ETV Bharat / sukhibhava

ଆଜି ବିଶ୍ବ ଥାଏରଏଡ ଦିବସ, ଜାଣନ୍ତୁ ଏହି ଦିନର କଣ ରହିଛି ଉଦ୍ଦେଶ୍ୟ

author img

By

Published : May 25, 2023, 6:12 AM IST

ଥାଇରଏଡକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ' 25 ତାରିଖକୁ ବିଶ୍ବ ଥାଇରଏଡ ଦିବସ ଭାବେ ପାଳନ କରାଯାଇଥାଏ । ଅଧିକ ପଢନ୍ତୁ

World Thyroid Day
World Thyroid Day

ହାଇଦ୍ରାବାଦ: ମଣିଷର ବୃଦ୍ଧି, ବିକାଶ, ଶାରୀରିକ ଏବଂ ମେଟାବୋଲିକ୍ ପ୍ରକ୍ରିୟାରେ ଥାଇରଏଡ୍ ହରମୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବର୍ତ୍ତମାନ ଥାଇରଏଡ୍ ଗ୍ରନ୍ଥିର ସମସ୍ୟା ବିଶ୍ବରେ ହରମୋନ ସମସ୍ୟା ଭାବେ ଜଣାଶୁଣା । ଏହି ସମସ୍ୟା ପ୍ରାୟ ଝିଅମାନଙ୍କ କ୍ଷେତ୍ରରେ ଅଧିକ ପରିଲକ୍ଷିତ ହୋଇଥାଏ । ଥାଇରଏଡ୍ ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ମେ 25 ତାରିଖକୁ ବିଶ୍ବ ଥାଇରଏଡ ଦିବସ ଭାବେ ପାଳନ କରାଯାଇଥାଏ ।

ଥାଇରଏଡ କଣ ?: ଥାଇରଏଡ ହେଉଛି ଏକ ପ୍ରକାର ଗ୍ରନ୍ଥି ଯାହା ଗଳାରେ ରହିଥାଏ । ଏହି ଗ୍ରନ୍ଥି ଶରୀରର ମେଟାବୋଲିଜିମକୁ ନିୟନ୍ତ୍ରଣ କରିଥାଏ । ଥାଇରଏଡ ସମସ୍ୟା ଥିବା ଲୋକଙ୍କ ପାଇଁ ଏହି ଗ୍ରନ୍ଥି ସଠିକ ଭାବରେ କାମ କରେ ନାହିଁ । ଯେଉଁ କାରଣରୁ ଥାଇରଏଡ ହରମୋନ କମିଯାଏ କିମ୍ବା ଅଧିକ ହୋଇଥାଏ । ଫଳରେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ଲୋକେ । ତେଣୁ ଏହା ବିରୋଧରେ ଲୋକଙ୍କୁ ସଚେତନ କରାଇବା ପାଇଁ ମେ' 25 ତାରିଖକୁ ବିଶ୍ବ ଥାଇରଏଡ ଦିବସ ଭାବେ ପାଳନ କରାଯାଇଥାଏ । ଏହା ସର୍ବପ୍ରଥମେ ସେପ୍ଟେମ୍ବର 2007 ମସିହାରେ ୟୁରୋପୀୟ ଥାଇରଏଡ୍ ଆସୋସିଏସନ୍ (ETA) ବାର୍ଷିକ ସାଧାରଣ ସଭାରେ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: international day to end obstetric fistula 2023: କଣ ପାଇଁ ହୁଏ ଏହି ରୋଗ? ଜାଣନ୍ତୁ କାରଣ

