ETV Bharat / sukhibhava

Summer Special: ଖରାଦିନେ ବି ଚା' ପିଇବା ପାଇଁ ଇଚ୍ଛା ହେଉଛି କି ? ପିଅନ୍ତୁ ଆଇସ୍‌ ଟି' - ବ୍ଲାକବେରୀ ଆଇସ ଟି

ଖରାଦିନେ ବି ଚା' ପିଇବାକୁ ମନ ହେଉଛି କି ? କେବେ ଆପଣ ଆଇସ୍‌ ଟି୍' ଟେଷ୍ଟ୍‌ କରିଛନ୍ତି ? ତାହାଲେ ଜାଣନ୍ତୁ କେଉଁ ଆଇସ ଟି' ପିଇଲେ କଣ ଲାଭ ମିଳିବ । ଅଧିକ ପଢ଼ନ୍ତୁ

ice tea
ice tea
author img

By

Published : May 22, 2023, 3:14 PM IST

ହାଇଦ୍ରାବାଦ: ଆପଣ ଜଣେ ଟି' ବା ଚା' ଲଭର କି ? ଖରା ଦିନେ ବି ଚା ପିଇବାକୁ ମନ ହେଉଛି ? ତାହେଲେ ଥରେ ଆଇସ ଟି' ଟ୍ରାଏ କରନ୍ତୁ ନା... ଗ୍ରୀଷ୍ମଋତୁରେ, ସୂର୍ଯ୍ୟଙ୍କ ଉତ୍ତାପରେ କଲବଲ ଦେଶବାସୀ। ଏହି ସମୟରେ ଅଧିକ ଝାଳ ବାହାରିବା ଦ୍ବାରା ଦେହରୁ ଜଳୀୟଅଂଶର ପରିମାଣ କମିଯାଇଥାଏ । ଏହି ସମୟରେ ସମସ୍ତଙ୍କୁ ଥଣ୍ଡା ଜାତୀୟ ଖାଦ୍ୟ କିମ୍ବା ପାନୀୟ ପସନ୍ଦ ହୋଇଥାଏ । ଆଇସକ୍ରିମ, ଥଣ୍ଡାପାନୀୟ ଏବଂ ଆଇସ ଗୋଲା ଆଡକୁ ମନ ଟାଣିଥାଏ । ଗ୍ରୀଷ୍ମ ଦିନରେ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ଥଣ୍ଡାପାନୀୟର ଆବଶ୍ୟକତା ଥାଏ ।

ଅଧିକାଂଶ ଲୋକେ ଟି' ଲଭର ଥାଆନ୍ତି । ଖରା, ବର୍ଷା, ଶୀତ ସବୁ ଋତୁରେ ସେମାନଙ୍କୁ ଚା' ଦରକାର ପଡିଥାଏ । କିନ୍ତୁ ଗ୍ରୀଷ୍ମ ଦିନରେ ଗରମ ଚା' ପିଇବା ଦ୍ବାରା ଶରୀରକୁ ଅନେକ ପ୍ରକାର କ୍ଷତି ହୋଇଥାଏ। ଗ୍ୟାଷ୍ଟିକ, ଫୁଡ୍‌ ପଏଜନ ଭଳି ସମସ୍ୟା ହୋଇଥାଏ । କିନ୍ତୁ ଆପଣ ଯଦି ଖରାଦିନରେ ଚା' ପିଇବା ପାଇଁ ମନସ୍ଥ କରିଛନ୍ତି ତାହେଲେ ଆଇସ ଟି'କୁ ଆପଣାଇ ପାରିବେ । ଏହି ଚା' ପିଇବା ଦ୍ବାରା ଶରୀରକୁ ଥଣ୍ଡା, ଆରାମ ଏବଂ ପାଟିକୁ ମଧ୍ୟ ସ୍ବାଦିଷ୍ଟ ଲାଗିଥାଏ । ଆଇସ ଟି' ଆମ ଶରୀର ଏବଂ ମାଇଣ୍ଡ୍‌କୁ ରିଫ୍ରେସ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ନିଜର ଫ୍ଲେବର ଅନୁସାରେ କେମିତି ତିଆରି କରିବେ ଆଇସ୍‌ ଟି' ? ଜାଣନ୍ତୁ...

Blackberry Iced tea
Blackberry Iced tea

ବ୍ଲାକବେରୀ ଆଇସ୍‌ ଟି': ସତେଜ କିମ୍ବା ଫ୍ରିଜ୍‌ରେ ଷ୍ଟୋର କରି ରଖିଥିବା ବ୍ଲାକବେରୀ ବା ଜାମୁକୋଳିକୁ ବ୍ୟବହାର କରି ମଧ୍ୟ ଆପଣ ଆଇସ୍‌ ଟି' ତିଆରି କରିପାରିବେ । ଏଥରେ ଗୋଟିଏ ଟେବୁଲ ସ୍ପୁନ ସୁଗାର ସହ ପୋଦିନା ଏବଂ ସୋଢା ମିଶାନ୍ତୁ । ଏହାପରେ ଚା' ସହିତ ମିଶାନ୍ତୁ ଏବଂ ଛାଣିବା ପୂର୍ବରୁ ଏକ ଘଣ୍ଟା ଛିଡା ହୁଅନ୍ତୁ । ଏହାପରେ ଛାଣି ସେଥିରେ ଅଳ୍ପ ପାଣି ଦେଇ ଥଣ୍ଡା କରନ୍ତୁ । ଏହାପରେ ପିଅନ୍ତୁ ବ୍ଲାକବେରୀ ଆଇସ ଟି' । ଏଥିରେ ପ୍ରାକୃତିକ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା ଆମ ଶରୀରର ମୋଟାପଣକୁ ଦୂର କରିବାରେ ସହାୟକ ହୋଇଥାଏ । ଏହା ଆମକୁ ସଂକ୍ରମଣ ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ।

