ETV Bharat / sukhibhava

ଅନୁସନ୍ଧାନ: ତମାଖୁ, ଇ-ସିଗାରେଟ୍ ଭେପର୍ ନେଉଥିବା ଯୁବକ କୋଭିଡରେ ଗୁରୁତର ହୋଇପାରନ୍ତି

author img

By

Published : Feb 11, 2023, 1:03 PM IST

ଏକ ନୂତନ ଅନୁସନ୍ଧାନ ଅନୁସାରେ ତମାଖୁ ସେବନ କିମ୍ବା ଇ-ସିଗାରେଟ୍ ଭେପର୍ ନେଉଥିବା ଯୁବକମାନଙ୍କର କୋଭିଡ ବିପଦ ଅଧିକ ହୋଇପାରେ, ଜାଣନ୍ତୁ ଏନେଇ କଣ କହୁଛନ୍ତି ଅନୁସନ୍ଧାନକାରୀ ।

Etv Bharat
electronic cigarettes vaping

ସାନ ଫ୍ରାନ୍ସିସ୍କୋ: କୋଭିଡ ମହାମାରୀର ଭୟାବହତା ହ୍ରାସ ପାଇଥିଲେ ମଧ୍ୟ ଏହାକୁ ନେଇ ଏବେ ବି ଅନୁସନ୍ଧାନ ଜାରି ରଖିଛନ୍ତି ବୈଜ୍ଞାନିକ । ମହାମାରୀର ଉଦ୍ଭାବନ, ଭୟାବହତା ଏବଂ ଏହାକୁ କିପରି ସମୂଳେ ନାଶ କରିହେବ ତା'ର ବିଶ୍ଲେଷଣରେ ଲାଗିଛନ୍ତି । ଏହି କ୍ରମରେ ଆଉ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଅନୁସନ୍ଧାନ ମୁତାବକ, ଯେଉଁ ଲୋକମାନେ ତମାଖୁ ସେବନ କରୁଥିବେ ଏବଂ ଇଲେକ୍ଟ୍ରୋନିକ୍ ସିଗାରେଟ୍‌ର ଭେପର୍ ବା ଧୂଆଁ ନେଉଥିବେ ସେମାନେ ଗୁରୁତର କୋଭିଡ ସଂକ୍ରମଣ ହେବାର ସମ୍ଭାବନା ଅଧିକ । ବିଶେଷ କରି ସୁସ୍ଥ ଯୁବକମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଜଟିଳତା ସୃଷ୍ଟି ହୋଇପାରେ ବୋଲି ଅନୁସନ୍ଧାନକାରୀ ଦର୍ଶାଇଛନ୍ତି ।

ଜର୍ଣ୍ଣାଲ୍ ଅଫ୍ ମଲିକୁଲାର ମେଡିସିନ୍‌ରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଧୂମପାନ କରିବା ଏବଂ ଇ-ସିଗାରେଟ୍ ବାଷ୍ପ ନେବା ଦ୍ବାରା ପ୍ରଦାହ ବୃଦ୍ଧି ଏବଂ ଭୟଙ୍କର କୋଭିଡ୍-19 ର ବିକାଶ ଏବଂ ହୃଦ୍‌ରୋଗରେ ଜଟିଳତା ସୃଷ୍ଟି ହୋଇପାରେ । ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏହି ଅଧ୍ୟୟନର ମୁଖ୍ୟ ଲେଖକ ତଥା ଆସୋସିଏଟ୍ ମେଡିସିନ୍ ଡକ୍ଟର ଥିଓଡୋର୍ସ୍ କେଲେସିଡସ୍ କହିଛନ୍ତି ଯେ, "ମୁଖ୍ୟ କଥା ହେଉଛି ଧୂମପାନ ସବୁଠାରୁ ଖରାପ, କିନ୍ତୁ ଭେପର୍ ଯେ ଭଲ ତାହା ମଧ୍ୟ ନୁହେଁ । ଉଭୟ ଅଭ୍ୟାସ ସ୍ବାସ୍ଥ୍ୟ କ୍ଷତିକାରକ ।" ସେ ଆହୁରି ମଧ୍ୟ କହିଛନ୍ତି, ଧୂମପାନ ଅଭ୍ୟାସ ଫୁସଫୁସ ରୋଗ ବୃଦ୍ଧି କରିଥାଏ ସତ, କିନ୍ତୁ ଇ-ସିଗାରେଟ୍ ବା ଭେପିଂ ଶରୀରର ପ୍ରମୁଖ ପ୍ରୋଟିନକୁ ପରିବର୍ତ୍ତନ କରେ, ଯେଉଁ ପ୍ରୋଟିନ୍ ସାହାଯ୍ୟରେ ଭାଇରସ୍ ନିଜକୁ ବୃଦ୍ଧି କରିଥାଏ ।

