ETV Bharat / sukhibhava

ସମସ୍ୟା ସୃଷ୍ଟି କରୁଛି କି କ୍ଲୋରିନେଟେଡ ପାଣି, ଆପଣାନ୍ତୁ ଏହି ନିୟମାବଳୀ - କ୍ଲୋରିନେଟେଡ ପାଣିରୁ ଚର୍ମର ସୁରକ୍ଷା

ଗ୍ରୀଷ୍ମଋତୁରେ ଅଧିକ ପହଁରିବାରୁ ପସନ୍ଦ କରୁଛନ୍ତି କି ? ମାତ୍ର ଅଧିକ ସମୟ କ୍ଲୋରିନେଟେଡ ପାଣିରେ ସନ୍ତରଣ କରିବା ଦ୍ବାରା ଚର୍ମ ଏବଂ କେଶରେ ଅଧିକ ପ୍ରଭାବ ପଡିଥାଏ । କିପରି ଚର୍ମ ଏବଂ କେଶର ଯତ୍ନ ନେବେ, ପଢନ୍ତୁ ଏହି ରିପୋର୍ଟ

କ୍ଲୋରିନେଟେଡ ପାଣିରୁ ଚର୍ମ ଏବଂ କେଶକୁ କିପରି ନେବେ ଯତ୍ନ, ପଢନ୍ତୁ ଏହି ରିପୋର୍ଟ

author img

By

Published : May 31, 2022, 3:24 PM IST

ହାଇଦ୍ରାବାଦ: ଗ୍ରୀଷ୍ମଋତୁରେ, ବ୍ୟାୟାମ ପରେ ଗରମରୁ ଆରାମ ପାଇବା ପାଇଁ ଅନେକ ବ୍ୟକ୍ତି ଗାଧୋଇବା ସହିତ ପହଁରିବାକୁ ଅଧିକ ପସନ୍ଦ କରିଥାନ୍ତି । ପିଲା ହୁଅନ୍ତୁ କି ବୟସ୍କ ସମସ୍ତେ ସୁଇମିଂ ପୁଲ ଏବଂ ୱାଟର ପାର୍କରେ ସମୟ ବିତାଇବାକୁ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ପାଣିରେ ଅଧିକ ସମୟ ରହିବା ଦ୍ବାରା ଆପଣଙ୍କ କେଶ ଏବଂ ଚର୍ମ ଉପରେ ପ୍ରଭାବ ପଡିଥାଏ ବୋଲି । କାରଣ ପୋଖରୀ ପାଣିକୁ ସଫା ରଖିବା ପାଇଁ କ୍ଲୋରିନ୍ ବ୍ୟବହୃତ ହୋଇଥାଏ । ଏହି କ୍ଲୋରିନ କେଶ ଏବଂ ଚର୍ମ ପାଇଁ କ୍ଷତିକାରକ ।

ଡର୍ମା କେୟାର ମୁମ୍ବାଇର ଚର୍ମରୋଗ ବିଶେଷଜ୍ଞ ଡାକ୍ତର ରୀତା ଏସ ଆରୋରା କହିଛନ୍ତି ଯେ, ଦୀର୍ଘ ସମୟ ଧରି କ୍ଲୋରିଲେଟେଡ ପାଣିରେ ରହିବା ଦ୍ବାରା ତ୍ୱଚା ଶୁଷ୍କ ଏବଂ ଚର୍ମରେ ଘା’ କିମ୍ବା ଆଲର୍ଜି ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ଚର୍ମ ଅଧିକ ସମ୍ବେଦନଶୀଳ ହେବାର ସମ୍ଭାବନା ଅଛି । ସୂର୍ଯ୍ୟକିରଣରେ ପାଣିରେ ପହଁରିବା ଦ୍ବାରା ଚର୍ମ ଅଧିକ କୁଞ୍ଚିତ, ଜ୍ୱଳନ ସହ ଚର୍ମ ମଧ୍ୟ ଫାଟି ଯାଇଥାଏ । ଏହା ସହିତ, କେଶ ମଧ୍ୟ ଦୁର୍ବଳ ହେବା ସାଙ୍ଗକୁ କମ୍ ଉଜ୍ଜ୍ୱଳ ହୋଇପାରେ ।

ତେବେ ଏଥିପାଇଁ କି କି ସତର୍କତା ଅବଲମ୍ବନ କରାଯାଇପାରିବ ଆସନ୍ତୁ ସେ ବାବଦରେ ଆଲୋଚନା କରିବା...