Lemonade Iced Tea
Lemonade Iced Tea

ପୁଦିନା ଆଇସ ଟି: ଚା’କୁ ଅଧିକ ସ୍ବାଦ ସହ ରିଫ୍ରେସ୍‌ କରିବା ପାଇଁ ପୁଦିନା ମିଶାନ୍ତୁ । ଯଦି ଆପଣଙ୍କ କମ ଫ୍ଲେବର ଯୁକ୍ତ ପୁଦିନା ପସନ୍ଦ କରନ୍ତି ତାହେଲେ 5 ମିନିଟ ପାଇଁ ପାଣିରେ ଭିଜାନ୍ତୁ । ଏହାପରେ ଥଣ୍ଡା ହେବା ପୂର୍ବରୁ ସେଥିରୁ କାଢି ଦିଅନ୍ତୁ । କହିବାକୁ ଗଲେ ପୁଦିନାର ବାସ୍ନା ଏବଂ ସ୍ବାଦ ପ୍ରାୟ ସମସ୍ତଙ୍କୁ ପସନ୍ଦ ଥାଏ । ଆପଣ ଏଥିରେ ସ୍ବାଦ ଅନୁସାରେ ଚିନି ବ୍ୟବହାର କରିପାରିବେ । ଭୋକ, ପେଟ ସମ୍ବନ୍ଧୀୟ ସମସ୍ୟା, ଜ୍ବର ଏବଂ ଯକୃତ କିମ୍ବା ମୂତ୍ର ସମସ୍ୟା ସହିତ ଏହାର ବ୍ୟବହାର ଅନେକ ସମସ୍ୟାରେ ବହୁତ ଲାଭ ଦେଇଥାଏ ।

Watermelon and Basil Iced Tea
Watermelon and Basil Iced Tea

ତରଭୁଜ ଏବଂ ତୁଳସୀ ମଞ୍ଜିରେ ତିଆରି ଆଇସ ଟି': 92 ପ୍ରତିଶତ ଜଳ ରହିଥିବାରୁ ଏହା ଶରୀରକୁ ହାଇଡ୍ରେଟ୍‌ ରଖିବାରେ ସାହାଯ୍ୟ କରିଥାଏ । ତୁଳସୀ ମଞ୍ଜିରେ ପ୍ରୋଟିନ୍, ଫାଇବର ଏବଂ ଆଇରନ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହାକୁ ଚା'ରେ ବ୍ୟବହାର କରିବା ପରେ ଥଣ୍ଡା କରି ଏହାକୁ ପିଇବା ପରେ ଶରୀରକୁ ଅନେକ ଉପକାର ମିଳିଥାଏ ।

Hibiscus Tea
Hibiscus Tea

ମନ୍ଦାର ପତ୍ରରେ ତିଆରି ଆଇସ ଟି': ମନ୍ଦାର ଗଛର ପ୍ରାୟ ସବୁ ଅଂଶ ବିଭିନ୍ନ ଉପାୟରେ ବେଶ୍ ପ୍ରଭାବଶାଳୀ ହୋଇଥାଏ । ତେଣୁ ଏହାକୁ ଆପଣ ଚା'ରେ ବ୍ୟବହାର କରିପାରିବେ । ମନ୍ଦାର ଗଛ କ୍ୟାଲସିୟମ, ଲୌହସାର, ଭିଟାମିନ ସି' ଓ ଫାଇବରରେ ଭରପୁର । ଏହାଛଡ଼ା ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ବି ଥାଏ, ଯାହା ଶରୀରର ପାଚନ ପ୍ରକ୍ରିୟାର ବିକାଶ କରିଥାଏ । ଏହାର ପ୍ରଦାହ ବିରୋଧୀ ଉପାଦାନ ହାଇପରଟେନସନ ଓ ଯକୃତ ସମସ୍ୟାରେ ସହାୟକ ହୁଏ । ଏହାକୁ ଆପଣ ସନ୍ଧ୍ୟା ସମୟରେ ସାଙ୍ଗମାନଙ୍କ ସହ ମିଶି ପିଇପାରିବେ ।

Iced Mint Tea
Iced Mint Tea

ଲେମ୍ବୁରେ ତିଆରି ଆଇସ ଟି': ଲେମ୍ବୁ ଏବଂ ଚା' କମ୍ପ୍ବିନେସନ ବହୁତ ଭଲ ଲାଗିଥାଏ । ଲେମ୍ବୁ ସହ ଚା' ମିଶାଇଲେ ଏହା ଏକ କକ୍‌ଟେଲ ଭଳି ଲାଗିଥାଏ । ଘରକୁ କେହି ସମ୍ପର୍କୀୟ ଆସିଲେ ମଧ୍ୟ ଆପଣ ଦେଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.