ଏହା ମଧ୍ୟ ପଢନ୍ତୁ:- World Unani Day: କେବଳ ଚିକିତ୍ସା ନୁହେଁ ସୁସ୍ଥ ଏବଂ ରୋଗମୁକ୍ତ ରଖେ ୟୁନାନି ଔଷଧ !

ଏହି ଅନୁସନ୍ଧାନରେ 45 ଜଣ ଧୂମପାନକାରୀ, 30 ଇଲେକ୍ଟ୍ରୋନିକ୍ ସିଗାରେଟ୍ ଭେପର୍ ଏବଂ 29 ଜଣ ତମାଖୁ ଧୂମପାନକାରୀଙ୍କ ଠାରୁ ମହାମାରୀ ପୂର୍ବରୁ ସଂଗୃହିତ ପ୍ଲାଜମା ବ୍ୟବହାର କରି ପ୍ରୋଟିନ୍ ସ୍ତର ମାପ କରିଥିଲେ ଅନୁସନ୍ଧାନକାରୀ । ଏହି ପ୍ରୋଟିନ୍‌ ଗୁଡିକ ହେଉଛି ACE2, ଫୁରିନ୍, ଆଙ୍ଗ୍ II, ଆଙ୍ଗ୍ 1-7, IL-6R, sCD163 ଏବଂ L- ସିଲେକ୍ଟିନ୍ । ଏହି ତିନୋଟି ପ୍ରୋଟିନ୍ ADAM17 ନାମକ ଏକ ପ୍ରୋଟିନ୍ ଦ୍ବାରା କୋଷରେ ଏକତ୍ରିତ ହୋଇ ନିୟନ୍ତ୍ରିତ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଧୂମପାନ କରୁଥିବା ବ୍ୟକ୍ତିଙ୍କ ପ୍ଲାଜମା ଅପେକ୍ଷା ତମାଖୁ କିମ୍ବା ଭେପ୍ ଧୂମପାନ କରୁନଥିବା ସୁସ୍ଥ ଯୁବକମାନଙ୍କ ପ୍ଲାଜାମାରେ ଫୁରିନ୍, sCD163 ଏବଂ L- ସିଲେକ୍ଟିନ୍ ଅଧିକ ଥାଏ । ଏହି ତଥ୍ୟ ସୂଚାଇ ଦେଉଛି ଯେ, ଧୂମପାନକାରୀ ଏବଂ ଇ-ସିଗାରେଟ୍ ଧୂଆଁ ନେଉଥିବା ଯୁବକଙ୍କ ଇମ୍ୟୁନୋ ସେଲ୍(କୋଷ) ଏବଂ ସର୍ଫେସ୍ ସେଲ୍‌ରେ ଫୁରିନ୍ ଏବଂ ADAM17 ଅଧିକ ସକ୍ରିୟ ହୋଇପାରନ୍ତି । କେଲେସିଡିସ୍ କହିଛନ୍ତି ଯେ, ଇ-ସିଗାରେଟ୍ ଭେପର ଧୂମପାନ ନ କରୁଥିବା ଲୋକଙ୍କ ଅପେକ୍ଷା ଫୁସଫୁସର ସଂକ୍ରମଣ ଏବଂ ପ୍ରଦାହ ଜନିତ ରୋଗରେ ଅଧିକ ବିପଦ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.