ETV Bharat / sukhibhava

ୱାର୍କ ଫ୍ରମ୍ ହୋମ୍ ପରଠୁ ବଢିଛି ଆଖି ସମସ୍ୟା ! ଜାଣନ୍ତୁ କେମିତି ନେବେ ଯତ୍ନ

author img

By

Published : Apr 7, 2022, 8:04 PM IST

ୱାର୍କ ଫ୍ରମ୍ ହୋମ୍ ଆସିବା ଦିନରୁ ଅଧିକ ଆଖି ସମସ୍ୟା ଦେଖାଦେଇଛି । ଜାଣନ୍ତୁ ଲାପଟପ୍ / କମ୍ପ୍ୟୁଟର ସ୍କ୍ରିନରୁ କିପରି ଆଖିକୁ ଦୂରେଇ ରଖିବା ଏବଂ ସୁସ୍ଥତା ବଜାୟ ରଖିବେ

ୱାର୍କ ଫ୍ରମ୍ ହୋମ୍ ପରଠୁ ବଢିଛି ଆଖି ସମସ୍ୟା ! ଜାଣନ୍ତୁ କେମିତି ନେବେ ଯତ୍ନ
ୱାର୍କ ଫ୍ରମ୍ ହୋମ୍ ପରଠୁ ବଢିଛି ଆଖି ସମସ୍ୟା ! ଜାଣନ୍ତୁ କେମିତି ନେବେ ଯତ୍ନ

ହାଇଦ୍ରାବାଦ: କୋଭିଡ ମହାମାରୀ ଏବଂ ଲକଡାଉନ୍ ପରେ ପରେ ଅଧିକାଂଶ ବ୍ୟକ୍ତି ୱାର୍କ ଫ୍ରମ ହୋମ୍ କରୁଛନ୍ତି । ଫଳରେ ଡିଜିଟାଲ୍ ସ୍କ୍ରିନ ସମ୍ମୁଖରେ ଅଧିକାଂଶ ସମୟ ବସିବାକୁ ପଡୁଛି । ବୟସ୍କ ଏବଂ ପିଲାମାନଙ୍କ ପାଇଁ ମଧ୍ୟ ପରିସ୍ଥିତି ସମାନ । କାରଣ ଯେଉଁମାନେ କାମ କରୁନାହାଁନ୍ତି, ସେମାନେ ଟିଭି ଦେଖୁଛନ୍ତି କିମ୍ବା ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ଫଳରେ ଶରୀରର ସବୁଠୁ ମୂଲ୍ୟବାନ ସମ୍ପତ୍ତି ଆଖି ଉପରେ ଅଧିକ ପ୍ରଭାବ ପଡୁଛି । ତେବେ ଆପଣ ନିଜର ଆଖିକୁ କିପରି ସୁରକ୍ଷା ସେ ବାବଦରେ ନିମ୍ନରେ କେତେକ ଆଲୋଚନା କରାଯାଇଛି ।

ଲାପଟପ୍ / କମ୍ପ୍ୟୁଟରକୁ ସଠିକ୍ ଦୂରତା ରକ୍ଷା କରନ୍ତୁ:-

ଅନେକ ଲୋକ ସେମାନଙ୍କର ଡିଜିଟାଲ୍ ଉପକରଣଗୁଡ଼ିକୁ ଏକଦମ୍ ଆଖି ନିକଟରେ ରଖି ବ୍ୟବହାର କରିଥାନ୍ତି । ବିଶେଷ କରି କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି କମ୍ପ୍ୟୁଟର ସମ୍ମୁଖରେ ବସି କାମ କରିବା ଦ୍ବାରା ଆଖି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଲାପଟପକୁ ସର୍ବଦା ହାତର ଲମ୍ବା ଅନୁସାରେ ଦୂରରେ ରଖିବା ଉଚିତ୍ । ସ୍କ୍ରିନ୍ ସର୍ବଦା ଆଖିଠାରୁ ଅତିକମରେ ଏକ ବାହୁର ଲମ୍ବ(25 ଇଞ୍ଚ) ଦୂରରେ ଏବଂ ଆଖି ସ୍ତରଠାରୁ ସାମାନ୍ୟ ତଳେ ରହିବା ଉଚିତ୍ । ଏହା ଆଖିରେ ଥିବା ଚାପକୁ ହ୍ରାସ କରିଥାଏ ଏବଂ ଆଲୋକର ତୀବ୍ରତାକୁ ହ୍ରାସ କରିଥାଏ ।

