ହାଇଦ୍ରାବାଦ: ଦୀର୍ଘବର୍ଷ ଧରି ସୋରିଷ ତେଲ କେଶର ଯତ୍ନ ପାଇଁ ବ୍ୟବହୃତ ହୋଇ ଆସୁଛି । ମାତ୍ର ବର୍ତ୍ତମାନ ସମୟରେ ସୋରିଷ ତେଲ ବ୍ୟବହାରକୁ ଅନେକ ଲୋକେ ନାପସନ୍ଦ କରୁଛନ୍ତି । ମାତ୍ର ସୋରିଷ ତେଲରେ ଅନେକ ଭଲଗୁଣ ଲୁଚି ରହିଛି, ଯଦି ଏହି ତେଲରେ ଲେମ୍ବୁ ରସ ମିଶ୍ରଣ ହୁଏ, ତେବେ ଏହାର ଦୁଇଗୁଣ ଲାଭ ମିଳିପାରିବ । ତେବେ ସୋରିଷ ତେଲରେ ଲେମ୍ବୁ ମିଶାଇ ବ୍ୟବହାର କରିବା ଦ୍ବାରା କେଶର କେଉଁ କେଉଁ ସମସ୍ୟାରୁ ମୁକ୍ତି ମୁକ୍ତି ମିଳେ ଜାଣନ୍ତୁ(Tips For Beautiful Hair)
କେଷକୁ ପୋଷଣ ଯୋଗାଏ: ବଜାରରେ ଅନେକ ପ୍ରକାରର କେଶ ପାଇଁ ପ୍ରଡକ୍ଟ ଉପଲବ୍ଧ ହେଉଛି, କିନ୍ତୁ ପ୍ରାକୃତିକ ଉପାୟରେ କେଶର ଯତ୍ନ ନେଇପାରିବେ, ଯାହା ସ୍ଥାୟୀ ପ୍ରଭାବ ପକାଇଥାଏ । ସୋରିଷ ତେଲ ଏଥିରେ ଆପଣଙ୍କୁ ସାହାଯ୍ୟ କରିପାରିବ । କେବଳ ଆୟୁର୍ବେଦ ନୁହେଁ, ଏଲୋପାଥି ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ, ଏହି ତେଲ କେଶରେ ଥିବା ପୁଷ୍ଟିକର ଅଭାବକୁ ଦୂର କରିପାରିବ ।
ରକ୍ତ ସଞ୍ଚାଳନ: ସଠିକ୍ ରକ୍ତ ପ୍ରବାହ ଅଭାବରୁ କେଶ ଝଡିବା ଆରମ୍ଭ ହୋଇଥାଏ । ଯଦି ରକ୍ତ ସଞ୍ଚାଳନକୁ ସଂଶୋଧନ କରିବାକୁ ଚାହାଁନ୍ତି, ତେବେ ସୋରିଷ ତେଲ ମାଲିସ୍ କରିବା ଜରୁରୀ । ଏଥିରେ ଲେମ୍ବୁ ମିଶାଇଲେ ଅତିରିକ୍ତ ତେଲ ସମସ୍ୟାରୁ(Extra Oil Problem) ମଧ୍ୟ ମୁକ୍ତି ମିଳିପାରେ ।
ପ୍ରାକୃତିକ କଣ୍ଡିସନର: ଯଦି ଆପଣ ଅନୁଭବ କରୁଛନ୍ତି ଯେ, ଆପଣଙ୍କ କେଶ ଶୁଖିଲା ଅଛି, ତେବେ ଆପଣଙ୍କୁ ସପ୍ତାହରେ ଥରେ କେଶରେ ସୋରିଷ ତେଲ ଲଗାଇବାକୁ ପଡିବ । ପୋଷଣ ବ୍ୟତୀତ ଏହା ଏକ ପ୍ରାକୃତିକ କଣ୍ଡିସନର ଭାବରେ କାର୍ଯ୍ୟ କରିବ ଏବଂ କେଶକୁ ସିଲ୍କ ରଖିବାରେ ସହାୟକ ହେବ ।
ଡେଣ୍ଡ୍ରଫ୍: ପାଣିପାଗ, ମଇଳା ଏବଂ ତେଲିଆ ତ୍ୱଚା କେଶରେ ଡେଣ୍ଡ୍ରଫ୍ ସୃଷ୍ଟି କରନ୍ତି । କେଶରୁ ଡେଣ୍ଡ୍ରଫ୍କୁ ଦୂର କରିବା ପାଇଁ, କେଶରେ ସୋରିଷ ତେଲ ଲଗାଇବା ଆରମ୍ଭ କରନ୍ତୁ । ଯଦି ଆପଣ ଏହାକୁ ପ୍ରତିଦିନ ପ୍ରୟୋଗ କରିପାରିବେ ନାହିଁ, ତେବେ ସପ୍ତାହରେ ଥରେ ଏହାକୁ ମାଲିସ୍ କରନ୍ତୁ । ତେଲ ଲଗାଇବାର ଏକ ଘଣ୍ଟା ପରେ କେଶକୁ ଧୋଇ ଦିଅନ୍ତୁ । ଏହା କେଶକୁ ସାଇନିଂ କରିଥାଏ ।
Disclaimer: ଉପରସ୍ତ ସମସ୍ତ ଟିପ୍ସ ସାଧାରଣ ଉପଚାର ନିମନ୍ତେ । କେଶରେ କୌଣସି ଜଟିଳ ସମସ୍ୟା କିମ୍ପା ଆଲର୍ଜି ପ୍ରୋବ୍ଲେମ ଥିଲେ କୌଣସି ବି ପ୍ରାକୃତିକ କିମ୍ବା କୃତିମ ଉପଚାର ଆପଣାଇବା ପୂର୍ବରୁ ଡାକ୍ତରୀ ପରାମର୍ଶ କରାଇନେବା ଏକାନ୍ତ ଆବଶ୍ୟକ ।