ସର୍ବପ୍ରଥମେ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ସହିତ ଦିନସାରା ବହୁତ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ରୀତା । ସେ କହିଛନ୍ତି ଯେ, ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ବ୍ୟତୀତ ଅଧିକ ଜଳଯୁକ୍ତ ଖାଦ୍ୟ ଖାଆନ୍ତୁ, ଯାହାଫଳରେ କେବଳ ଶରୀର ନୁହେଁ ଉଭୟ କେଶ ଏବଂ ଚର୍ମରେ ପ୍ରାକୃତିକ ଆର୍ଦ୍ରତା ବଜାୟ ରହିଥାଏ ।

କ୍ଲୋରିନେଟେଡ୍ ପାଣିରେ ଅଧିକ ସମୟ ରହିବା ଦ୍ବାରା ଚର୍ମର ରଙ୍ଗ ଏବଂ ଏହାର pH ସ୍ତରକୁ ମଧ୍ୟ ପ୍ରଭାବିତ କରିଥାଏ । ତେଣୁ ଯଦି ଶରୀରକୁ ସଠିକ୍ ଭାବରେ ହାଇଡ୍ରେଟ୍ ଏବଂ ପୁଷ୍ଟିକର କରାଯାଏ, ତେବେ ଶରୀର ଉପରେ ଜଳର ପ୍ରଭାବ ଅପେକ୍ଷାକୃତ କମ୍ ହେବ ବୋଲି ଡାକ୍ତର କହିଛନ୍ତି ।

ଚର୍ମ ଚିକିତ୍ସା ପାଇଁ ଟିପ୍ସ...

  • ସମସ୍ତେ ଜାଣନ୍ତି ଯେ ସନସ୍କ୍ରିନ ଚର୍ମକୁ ସୂର୍ଯ୍ୟର କ୍ଷତିକାରକ କିରଣରୁ ରକ୍ଷା କରିଥାଏ, କିନ୍ତୁ ଏହା କ୍ଲୋରିନ୍ ଜଳର ପ୍ରଭାବରୁ ମଧ୍ୟ ରକ୍ଷା କରିଥାଏ । ତେଣୁ, ପହଁରିବାକୁ ଯିବା ପୂର୍ବରୁ ୱାଟର ପ୍ରୁଫ ସନସ୍କ୍ରିନ ବ୍ୟବହାର କରନ୍ତୁ ।
  • ୱାଟର ପାର୍କ କିମ୍ବା ପୁଲରୁ ଫେରିବା ପରେ ବିଶୁଦ୍ଧ ପାଣିରେ ସ୍ନାନ କରନ୍ତୁ । ଚର୍ମ ଉପରେ କ୍ଲୋରିନର ପ୍ରଭାବ ହ୍ରାସ କରିବାରେ ଏହା ସାହାଯ୍ୟ କରିବ । ଆହୁରି ମଧ୍ୟ, ଯଦି ସମ୍ଭବ, ଗାଧୋଇବା ପାଇଁ ଉଷୁମ ପାଣି ବ୍ୟବହାର କରନ୍ତୁ ଏବଂ ସ୍ନାନ ପରେ ଏକ ମଶ୍ଚରାଇଜର ଲଗାନ୍ତୁ ।
  • ଯଦି ଆପଣ ନିୟମିତ ଭାବେ ଗାଧୋଇବାକୁ ଯାଆନ୍ତି, ଶରୀରକୁ ତେଲରେ ମାଲିସ୍ କରନ୍ତୁ, ସପ୍ତାହରେ ଥରେ ବହୁତ ଲାଭଦାୟକ ହେବ । ଏହା ଚର୍ମରେ ଥିବା ଆର୍ଦ୍ରତା ବଜାୟ ରଖିବାରେ ସାହାଯ୍ୟ କରିଥାଏ ଏବଂ ଏହାକୁ ସୁସ୍ଥ ରଖେ ।
  • ଯେହେତୁ କ୍ଲୋରାଇଟେଡ୍ ପାଣି ଚର୍ମର pH ସ୍ତରକୁ ପ୍ରଭାବିତ କରେ, ତେଣୁ ଖାଦ୍ୟରେ ଭିଟାମିନ୍ ସି ଅଧିକ ଯୁକ୍ତ କରନ୍ତୁ । ଭିଟାମିନ୍ ସି ଧାରଣ କରିଥିବା ଚର୍ମ ଯତ୍ନ ଉତ୍ପାଦ ମଧ୍ୟ ବ୍ୟବହାର କରିପାରିବେ ।

କେଶର ଯତ୍ନ ପାଇଁ ଟିପ୍ସ...