ସ୍କ୍ରିନ ପୋଜିସନ ଏବଂ ବ୍ରାଇଟନେସ୍ ଆଡଜଷ୍ଟ୍ କରନ୍ତୁ:-

ସ୍କିନ୍ ଅବସ୍ଥାନ ସବୁଠୁ ଗୁରତ୍ବପୂର୍ଣ୍ଣ । କିଛିଦନ ପରେ ଆପଣ ନିଶ୍ଚୟ ଫରକ ଅନୁଭବ କରିପାରିବେ । ସ୍କ୍ରିନ ପୋଜିସନ ଏବଂ ବ୍ରାଇଟନେସ୍ ଆଡଜେଷ୍ଟ କରନ୍ତୁ, ଯାହା ଆପଣଙ୍କୁ କାମ କରିବା ସମୟରେ ଆଖି ଉପରେ ପ୍ରଭାବ ପକାଇବ ନାହିଁ । ଏହା ମଧ୍ୟ ଯଦି ଆଖି ବହୁତ ଦୁର୍ବଳ ରହୁଛି ତେବେ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ସର୍ବଦା ପ୍ରାକୃତିକ ଆଲୋକରେ କାର୍ଯ୍ୟ କରନ୍ତୁ:-

ସର୍ବଦା ପ୍ରାକୃତିକ ଆଲୋକରେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । LED ଏବଂ ଟ୍ୟୁବ ଲାଇଟ ଠାରୁ ଯଥା ସମ୍ଭବ ଦୂରେଇ ରହନ୍ତୁ । ଯେତେବେଳେ ସୂର୍ଯ୍ୟକିରଣ ଆପଣଙ୍କ କବାଟ କିମ୍ବା ଝରକା ଦେଇ କଠୋରୀରେ ପଡେ, ସେତେବେଳେ ଆଖିକୁ ଆରାମ ଲାଗିଥାଏ ।

ନିୟମିତ ଅବସର ନିଅନ୍ତୁ:-

ଘରେ ରହି ସ୍କ୍ରିନ ଆଗରେ କାମ କରିବା ସମୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ନିୟମିତ ବିରାମ ନେବା ଉଚିତ୍ । ନିରନ୍ତର ଭାବେ ସ୍କ୍ରିନ୍ ସମ୍ମୁଖରେ କାମ କରିବା ଦ୍ବାରା ଆଖି ଉପରେ ପ୍ରଭାବ ପଡିଥାଏ । ପ୍ରତି ଏକ ଘଣ୍ଟାରେ ୫ ମିନିଟ୍ ଆଖିକୁ ସ୍କ୍ରିନ୍ ସମ୍ମୁଖରୁ ଦୂରେଇ ରଖନ୍ତୁ । ଏହା ଆପଣଙ୍କ ଧ୍ୟାନ ଏବଂ ଏକାଗ୍ରତାକୁ ବୃଦ୍ଧି କରିଥାଏ । ତେଣୁ ନିୟମିତ ବିରାମ ନିଅନ୍ତୁ ।

ଆଖି ବ୍ୟାୟାମ ଅଭ୍ୟାସ କରନ୍ତୁ:-

ପ୍ରତି ୨୪ ଘଣ୍ଟା ଅର୍ଥାତ୍ ଗୋଟିଏ ଦିନରେ ନିଶ୍ଚିତ ଭାବେ ଆଖି ବ୍ୟାୟାମ ପାଇଁ ସମୟ ବାହାର କରନ୍ତୁ । କାହିଁକିନା ଆପଣଙ୍କ ଆଖି ହେଉ କିମ୍ବା ଅନ୍ୟାନ୍ୟ ମାଂସପେଶୀ ସୁସ୍ଥ ଏବଂ ଦୃଢ ରହିବା ପାଇଁ ବ୍ୟାୟାମ ଆବଶ୍ୟକତା କରନ୍ତି । ତେଣୁ ୨୦-୨୦-୨୦ ରୁଲ୍ ଆପଣାନ୍ତୁ । ଅର୍ଥାତ୍ ଘରେ ରହି କାମ କରିବା ସମୟରେ ପ୍ରତି ୨୦ ମିନିଟରେ ସ୍କିନ୍ ଠାରୁ ଆଖିକୁ ୨୦ ସେକେଣ୍ଡ ଦୂରେଇ ରଖନ୍ତୁ ଏବଂ କୌଣସି ଜିନିଷକୁ ୨୦ ଫୁଟ୍ ଦୂରରୁ ଦେଖନ୍ତୁ ।

