍ୟବହାର କରନ୍ତୁ:-

କାକୁଡିକୁ କାଟି ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ଆଖି ଉପରେ ରଖନ୍ତୁ । ଏହା ଥଣ୍ଡା ଥିବା ଯୋଗୁଁ ଆଖି ତଳର କଳା ଦାଗକୁ ହଟାଇବାରେ ସାହାଯ୍ୟ କରିଥାଏ । ଏହାସହିତ ଆଖି ଫୁଲାକୁ ମଧ୍ୟ କମାଇଥାଏ । କାକୁଡ଼ିରେ ଭିଟାମିନ ଏ, ସି, ଇ ଓ କେ ରହୁଥିବାରୁ ଆଖି ତଳର କଳା ଦାଗ ହଟାଇବାରେ ଏହା ସାହାଯ୍ୟ କରିଥାଏ ।

ଅଧିକ ସମୟ ଶୁଅନ୍ତୁ:-

କଳା ଦାଗକୁ ହଟାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ବିଶ୍ରାମ ଆବଶ୍ୟକ ହୋଇଥାଏ । ପର୍ଯ୍ୟାପ୍ତ ପରିମାଣରେ ନ ଶୋଇଲେ ଆଖି କ୍ଳାନ୍ତ ଦେଖାଯାଇଥାଏ । ଏଥିରୁ ବର୍ତ୍ତିବା ପାଇଁ ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ । ଏହାସହିତ ସୁସ୍ଥ ଖାଦ୍ୟ ଖାଇବା ସହିତ ପ୍ରଚୁର ପାଣି ପିଇବା ଆବଶ୍ୟକ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.