ଥାଇରଏଡ ଲକ୍ଷଣ: ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ କାରଣରୁ ଥାଇରଏଡ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ତେବେ ଥାଇରଏଡ ହେଲେ ଲୋକେ ପ୍ରଥମେ ଭଲଭାବେ ଜାଣିପାରି ନଥାଆନ୍ତି । ଏହାଦ୍ବାରା ଥକ୍କା ଲାଗିବା, ଥଣ୍ଡା ହେବା, କୋଷ୍ଠକାଠିନ୍ୟ, ଶୁଷ୍କ ଚର୍ମ, ଓଜନ ବୃଦ୍ଧି, ମୁହଁ ଫୁଲିଯିବା, ସ୍ୱରରେ ପରିବର୍ତ୍ତନ, ମାଂସପେଶୀ ଦୁର୍ବଳତା, ମାଂସପେଶୀ ଯନ୍ତ୍ରଣା, ମାସିକ ଋତୁସ୍ରାବ ପରିବର୍ତ୍ତନ, କେଶ ଝଡ଼ିବା, ଉଦାସୀନତା, ସ୍ମୃତି ସମସ୍ୟା ଭଳି ଲକ୍ଷଣ ଦେଖାଯାଇଥାଏ ।

ଏହି ରୋଗରୁ କିଭଳି ମୁକ୍ତି ପାଇବେ: ଥାଇରଏଡ ସମସ୍ୟା ହେଲେ ପ୍ରଥମେ ଜାଣିହୁଏ ନାହିଁ । ତେଣୁ ଆପଣଙ୍କୁ ଏସବୁ ଲକ୍ଷଣ ଦେଖାଗଲେ ପ୍ରଥମେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଶରୀରରେ ଥାଇରଏଡର ମାତ୍ରା ଜାଣିବା ପାଇଁ ପ୍ରଥମେ ରକ୍ତ ପରୀକ୍ଷା କରାଯାଇଥାଏ । ଏହି ପରୀକ୍ଷଣକୁ ଥାଇରଏଡ୍ ଷ୍ଟିମୁଲେଟିଂ ଟେଷ୍ଟ କୁହାଯାଏ । ଶରୀରରେ ଥାଇରଏଡର ମାତ୍ରା ଜଣାପଡିବା ପରେ ଏହାର ଚିକିତ୍ସା କରାଯାଇଥାଏ । ଏହା ମୁଖ୍ୟତଃ ଅସ୍ବାସ୍ଥ୍ୟକର ଖାଦ୍ୟ ଏବଂ ମାନସିକ ଚାପ ଦ୍ବାରା ହୋଇଥାଏ । ଏଭଳି ସ୍ଥିତିରେ ପ୍ରଥମେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ତେବେ ଥାଇରଏଡ୍ ଷ୍ଟିମୁଲେଟିଂ ଟେଷ୍ଟ କରିବା ପରେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ଦ୍ବାରା ରୋଗରୁ ମୁକ୍ତି ମିଳିଥାଏ ।

ସାଧାରଣ ଓଡନ ବୃଦ୍ଧି ହେବା ଦ୍ବାରା ଶରୀରରେ ଥାଇରଏଡ ରହିଛି ବୋଲି ଜଣାପଡିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରଥମେ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ଦରକାର । ଏହାସହ ନିମ୍ନଲିଖିତ ବିଷୟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ...

  • ଯଦି ଆପଣ ଜଣେ ଧୂମପାନକାରୀ, ତେବେ ବିଳମ୍ବ ନକରି ପ୍ରଥମେ ଧୂମପାନ ଛାଡନ୍ତୁ
  • ଖାଦ୍ୟରେ ସୋଡିୟମ ଏବଂ ଆୟୋଡିନ୍ର ସନ୍ତୁଳତା ରଖନ୍ତୁ
  • ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଯାଞ୍ଚ କରନ୍ତୁ
  • ଯଦି ଆପଣଙ୍କ ପରିବାରର କେହି ଥାଇରଏଡ୍ ବ୍ୟାଧିରେ ପୀଡିତ ଅଛନ୍ତି, ତେବେ ଆପଣ ମଧ୍ୟ ବିପଦରେ ପଡ଼ିପାରନ୍ତି, ପ୍ରତିରୋଧ ବିଷୟରେ ଡାକ୍ତରଙ୍କ ସହିତ ପରାମର୍ଶ ନିଅନ୍ତୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.