ETV Bharat / sukhibhava

ରାତିରେ ନିଦ ହେଉନଥିଲେ ଆପଣାନ୍ତୁ ଏହି ଟିପ୍ସ, ଦୂର ହେବ ସମସ୍ୟା

ପରିବର୍ତ୍ତିତ ଜୀବନଶୈଳୀ ନିଦ୍ରାହୀନତାର ପ୍ରମୁଖ କାରଣ ସାଜିଛି । କେଉଁ ସବୁ କୁଅଭ୍ୟାସ ବଦଳାଇଲେ ଭଲ ନିଦ ହେବ, ଜାଣନ୍ତୁ...

ETVBHARAT
ETVBHARAT
author img

By

Published : Mar 29, 2023, 5:15 PM IST

ହାଇଦ୍ରାବାଦ: ଭଲ ନିଦ ଏକ ସୁସ୍ଥ ଜୀବନଶୈଳୀର ସଜ୍ଞା । ଅର୍ଥାତ୍ ଯେଉଁ ବ୍ୟକ୍ତି ଠିକ୍ ସମୟରେ ଆରାମରେ ଶୁଅନ୍ତି ଏବଂ ଠିକ୍ ସମୟରେ ଶଯ୍ୟାତ୍ୟାଗ କରନ୍ତି ସେ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ବୋଲି ପ୍ରମାଣିତ । ତେଣୁ ସୁସ୍ଥତା ବଜାୟ ରଖିବା ପାଇଁ ନିଦ ନିହାତି ଗୁରୁତ୍ବପୂର୍ଣ୍ଣ । ମାତ୍ର ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ନିଦ୍ରାହୀନତାର ପ୍ରମୁଖ କାରଣ ସାଜିଛି । କେଉଁ ସବୁ କୁଅଭ୍ୟାସ ବଦଳାଇଲେ ଭଲ ନିଦ ହେବ, ଜାଣନ୍ତୁ

Set your bedtime
Set your bedtime

ଶୋଇବା ସମୟ ସେଟ୍ କରନ୍ତୁ: ଶୋଇବାର କିଛି ଘଣ୍ଟା ପୂର୍ବରୁ ମସ୍ତିଷ୍କ ନିୟମିତ ଭାବରେ ପ୍ରସ୍ତୁତି ଆରମ୍ଭ କରେ । ଏକ ନିର୍ଦ୍ଦିଷ୍ଟ ଶୋଇବା ଏବଂ ଜାଗ୍ରତ ସମୟ ବାଛନ୍ତୁ, ଯାହା ଆପଣଙ୍କର ନିତ୍ୟକର୍ମ ପାଇଁ ସର୍ବୋତ୍ତମ ସମୟ ହେବ । ପ୍ରତିଦିନ ଏହି ଅଭ୍ୟାସ କରନ୍ତୁ, ଏପରିକି ସପ୍ତାହ ଶେଷରେ ମଧ୍ୟ ଏହାକୁ ପାଳନ କରନ୍ତୁ ।

Keep away your electronic gadgets
Keep away your electronic gadgets

ଆପଣଙ୍କର ଇଲେକ୍ଟ୍ରୋନିକ୍ ଗ୍ୟାଜେଟଗୁଡିକ ଦୂରରେ ରଖନ୍ତୁ: ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଯେପରିକି ଲାପଟପ୍, ଟେଲିଭିଜନ, ସ୍ମାର୍ଟଫୋନ୍ ଏବଂ ଟାବଲେଟ୍‌ରୁ ନିର୍ଗତ ସବୁଜ ଆଲୋକ ନିଦ ପାଇଁ ବାଧକ ସାଜେ । ସୋସିଆଲ୍ ମିଡିଆ ମାଧ୍ୟମରେ ବ୍ରାଉଜିଂ କରିବା ଦ୍ବାରା ମସ୍ତିଷ୍କ ବିଚଳିତ ହୋଇପାରେ । ମସ୍ତିଷ୍କ ଫଳସ୍ୱରୂପ ମେଲାଟୋନିନ୍ ଉତ୍ପାଦନକୁ ଦମନ କରେ । ଏହା ଦ୍ବାରା ନିଦ ହୋଇନଥାଏ । ତେଣୁ, ଶୋଇବା ପୂର୍ବରୁ ବୈଦ୍ୟୁତିକ ଉପକରଣକୁ ଦୂରେଇ ରଖନ୍ତୁ ।

Night Skincare is a must
Night Skincare is a must

ନାଇଟ୍ ସ୍କିନ୍ କେୟାର: ଯଦି ମେକଅପ୍ ସଫା ନ କରି ଶୋଇବାକୁ ଯାଉଛନ୍ତି, ତେବେ ଏହି ଅଭ୍ୟାସକୁ ତୁରନ୍ତ ତ୍ୟାଗ କରନ୍ତୁ । ମେକଅପ୍ ଲଗାଇ ଶୋଇବା କିମ୍ବା ବିଛଣାକୁ ଯିବା ପୂର୍ବରୁ ପରିଷ୍କାର ପରିଚ୍ଛନ୍ନ ନ ହେବା ନିଦ୍ରା ଭଙ୍ଗର ପ୍ରମୁଖ କାରଣ । ତେଣୁ ରାତ୍ରି ସମୟର ସ୍କିନ୍ କେୟାର ରୁଟିନ୍ ଅନୁସରଣ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ:- MBBS ପରୀକ୍ଷା କ୍ଲିୟର୍ କରିବାକୁ ବିଦେଶ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ମିଳିଲା ସୁପ୍ରିମକୋର୍ଟଙ୍କ ଅନୁମତି

ସଂଗୀତ ଶୁଣନ୍ତୁ: ମନକୁ ଆରାମ ଦେବା ଏବଂ ଠିକ୍ ସମୟରେ ଶୋଇବାର ଅନ୍ୟ ଏକ ଉପାୟ ହେଉଛି ପ୍ରିୟ ସଙ୍ଗୀତ ଶୁଣିବା । ଆଖି ବନ୍ଦ କରି, ସଙ୍ଗୀତର ଟ୍ୟୁନ୍‌କୁ ଶୁଣନ୍ତୁ, ଏହା ଚିନ୍ତା ଦୂରେଇ ଦେବାରେ ସାହାଯ୍ୟ କରେ । ଫଳରେ ଭଲ ନିଦ ଆସିଥାଏ ।

Prepare your bedroom
Prepare your bedroom

ଶୟନ କକ୍ଷ ପ୍ରସ୍ତୁତ କରନ୍ତୁ: ଶୋଇବା ଘରକୁ ଏକ ନିଦ୍ରା ଅନୁକୂଳ ପରିବେଶରେ ପରିଣତ କରନ୍ତୁ । ଶୋଇବା କଠୋରୀ ସର୍ବଦା ଅନ୍ଧକାର ଏବଂ ଶାନ୍ତ ହୋଇଥିବା ଉଚିତ୍ । ଏହା ଫଳରେ ଶୀଘ୍ର ନିଦ ଆସିଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.