ହାଇଦ୍ରାବାଦ: ଶୀତଦିନେ ତାପମାତ୍ରା ହ୍ରାସ, ଥଣ୍ଡା ଜଳବାୟୁ ଏବଂ ପରିବେଶ ପାଇଁ ଆମକୁ ଅତ୍ୟଧିକ ଥଣ୍ଡା ଅନୁଭୂତ ହୁଏ । ତେବେ ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ଆମେ ଶୀତ ବସ୍ତ୍ର ଏବଂ ନିଆଁ ଜଳାଇ ଶରୀରରୁ ଗରମ ରଖିଥାଉ । କିନ୍ତୁ ଏସବୁ ଦ୍ବାରା ଶରୀରର ବାହାର ଗରମ ରହିଥାଏ ହେଲେ ଭିତରେ ନୁହଁ । ଏପରି ପରିସ୍ଥିତିରେ ଥଣ୍ଡା ହେତୁ ଜ୍ବର, ଥଣ୍ଡା ପରି ଅନେକ ସଂକ୍ରମଣ ଏବଂ ରୋଗର ଶିକାର ହୋଇଥାଉ । ତେବେ ଶରୀରରୁ ଭିତର ପଟୁ ଗରମ ରଖିବାରେ କିଛି ଖାଦ୍ୟ ପଦାର୍ଥ ସାହାଯ୍ୟ କରିଥାଏ । ତେବେ ଶୀତ ଋତୁରେ କେଉଁ ଖାଦ୍ୟ ସାମଗ୍ରୀ ଦ୍ବାରା ଆମେ ନିଜକୁ ଗରମ ଏବଂ ସୁରକ୍ଷିତ ରଖିପାରିବା । ଜାଣନ୍ତୁ,
ଅଦା
ଅଦା ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ । ଏଥିସହ ଏହା ଶରୀରରେ ରକ୍ତ ସଞ୍ଚାଳନ ସଠିକ ରଖିବାରେ ସାହାଯ୍ୟ କରେ ଏବଂ ରକ୍ତ ପ୍ରବାହକୁ ହ୍ରାସ କରିବାରେ ସାହାଯ୍ୟ କରେ । ଫଳରେ ଶୀତ ଦିନେ ଏହା ଖାଇବା ଦ୍ବାରା ଥଣ୍ଡା, କାଶ ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ଗୁଡ଼
ଶୀତଦିନେ ଗୁଡ଼ ଖାଇବା ଶରୀର ପ୍ରତି ବେଶ ଲାଭଦାୟକ ଅଟେ । ଏହା ଶରୀରକୁ ଗରମ ରଖେ ଏବଂ ଥଣ୍ଡା, କାଶରୁ ମୁକ୍ତି ଦେଇଥାଏ । ଏଥିସହ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ଇମ୍ୟୁନ ସିଷ୍ଟମକୁ ମଜବୁତ ରଖିଥାଏ ଏବଂ ଶରୀରକୁ ଆଇରମ ଅଭାବରୁ ମଧ୍ୟ ରକ୍ଷା କରିଥାଏ ।
ଘିଅ
ଶୀତଦିନେ ଦେଶୀ ଘିଅ ଖାଇବା ଶରୀର ପ୍ରତି ଅତ୍ୟନ୍ତି ପ୍ରଭାବଶାଳୀ ହୋଇଥାଏ । ଏହା ଖାଇବା ଦ୍ବାରା ଶରୀର ଉଷୁମ ରହିବା ସହ ହଜମ ପ୍ରକ୍ରିୟାରେ ଉନ୍ନତ ହୋଇଥାଏ । ଏଥିରେ ସୁସ୍ଥ ଚର୍ବି ମିଳିଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।
ନଟ୍ସ
ବାଦାମ, ଅଖରୋଟ, ଖଜୁରୀ, କାଜୁ ଭଳି ଡ୍ରାଏ ଫ୍ରୁଟ୍ସ ଫାଇବାର ଏବଂ ପ୍ରୋଟିନରେ ଭରପୁର ରହିଥାଏ । ଏଥିରେ ସୁସ୍ଥ ଚର୍ବି ମିଳିଥାଏ, ଯାହା ଶରୀରରୁ ଶକ୍ତି ଯୋଗାଇବା ସହ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗରମ ରଖିବାରେ ସାହାଯ୍ୟ କରିଥାଏ । ଏଣୁ ଶୀତଦିନେ ଡ୍ରାଏ ଫ୍ରୁଟ୍ସ ନିଜ ଡାଏଟରେ ସାମିଲ କରିବା ବେଶ ଗୁରୁତ୍ବପୂର୍ଣ୍ଣ ।
ଏହା ମଧ୍ୟ ପଢନ୍ତୁ: ଶୀତଦିନେ ଖାଆନ୍ତୁ ଏହି ଫଳ, ଏନର୍ଜି ସହ ଇମ୍ୟୁନିଟି ହେବ ବୃଦ୍ଧି
ଡାଲଚିନି
ଡାଲଚିନି ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ, ଯେଉଁ କାରଣରୁ ଶରୀର ଉତ୍ତାପ ପାଇଥାଏ । ଏଥିସହ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଉନ୍ନତ କରିଥାଏ ।