ETV Bharat / sukhibhava

ଟାଇପ-2 ମଧୁମେହ ରୋଗୀଙ୍କୁ କ୍ୟାନ୍ସର ହେବାର ଆଶଙ୍କା ଅଧିକା, ରିସର୍ଚ୍ଚରେ ଖୁଲାସା - ଏଣ୍ଡୋମେଟ୍ରିଆଲ୍ କର୍କଟ

ଟାଇପ-2 ମଧୁମେହ ରୋଗୀଙ୍କୁ କ୍ୟାନ୍ସର ହେବାର ଆଶଙ୍କା ଅଧିକା ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ମହିଳାଙ୍କୁ ଅଧିକ ସଚେତନ ରହିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

Type 2 Diabetes May Raise Your Risk of Endometrial Cancer

author img

By

Published : Aug 18, 2023, 4:11 PM IST

ହାଇଦ୍ରାବାଦ: ଟାଇପ୍-୨ ମଧୁମେହ ବିଶ୍ୱବ୍ୟାପୀ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ବିଶ୍ବର ପ୍ରାୟ 529 ମିଲିୟନ (ପ୍ରାୟ 53 କୋଟି) ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୈଜ୍ଞାନିକ । ଏହି ହାରରେ ଯଦି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଏ ତାହେଲେ 2050 ସୁଦ୍ଧା 1.3 ବିଲିୟନ ଅର୍ଥାତ 130 କୋଟିରୁ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

ମଧୁମେହ ଏକ ଗମ୍ଭୀର ରୋଗ ହୋଇଥିବା ବେଳେ ଏହା ଅନ୍ୟ ରୋଗର କାରଣ ମଧ୍ୟ ହୋଇଥାଏ । ନିକଟରେ ହୋଇଥିବା ଏକ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଖୁଲାସା କରିଛନ୍ତି ଯେ, ଟାଇପ୍-୨ ଡାଇବେଟିସ୍ ହେବା ଦ୍ୱାରା ଏଣ୍ଡୋମେଟ୍ରିଆଲ୍ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଇପାରେ । ତେଣୁ ସତର୍କ ହେବା ଆବଶ୍ୟକ । ଏଣ୍ଡୋମେଟ୍ରିଆଲ୍ ସାଧାରଣତଃ ମହିଳାମାନଙ୍କର ଗର୍ଭାଶୟରେ ହୋଇଥାଏ । କେବଳ 2022 ମସିହାରେ ଆମେରିକାରେ 66,000 ରୁ ଅଧିକ ମହିଳା ଏହି କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି । ବର୍ତ୍ତମାନ କରାଯାଇଥିବା ଅନୁସନ୍ଧାନରେ କୁହାଯାଇଛି ଯେ ଟାଇପ୍-୨ ମଧୁମେହ ଏହି ରୋଗ ପାଇଁ ଏକ ବିପଦ କାରଣ ହୋଇପାରେ ।

ଯୁକ୍ତରାଷ୍ଟ୍ର ଆମେରିକାର ବୈଜ୍ଞାନିକମାନଙ୍କ ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ମହିଳାମାନଙ୍କର ଟାଇପ୍-୨ ଡାଇବେଟିସ୍ ଥାଏ, ସେମାନଙ୍କର ଏଣ୍ଡୋମେଟ୍ରିଆଲ୍ କର୍କଟ ରୋଗରେ ମୃତ୍ୟୁ ହେବାର ଆଶଙ୍କା 1.5 ପ୍ରତିଶତ ଅଧିକ ରହିଥାଏ । ଚୀନର ଅନୁସନ୍ଧାନକାରୀ ଟିମ କହିଛନ୍ତି ଯେ, ରକ୍ତରେ ଶର୍କରା ସ୍ତର ବୃଦ୍ଧି ଏଣ୍ଡୋମେଟ୍ରିଆଲ୍ କର୍କଟ ସେଲକୁ ବୃଦ୍ଧି କରିପାରେ । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଗୁରୁତର ହେବାର ସମ୍ଭାବନା ଅଧିକ ରହିଥାଏ । ଅନୁସନ୍ଧାନକାରୀ ଦଳ ଜାଣିବାକୁ ପାଇଲେ ଯେ ଟାଇପ୍-୨ ମଧୁମେହ ଥିବା ମହିଳାମାନେ ଏଣ୍ଡୋମେଟ୍ରିଆଲ୍ କର୍କଟ ହେବାର ସମ୍ଭାବନା 62 ପ୍ରତିଶତ ଅଧିକ। ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ବ୍ରିଟେନର ଏକ ଅଙ୍କୋଲୋଜି ବିଭାଗର ପ୍ରଫେସର କହିଛନ୍ତି ଯେ, ଆମର ଅନୁସନ୍ଧାନରୁ ଜଣାପଡିଛି ଯେ ମଧୁମେହରେ ଆକ୍ରାନ୍ତ ହେବା ପରେ ମହିଳାମାନେ ଏଣ୍ଡୋମେଟ୍ରିଆଲ କର୍କଟ ପାଇଁ ହେଉଥିବା ସ୍କ୍ରିନିଂ କରିବା ଉଚିତ୍‌ ।

ଏହା ମଧ୍ୟ ପଢନ୍ତୁ: Type 2 Diabetes: କାହିଁକି ଛୁଆଙ୍କ କ୍ଷେତ୍ରରେ ଅଧିକ ଦେଖାଦେଉଛି ଟାଇପ-2 ମଧୁମେହ

ବଂଶଗତଗୁଣ, ମେଦବହୁଳତା, ପ୍ରାରମ୍ଭିକ ଋତୁସ୍ରାବ, ବିଳମ୍ବିତ ମେନୋପାଜ୍, ଓଭାରି କ୍ୟାନ୍ସର ଏବଂ ଅନ୍ୟାନ୍ୟ ପ୍ରକାରର ବିପଦ କାରଣ ଗୁଡିକ ମଧ୍ୟ ଏହି ବିପଦକୁ ବୃଦ୍ଧି କରିପାରେ। ଏହା ବ୍ୟତୀତ, କେତେକ ପ୍ରକାରର ଜିନରେ ପରିବର୍ତ୍ତନ ମଧ୍ୟ ମହିଳାମାନଙ୍କଠାରେ ଏହି କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ। କୋରିଆ ଅଧ୍ୟୟନରେ କୁହାଯାଇଛି ଯେ ମଧୁମେହ ରୋଗୀଙ୍କୁ ଏଣ୍ଡୋମେଟ୍ରିଆଲ୍ କର୍କଟ ପାଇଁ ଯତ୍ନର ସହ ସ୍କ୍ରିନ କରାଯିବା ଉଚିତ୍ । ଏହି ରୋଗ ଯେତେ ଶୀଘ୍ର ଚିହ୍ନଟ ହୁଏ, ଏହାର ଚିକିତ୍ସା କରିବା ମଧ୍ୟ ସହଜ ହେବ । ଏହିପରି ସ୍ୱାସ୍ଥ୍ୟ ବିପଦରୁ ରକ୍ଷା ପାଇବା ପାଇଁ ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣ ସହିତ ନିୟମିତ ବ୍ୟାୟାମ କରିବାର ଅଭ୍ୟାସ କେବଳ ମଧୁମେହର ଆଶଙ୍କା ହ୍ରାସ କରିବାରେ ସହାୟକ ହେବା ସହିତ କର୍କଟ ରୋଗର ବିପଦରୁ ରକ୍ଷା କରିବାରେ ମଧ୍ୟ ଲାଭଦାୟକ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.