ETV Bharat / sukhibhava

ଏହି ତେଲରେ ପ୍ରସ୍ତୁତ କରନ୍ତୁ ମଶ୍ଚରାଇଜର: କାମୁଡିବନି ମଶା, ସ୍କିନ କରିବ ଗ୍ଲୋ ! - ମଶା ଦ୍ବାରା ବ୍ୟାପେ ଡେଙ୍ଗୁ ମ୍ୟାଲେରିଆ ଚିକେନଗୁନିଆ

ମଶା ଦ୍ବାରା ବ୍ୟାପୁଥିବା ଡେଙ୍ଗୁ ମ୍ୟାଲେରିଆ ଏବଂ ଚିକେନଗୁନିଆ ଇତ୍ୟାଦି ରୋଗ ଦ୍ବାରା ଲୋକେ ଅଧିକ ପ୍ରଭାବିତ ହୋଇଥାନ୍ତି । ଅନେକ ପ୍ରାଣ ବି ହରାଇଥାନ୍ତି । ଏପରି ପରିସ୍ଥିତିରେ ସଚେତନ ରହିବାକୁ ପରାମର୍ଶ ଦିଆଯାଇଥାଏ । କିଛି ଅତ୍ୟାବଶ୍ୟକ ତେଲ ମଧ୍ୟ ବ୍ୟବହାର କରି ଆମେ ମଶାଠାରୁ ଦୂରେଇ ରହିପାରିବା । ଅଧିକ ପଢନ୍ତୁ

ଏହି ତେଲରେ ପ୍ରସ୍ତୁତ କରନ୍ତୁ ମଶ୍ଚରାଇଜର, ମଶା ଠାରୁ ରକ୍ଷା ପାଇବା ସହ ସ୍କିନ କରିବ ଗ୍ଲୋ

author img

By

Published : Aug 20, 2023, 1:59 PM IST

ହାଇଦ୍ରାବାଦ: ମୌସୁମୀ ସମୟରେ ମଶା ଦ୍ବାରା ବ୍ୟାପୁଥିବା ରୋଗ ଏବଂ ସ୍କିନରେ ହେଉଥିବା ସଂକ୍ରମଣ ଲୋକଙ୍କ ସମସ୍ୟା ବଢାଇଥାଏ। ଫଳରେ ଅନେକ ଲୋକ ଯନ୍ତ୍ରଣା ଅନୁଭବ କରିବା ସହ ଅନେକ ଲୋକ ପ୍ରାଣ ବି ହରାଇଥାନ୍ତି । ମଶା ଏଡାଇବା ପାଇଁ ବଜାରରେ ଅନେକ ପ୍ରକାରର ଲୋସନ, ସ୍ପ୍ରେ ଏବଂ କଏଲ ଇତ୍ୟାଦି ଉପଲବ୍ଧ ହୋଇଥାଏ । କିନ୍ତୁ ଏହି ରାସାୟନିକ ଦ୍ରବ୍ୟ ଅନେକ କ୍ଷତି ବି ପହଞ୍ଚାଇପାରେ। ତେବେ ଏଭଳି ପରିସ୍ଥିତିରେ ମଶା ଠାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପଚାର ବେଶ ସହାୟକ ହୋଇଥାଏ । କିଛି ତେଲକୁ ମଶ୍ଚରାଇଜର ଭାବେ ବ୍ୟବହାର କଲେ ଏହା ମଶା ଏଡାଇବା ସହ ଚର୍ମକୁ ମଧ୍ୟ ସୁନ୍ଦର ଏବଂ ସୁସ୍ଥ ରଖେ ।

ମଶା କାମୁଡ଼ିବା ଦ୍ୱାରା ଚିକେନଗୁନିଆ, ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗ ମଧ୍ୟ ବ୍ୟାପିଥାଏ । ଏହା ଦ୍ବାରା ଚର୍ମରେ ମଧ୍ୟ ରାସେସ ବ୍ୟତୀତ ଅନେକ ସଂକ୍ରମଣ ହୋଇଥାଏ । ତେବେ ମଶାଙ୍କ ଠାରୁ ରକ୍ଷା ପାଇବା ଏବଂ ବ୍ୟାପୁଥିବା ରୋଗ ବିଷୟରେ ଲୋକଙ୍କୁ ସଚେତନତା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ 20ରେ ବିଶ୍ୱ ମଶା ଦିବସ ଭାବେ ପାଳନ କରାଯାଏ । ତେବେ ଏହି ଅବସରରେ ଜାଣନ୍ତୁ କିଛି ଘରୋଇ ଉପଚାରରେ ପ୍ରସ୍ତୁତ ତେଲ ବିଷୟରେ ଯାହା ପ୍ରାକୃତିକ ମଶ୍ଚରାଇଜର ଭାବେ ମଶା ଠାରୁ ରକ୍ଷା କରିବା ସହ ଚର୍ମ ପାଇଁ ବି ଭଲ ଲାଭଦାୟକ ହୋଇଥାଏ । ଏହି ତେଲ କିପରି ବ୍ୟବହାର କରିବେ । ଜାଣନ୍ତୁ