  • କ୍ଲୋରାଇଟେଡ୍ ପାଣିରେ ପାଦ ଦେବାବେଳେ ଏକ ସୁଇମିଂ କ୍ୟାପ୍ ପିନ୍ଧନ୍ତୁ । ଏହା ଆପଣଙ୍କ କେଶକୁ ପାଣି ସହିତ ସିଧାସଳଖ ଯୋଗାଯୋଗରୁ ରକ୍ଷା କରିବ |
  • ପୋଖରୀରେ ଗାଧୋଇ ସାରିବା ପରେ ଥଣ୍ଡା ପାଣିରେ ଗାଧାନ୍ତୁ । ଏହା କେଶରେ ଥିବା କ୍ଲୋରିନକୁ କିଛି ପରିମାଣରେ ବାହାର କରିବାରେ ସାହାଯ୍ୟ କରିଥାଏ । ଏଥିସହ ପାଣିରୁ ବାହାରିବା ପରେ ତୁରନ୍ତ ସାମ୍ପୁ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ।
  • ଯେଉଁମାନେ ନିୟମିତ ଭାବେ ପୋଖରୀ କିମ୍ପା କ୍ଲୋରିନ୍ ମିଶା ସୁଇମିଂ ପୁଲରେ ଗାଧୋଇବାକୁ ଯାଆନ୍ତି, ସେମାନେ ଅଧିକ ସଚେତନ ହେବା ଉଚିତ୍ । ସପ୍ତାହରେ ଅତି କମରେ କେଶରେ ତେଲ ଲଗାନ୍ତୁ ଏବଂ ନିୟମିତ ବ୍ୟବଧାନରେ ହେୟାର ସ୍ପା କରନ୍ତୁ ।
  • ହେୟାର କଣ୍ଡିସନର ଅପେକ୍ଷା ଲେମ୍ବୁରସକୁ କଣ୍ଡିସନର ଭାବରେ ବ୍ୟବହାର କରନ୍ତୁ ।
  • ଏକ ମଗ୍ ପାଣି ନେଇ ସେଥିରେ ଲେମ୍ବୁ ରସ ମିଶାନ୍ତୁ, ତା’ପରେ ଏହାକୁ କେଶ ଉପରେ ଢାଳନ୍ତୁ । କିଛିସମୟ ପରେ କେଶକୁ ସଫା ପାଣିରେ ଧୋଇ ଦିଅନ୍ତୁ ।
  • ଯଦି ସମ୍ଭବ, କେଶ ଧୋଇବା ପରେ ବାଷ୍ପ କରନ୍ତୁ । ଏହା ତ୍ୱଚାରେ ଥିବା ଖାଲ ଖୋଲିବାରେ ସାହାଯ୍ୟ କରିବ ଏବଂ କେଶକୁ ଅଧିକ ଶକ୍ତିଶାଳୀ କରିବ |
  • ସନ୍ତରଣକାରୀଙ୍କ ପାଇଁ ଅନେକ ନିର୍ଦ୍ଦିଷ୍ଟ ଉତ୍ପାଦ ମଧ୍ୟ ଉପଲବ୍ଧ, ଯେପରିକି ସାମ୍ପୁ ଏବଂ ସ୍ପା, ଯାହା କେଶରୁ କ୍ଲୋରିନ୍ ବାହାର କରିବାରେ ସାହାଯ୍ୟ କରିଥାଏ । ଯେଉଁମାନଙ୍କର କେଶ କଲର୍ ହୋଇଥାଏ, ସେମାନେ ଏକ କଲର ପ୍ରୋଟେକ୍ଟାଣ୍ଟ ସାମ୍ପୁ ବ୍ୟବହାର କରିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.