ଆଖି ପତା ପକାଇବା ପାଇଁ ଭୁଲନ୍ତୁ ନାହିଁ:-

ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖିପତା ପ୍ରତି ୪ ସେକେଣ୍ଡରେ ଥରେ ପଡିଥାଏ । ମାତ୍ର କେତେକ ଅଧ୍ୟୟନରୁ ଜଣାପଡିଛି ଯେ, ସ୍କ୍ରିନ ସମ୍ମୁଖରେ କାମ କରିବା ଦ୍ବାରା ଏହା ଅଧାରୁ ଅଧିକ ହ୍ରାସ ହୋଇଥାଏ । ତେଣୁ ନିୟମିତ ଭାବେ ଆଖିପତା ପକାନ୍ତୁ, ଏହା ଆଖିକୁ ଆଦ୍ରତା ରଖିବା ସହ ଶୁଖିଲା ଏବଂ ଚିଡିଚିଡାରୁ ଆରାମ ଦେଇଥାଏ ।

ଅକ୍ଷର ସାଇଜ୍ ବଡ ବ୍ୟବହାର କରନ୍ତୁ:-

କମ୍ପ୍ୟୁଟର/ଲାପ୍‌ଟପ୍‌ର ଫଣ୍ଟ ବା ଅକ୍ଷର ସାଇଜ୍ ଉପରେ ମଧ୍ୟ ଆଖିର ସୁସ୍ଥତା ନିର୍ଭର କରିଥାଏ । କାରଣ ଛୋଟ ଛୋଟ ଅକ୍ଷରରେ କାମ କରିବା ଦ୍ବାରା ଏହା ଆଖି ଉପରେ ପ୍ରଭାବ ପକାଇଥାଏ । କାରଣ ଛୋଟ ସାଇଜ ଅକ୍ଷର ପଢିବା ସମୟରେ ଆଖିକୁ ଅଧିକ ଫୋକସ୍ କରିବାକୁ ପଡିଥାଏ । ତେଣୁ ସର୍ବଦା ସ୍କ୍ରିନ ଆଡଜେଷ୍ଟ କରନ୍ତୁ ଏବଂ ଫଣ୍ଟ ସାଇଜ୍ ବଡ ବ୍ୟବହାର କରନ୍ତୁ ।

ସଠିକ୍ ଲାଇଟ୍ ବ୍ୟବହାର କରନ୍ତୁ:-

ଅଧିକ ଆଲୋକ ଆଖି ପ୍ରତି ବିପଦ । ଲାପ୍‌ଟପ୍‌/କମ୍ପ୍ୟୁଟରର ଅଧିକ ଆଲୋକ କିମ୍ବା ଝରକାରୁ ସିଷ୍ଟମ ପରଦା ଉପରେ ପଡୁଥିବା ଆଲୋକ ଆଖି ଉପରେ ପ୍ରଭାବ ପକାଇଥାଏ । ତେଣୁ ଯଥା ସମ୍ଭବ ସିଷ୍ଟମ ଲାଇଟକୁ ବାଲାନ୍ସ କରନ୍ତୁ ଏବଂ ଝରକା କିମ୍ବା କବାଟରେ ପରଦା ଢାଙ୍କନ୍ତୁ।

ଶରୀରର ଆଦ୍ରତା ରକ୍ଷା କରନ୍ତୁ:-

ଆପଣଙ୍କ ଆଖି ସମେତ ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ହାଇଡ୍ରେଟ୍ ରୁହନ୍ତି ତେବେ ଆଖିକୁ ଶୁଖିଲା ଏବଂ ଚିଡଚିଡା ହେବାରୁ ରକ୍ଷା କରିପାରିବେ।

ଆଖି ପରୀକ୍ଷା କରନ୍ତୁ:-

କାର୍ଯ୍ୟାଳୟରେ ଆଖିର ସୁରକ୍ଷାକୁ ବଜାୟ ରଖିବା ପାଇଁ ନିୟମିତ ପରୀକ୍ଷା କରନ୍ତୁ । ଗୋଟିଏ ବର୍ଷରେ ଅତି କମରେ ଦୁଇ ଥର ଚକ୍ଷୁ ପରୀକ୍ଷା କରାଇ ନିଅନ୍ତୁ ଏବଂ ଚକ୍ଷୁକୁ ସୁସ୍ଥ ରଖନ୍ତୁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.