ନଡିଆ ତେଲ ଏବଂ ଲେମ୍ବୁ

ନଡିଆ ତେଲ ଚର୍ମ ପାଇଁ ବହୁତ ଭଲ । ଏହା ମଶା ଠାରୁ ମଧ୍ୟ ରକ୍ଷା କରେ । ଏଥିପାଇଁ ଲେମ୍ବୁକୁ ନଡ଼ିଆ ତେଲରେ ଭଲ ଭାବରେ ମିଶାଇ ଏକ ପାତ୍ରରେ ରଖନ୍ତୁ । ଏହି ତେଲକୁ ଚର୍ମରେ ଲଗାନ୍ତୁ ଏବଂ ହାଲୁକା ମାଲିସ୍ କରନ୍ତୁ । ଏହା ସହିତ, ଏହି ତେଲକୁ ନଖ ନିକଟରେ ଏବଂ ପାଦର ଆଙ୍ଗୁଠିରେ ମଧ୍ୟ ଲଗାନ୍ତୁ । ଏହା କେବଳ ଯେ ଚର୍ମକୁ ସୁସ୍ଥ ରଖେ ନାହିଁ ବରଂ ଏହାକୁ ମଶା ଠାରୁ ମଧ୍ୟ ରକ୍ଷା କରିଥାଏ ଏବଂ ଫଙ୍ଗଲ ସଂକ୍ରମଣର ଭୟକୁ ମଧ୍ୟ ଦୂର କରିଥାଏ ।

ପୁଦିନା ଏକ୍ସଟ୍ରାକ୍ଟ କିମ୍ବା ତେଲ

ପୁଦିନା ଏହାର ସତେଜ ସୁଗନ୍ଧ ସହ ମନକୁ ଖୁସି କରିଥାଏ । ପୁଦିନା ଏକ୍ସଟ୍ରାକ୍ଟକୁ ନଡ଼ିଆ ତେଲକୁ କିମ୍ବା ତେଲରେ ମିଶାଇ ବ୍ୟବହାର କରନ୍ତୁ । ଏହା ଦ୍ବାରା ମଶା କାମୁଡ଼ାରୁ ରକ୍ଷା ପାଇବେ ଏବଂ ଚର୍ମ ମଧ୍ୟ ପରିଷ୍କାର ଏବଂ ସ୍ୱଚ୍ଛ ହୋଇଯିବ ।

ଲାଭେଣ୍ଡର ତେଲ

ଲାଭେଣ୍ଡର ତେଲର ସୁଗନ୍ଧ ମନକୁ ଶାନ୍ତ କରିଥାଏ ଏବଂ ଏହି ତେଲ ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଟେ । ଯଦି ରାତିରେ ବାହାରକୁ ଯାଉଛନ୍ତି, ତେବେ କିଛି ବୁନ୍ଦା ଲାଭେଣ୍ଡର ତେଲ ଲଗାନ୍ତୁ । ଏହାଦ୍ବାରା ମଶାଠାରୁ ଦୂରରେ ରହିବେ ଏବଂ ମନ ମଧ୍ୟ ଶାନ୍ତ ରହିବ।

ଏହା ମଧ୍ୟ ପଢନ୍ତୁ: ମଶା ପାଇଁ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା, ସଚେତନତା ଜରୁରୀ

ସୋରିଷ ତେଲ ଏବଂ ଜୁଆଣି

ଗୋଟିଏ ଚାମଚ ସୋରିଷ ତେଲ ଏବଂ ଏକ ଚତୁର୍ଥାଂଶ ଟେବୁଲ ଚାମଚ ଜୁଆଣିକୁ ଏକ ପାତ୍ରରେ ରଖି ପ୍ରାୟ 5 ମିନିଟ୍ ପାଇଁ ରାନ୍ଧନ୍ତୁ। ତାପରେ ଏହି ତେଲକୁ ଥଣ୍ଡା ହେବାକୁ ରଖନ୍ତୁ । ପରେ ଏକ ପାତ୍ରରେ ଷ୍ଟୋର କରନ୍ତୁ । ଏହି ତେଲକୁ ବ୍ୟବହାର କଲେ ମଧ୍ୟ ମଶା ଠାରୁ ଦୂରେଇ ରହିପାରିବେ ।

ନିମ ତେଲ

ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣରେ ଭରପୁର ନିମ୍ ତେଲ ଚର୍ମରେ ଲଗାନ୍ତୁ । ଫଙ୍ଗଲ ସଂକ୍ରମଣରୁ ସୁରକ୍ଷିତ ରଖିବା ସହ ଏହି ତେଲ ଲଗାଇଲେ ମଶା ମଧ୍ୟ କାମୁଡ଼ିବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.