ETV Bharat / sukhibhava

ବର୍ଷା ଋତୁରେ ଆଉଟିଂ ଯୋଜନା ରହିଛି କି ? ଏହି ଟିପ୍ସ ଆପଣାଇଲେ ପାଖ ମାଡିବନି ସମସ୍ୟା

ବର୍ଷା ଋତୁରେ ଆଉଟିଂରେ ଯିବାର ଯୋଜନା ରହିଛି କି ? ତେବେ ସ୍ବାସ୍ଥ୍ୟ ସମସ୍ୟା ନେଇ ଆପଣ ଚିନ୍ତା କରୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଟିପ୍ସ

author img

By ETV Bharat Odisha Team

Published : Sep 5, 2023, 3:10 PM IST

Traveling in monsoons
Traveling in monsoons

ହାଇଦ୍ରାବାଦ: ସବୁ ଋତୁ ମଧ୍ୟରୁ ବର୍ଷା ଋତୁରେ ଅଘଧିକ ଶାନ୍ତି ମିଳିଥାଏ। ଏହି ଋତୁରେ ବାହାରକୁ ବୁଲି ଯିବା ପାଇଁଭଲ ଲାଗିଥାଏ। ଏହି ଋତୁରେ ପାଗ ଅଧିକ ଥଣ୍ଡା କିମ୍ବା ଗରମ ରହିନଥାଏ। ତେଣୁ ଏହି ଋତୁରେ ବାହାରକୁ ବୁଲି ଯିବା ପାଇଁ ସମସ୍ତେ ପସନ୍ଦ କରିଥାଆନ୍ତି। ଅନ୍ୟପଟେ ଏହି ଋତୁରେ ବର୍ଷା ଲାଗି ରହିବା ଯୋଗୁଁ ଅନେକ ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ। ଫଳରେ ସ୍ବାସ୍ଥ୍ୟ ବିଗିଡିବାର ସମ୍ଭାବନା ମଧ୍ୟ ରହିଥାଏ। ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଋତୁରେ ଆଉଟିଂରେ ଯିବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କୁହାଯାଇଛି।

କେତେବେଳେ ବର୍ଷା ହେବ?: ବାହାରକୁ ଯିବା ପୂର୍ବରୁ ସେଠାକାର ପାଣିପାଗ ବିଷୟରେ ଅବଗତ ରହିବା ଆବଶ୍ୟକ। ଦେଶର ପ୍ରାୟ ଅନେକ ସ୍ଥାନରେ ବର୍ଷା ଲାଗି ରହିଥାଏ। ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶରେ ଭୁସ୍ଖଳନ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ। ଫଳରେ ଏଭଳି ସ୍ଥାନକୁ ଯିବା ପୂର୍ବରୁ ସେଠାକାର ସ୍ଥିତି ବିଷୟରେ ଅବଗତ ରହିବା ଆବଶ୍ୟକ। ଯାହା ଦ୍ବାରା କୌଣସି ସମସ୍ୟା ହେବାର ସମ୍ଭବନା ମଧ୍ୟ ରହିବ ନାହିଁ।

ପୋଷାକର ଯତ୍ନ: ବର୍ଷା ଋତୁରେ ବାୟୁମଣ୍ଡଳର ଆଦ୍ରତା ଅଧିକ ରହିଥାଏ। ତେଣୁ ଏହି ଋତୁରେ ବାୟୁମଣ୍ଡଳର ଆଦ୍ରତା ଅନୁସାରେ ପୋଷାକ ପରିଧାନ କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଯେଉଁ ପୋଷାକ ଶୀଘ୍ର ଶୁଖିପାରିବ ସେଭଳି ପୋଷାକ ପରିଧାନ କରିବା ଆବଶ୍ୟକ। ଛତା, ରେଇନକୋର୍ଟ ଏବଂ ଓ୍ବାଟରପ୍ରୁଫ ଜାକେଟ ସାଙ୍ଗରେ ନେବା ଆବଶ୍ୟକ। ଏଥିପ୍ରତି ଧ୍ୟାନ ଦେଲେ ବର୍ଷା ଋତୁରେ ଆଉଟିଂରେ ଗଲେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏହାସହ ଓ୍ବାଟରପ୍ରୁଫ ଜୋତା ମଧ୍ୟ ପରିଧାନ କରନ୍ତୁ।

ଏହା ମଧ୍ୟ ପଢନ୍ତୁ: Water Borne Diseases: ବର୍ଷା ଋତୁରେ ବୃଦ୍ଧି ପାଏ ଜଳବାହିତ ରୋଗ, ଏହି ଟିପ୍ସ ଆପଣାଇ ନିଜକୁ ରଖନ୍ତୁ ସୁରକ୍ଷିତ

କହିବାକୁ ଗଲେ ବେଳେବେଳେ କୌଣସି ସୂଚନା ନଥାଇ ମଧ୍ୟ ବର୍ଷା ହୋଇଥାଏ। ପାଗ ଶୁଖିଲା ରହିବା ସହିତ ବର୍ଷାର ସମ୍ଭବନା ରହିନଥିଲେ ହେଁ ହଠାତ ବର୍ଷା ହୋଇଥାଏ। ତେଣୁ ବିଦ୍ୟୁତଉପକରଣ ସାମଗ୍ରୀ ନେଇ ବାହାରକୁ ଯାଇଥିବା ବେଳେ ଓ୍ବାଟରପ୍ରୁଫ ବ୍ୟାହ ବା ଯେଉଁ ବ୍ୟାହରେ ବର୍ଷା ପାଣି ପଡିବା ପରେ ମଧ୍ୟ ଭିତରେ ରହିଥିବା ସାମଗ୍ରୀ ଓଦା ହେବ ନାହିଁ ସେଭଳି ବ୍ୟାହ ସାଙ୍ଗରେ ନେବା ଉଚିତ।

ବର୍ଷା ଋତୁରେ ଶରୀର ଅଧିକ ଡିହାଇଡ୍ରେଟ ହୋଇଥାଏ। ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ଅଧିକ ପରିମାଣରେ ପାଣି ପିଇବା ଉଚିତ। କିନ୍ତୁ ବର୍ଷା ଋତୁରେ ପାଣିରେ ଅଧିକ ଦୂଷିତ ରହିଥାଏ। ଯାହାକି ଅନେକ ରୋଗର କାରଣ ସାଜିପାରେ। ତେଣୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି ନେଇ ଯିବା ଉଚିତ। ବର୍ଷା ଋତୁରେ ସ୍ଥାନ ପରିବର୍ତ୍ତନ ହେବା ଦ୍ବାରା ଏହାର ପ୍ରଭାବ ଶରୀର ଉପରେ ପଡିବାର ସମ୍ଭାବନା ଅଧିର ରହିଥାଏ। ବିଶେଷକରି ଜ୍ବର, ଥଣ୍ଡା ଏବଂ ମୁଣ୍ଡବ୍ୟଥା ଅଧିକ ଦେଖାଯାଏ। ତେଣୁ ଔଷଧ ସାଙ୍ଗରେ ନେଇ ଯିବା ପାଇଁ ପରାମର୍ଶ ଦିଆଯାଇଥାଏ। ଏହା ବ୍ୟତିତ ସ୍ବାସ୍ଥ୍ୟ ସମସ୍ୟା ସହିତ ଜଡିତ ଔଷଧ, ଲୋସନ ମଧ୍ୟ ପାଖରେ ରଖିବା ଦ୍ବାରା ରୋଗ ହେବାର ସମ୍ଭାବନା କମ ରହିଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.