ହାଇଦ୍ରାବାଦ: ହଳଦୀ ଆମ ରୋଷେଇ ଘରେ ସବୁବେଳେ ଉପଲବ୍ଧ ରହିଥାଏ । ଏହାକୁ କେବଳ ରୋଷେଇ ସାମଗ୍ରୀ ନୁହେଁ, ବରଂ ଆୟୁର୍ବେଦରେ ଏହା ଏକ ଶକ୍ତିଶାଳୀ ଔଷଧ ଭାବରେ ବ୍ୟବହୃତ ହୁଏ । ଏହା କେବଳ ଆମ ଖାଦ୍ୟର ରଙ୍ଗ ଏବଂ ଗୁଣ ବଢାଏ ନାହିଁ, ବରଂ ଏହାକୁ ବିବାହ ଓ ପୂଜାରେ ମଧ୍ୟ ଆବଶ୍ୟକ ବୋଲି ବିବେଚନା କରାଯାଏ । ହଳଦୀ ଏକ ଶକ୍ତିଶାଳୀ ଔଷଧ ଭାବରେ ବିବେଚନା କରାଯାଏ, କିନ୍ତୁ ଆପଣ ଜାଣନ୍ତି କି ମସଲା ଭାବରେ ବ୍ୟବହୃତ ହଳଦୀ ଅନ୍ୟ କିଛି ପ୍ରଜାତିର ମଧ୍ୟ ରହିଛି ! ଏହାର ରଙ୍ଗ ମଧ୍ୟ ଭିନ୍ନ ହୋଇଥାଏ ।
![କଳା ହଳଦୀ (Black turmeric)](https://etvbharatimages.akamaized.net/etvbharat/prod-images/15860395_two.jpg)
ହଳଦୀର ଉପକାର ଏବଂ ବ୍ୟବହାର କେବଳ ଏହା ମଧ୍ୟରେ ସୀମିତ ନୁହେଁ । ସ୍ବାସ୍ଥ୍ୟର ଉନ୍ନତି ତଥା ଶରୀରକୁ ସୁସ୍ଥ ରଖିବାରେ ଏହା ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ । କେବଳ ଏହାର ବ୍ୟବହାର ନୁହେଁ ଏହାର ଲେପ ପ୍ରୟୋଗ (Paste application) ମଧ୍ୟ ଅନେକ ସମସ୍ୟାକୁ ରୋକିପାରେ । କିନ୍ତୁ ଆପଣ ଜାଣନ୍ତି କି ମସଲା ହାଣ୍ଡିର ଏହି ହଳଦୀ ଅନେକ ପ୍ରକାରର (Types of turmeric) ରହିଛି, ଯାହା ସ୍ବାସ୍ଥ୍ୟ ତଥା ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବ୍ୟବହୃତ ହୁଏ ।
![ଧଳା ହଳଦୀ (White turmeric)](https://etvbharatimages.akamaized.net/etvbharat/prod-images/15860395_one.jpg)
ହଳଦୀର ପ୍ରକାର ଭେଦ:-
ବେଙ୍ଗାଲୁରୁର ଚିକିତ୍ସକ ତଥା ପରାମର୍ଶଦାତା ଡକ୍ଟର ଭେଙ୍କଟା ଏସ୍ ରାଓ କହିଛନ୍ତି ଯେ ସାଧାରଣ ହଳଦିଆ ରଙ୍ଗର ହଳଦୀର ଅନ୍ୟ ପ୍ରଜାତି ରହିଛି । ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ସମସ୍ତ ପ୍ରଜାତିର ହଳଦୀରେ ଆଣ୍ଟିସେପ୍ଟିକ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ସହିତ ଅନେକ ଗୁଣ ଏବଂ ପୋଷକ ତତ୍ତ୍ବ ରହିଛି । ଯଦିଓ ଅନେକ ପ୍ରଜାତିର ହଳଦୀ ମିଳିଥାଏ, କିନ୍ତୁ ଏହାର ୪ଟି ପ୍ରଜାତି ଯାହାକି ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ କରାଯାଇଛି ।
- ହଳଦିଆ ରଙ୍ଗର ହଳଦୀ (Yellow turmeric)
- କଳା ହଳଦୀ (Black turmeric)
- କସ୍ତୁରୀ ହଳଦୀ (Wild/Musk Turmeric)
- ଧଳା ହଳଦୀ (White turmeric)
ହଳଦୀର ସ୍ବାସ୍ଥ୍ୟ ଉପଯୋଗୀ ଗୁଣ:-
ଡକ୍ଟର ଭେଙ୍କଟା ଏସ ରାଓ କହିଛନ୍ତି ଯେ କୋରୋନା ସମୟରେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ହଳଦୀର ଗୁରୁତ୍ବ ବଢିଛି । ଏହାର ଗୁଣ ଏବଂ ଉପକାରିତା ବିଷୟରେ ଲୋକଙ୍କ ମଧ୍ୟରେ ଅନେକ ସଚେତନତା ସୃଷ୍ଟି ହୋଇଛି । ହଳଦୀ ଖାଇବା କେବଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ, ବରଂ ଅନେକ ଗମ୍ଭୀର ଓ ମାରାତ୍ମକ ରୋଗକୁ ମଧ୍ୟ ରୋକିବାରେ ସହାୟକ ହୁଏ ।