ETV Bharat / sukhibhava

ବିବାହ ସିଜିନ୍‌ରେ କେମିତି ସ୍ବାସ୍ଥ୍ୟର ଯତ୍ନ ନେବେ ମଧୁମେହ ରୋଗୀ, ଜାଣନ୍ତୁ

author img

By

Published : Feb 24, 2023, 12:56 PM IST

ବିବାହ ସିଜିନ୍‌ରେ ବଢିପାରେ ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ୟ ସମସ୍ୟା । ମଧୁମେହ ପରିଚାଳନା ପାଇଁ କେମିତି ନେବେ ସ୍ବାସ୍ଥ୍ୟର ଯତ୍ନ, ଜାଣନ୍ତୁ ।

Diabetes
Diabetes

ନୂଆଦିଲ୍ଲୀ: ବର୍ତ୍ତମାନ ଚାଲିଛି ବିବାହ ଋତୁ । ମସ୍ତି, ପାର୍ଟି ସାଙ୍ଗକୁ ଜମୁଛି ଭଳିକି ଭଳି ଖାଦ୍ୟର ଆସର । ଏହି ସମୟରେ ବିଗିଡିପାରେ ସ୍ବାସ୍ଥ୍ୟ । ବିଶେଷ କରି ମଧୁମେହ ରୋଗୀଙ୍କ ପାଇଁ ସମସ୍ୟା ଅଧିକ ହୋଇପାରେ । ପର୍ବ-ପର୍ବାଣି, ପାର୍ଟି ସମୟରେ ମଧୁମେହ ପରିଚାଳନା କରିବା ଟିକେ କଷ୍ଟକର । ତେବେ ଚିନ୍ତା କରନ୍ତୁ ନାହିଁ, ଏଥିପାଇଁ ଆଜିର ଆର୍ଟିକିଲରେ ଆମେ ନେଇଆସିଛୁ କେତେକ ଟିପ୍ସ, ଯାହା ଆପଣଙ୍କୁ ବିବାହ ପାର୍ଟିରେ ସୁସ୍ଥ ଓ ଏନର୍ଜେଟିକ୍ ରଖିପାରିବ ।

ଏକ ଆକ୍ସନ ପ୍ଲାନ୍ କରନ୍ତୁ: ଯଦି ଆପଣ ବିବାହ ପାର୍ଟି ପାଇଁ ଅନ୍ୟ ସହରକୁ ଯାତ୍ରା କରୁଛନ୍ତି, ତେବେ ଏହି ସମୟ ମଧ୍ୟରେ ଆପଣଙ୍କର ଔଷଧ କାର୍ଯ୍ୟସୂଚୀ, ଖାଦ୍ୟ ଏବଂ ଜୀବନଶୈଳୀକୁ କିପରି ପରିଚାଳନା କରାଯିବ ଡାକ୍ତରଙ୍କ ସହ ଆଗୁଆ କଥା ହୁଅନ୍ତୁ । କୌଣସି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ରଖନ୍ତୁ । ପ୍ରେସକ୍ରିପସନ୍ ସହିତ ଆବଶ୍ୟକ ଔଷଧ ସାଙ୍ଗରେ ନେବାକୁ ଆଦୌ ଭୁଲନ୍ତୁ ନାହିଁ ।

ସମର୍ଥନ ଖୋଜନ୍ତୁ: କୌଣସି ବନ୍ଧୁ ଏବଂ ପରିବାର ବର୍ଗଙ୍କ ସାହାଯ୍ୟ ନିଅନ୍ତୁ । ବ୍ୟସ୍ତତା ମଧ୍ୟରେ ମଧ୍ୟ ଯିଏ ଆପଣଙ୍କ ଯତ୍ନ ନେଇପାରୁଥିବେ ଏପରି ଜଣେ ବ୍ୟକ୍ତି ବାଛନ୍ତୁ । ବିଶେଷ କରି ଯିଏ ଔଷଧ ଖାଇବା ସମୟ ପ୍ରତି ସଚେତନ କରିପାରୁଥିବେ ତାଙ୍କ ସାହାଯ୍ୟ ନିଅନ୍ତୁ ।

ଦିନରେ ପ୍ରସ୍ତୁତ ରୁହନ୍ତୁ: ବ୍ୟାୟାମ କିମ୍ବା ଯୋଗ ସହିତ ଦିନ ଆରମ୍ଭ କରନ୍ତୁ, ଯାହା ରକ୍ତରେ ଶର୍କରା ସ୍ତର ଓ କ୍ୟାଲୋରୀକୁ ହ୍ରାସ କରିପାରେ ଏବଂ ଭୋକକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଇଭେଣ୍ଟକୁ ଯିବା ପୂର୍ବରୁ କମ୍ କାର୍ବୋହାଇଡ୍ରେଟ୍, ହାଇ ଫାଇବର ସ୍ନାକ୍ସ ଖାଆନ୍ତୁ । କିଛି ବାଦାମ କିମ୍ବା ସୁସ୍ଥ ସ୍ନାକ୍ସ ମଧ୍ୟ ସାଙ୍ଗରେ ନେଇପାରିବେ ।

ରକ୍ତରେ ଶର୍କରା ସ୍ତର ଉପରେ ନଜର ରଖନ୍ତୁ: ରକ୍ତରେ ଶର୍କରା ସ୍ତର ଉପରେ ନିଶ୍ଚିତ ନଜର ରଖନ୍ତୁ । ଖାଦ୍ୟରେ କଟକଣା ସମେତ ଶର୍କରା ଯାଞ୍ଚ ମିଟର୍ ରଖନ୍ତୁ । କ୍ରମାଗତ ଭାବରେ ପରୀକ୍ଷା କରନ୍ତୁ ଏବଂ ସେହି ହିସାବରେ ଖାଦ୍ୟପେୟରେ ପରିଣତ ଆଣନ୍ତୁ ।

ମଧୁମେହ ଅନୁକୂଳ ଖାଦ୍ୟ ବାଛନ୍ତୁ: ବିବାହ ସମୟରେ ମସଲା ଯୁକ୍ତ, ମିଠା ଓ ମାଂସ ଜାତୀୟ ଖାଦ୍ୟ ଅଧିକ ପ୍ରସ୍ତୁତ ହୋଇଥାଏ । ତେଣୁ ମଧୁମେହ ରୋଗୀ ଏହି ସବୁ ଖାଦ୍ୟଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ନଚେତ ପରବର୍ତ୍ତୀ ସମୟରେ ଏହା ଭାରି ପଡିପାରେ ।

ଅଭ୍ୟାସ ନିୟନ୍ତ୍ରଣ: ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ଯଦି ଆପଣ କିଛି ମିଠା କିମ୍ବା କେକ୍ ଖାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ରୂପେ ପରିମାଣ ଉପରେ ଧ୍ୟାନ ଦିଅନ୍ତୁ । ଲୋଭର ବଶବର୍ତ୍ତୀ ହୋଇ ଅତ୍ୟଧିକ ସ୍ବାସ୍ଥ୍ୟ ଅପକାରୀ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ସ୍ବାସ୍ଥ୍ୟ ପରିଚାଳନା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବାକୁ ଭୁଲନ୍ତୁ ନାହିଁ ।

ଚଳପ୍ରଚଳ କରନ୍ତୁ: ମଧୁମେହ ରୋଗୀଙ୍କ ପାଇଁ ମୁଖ୍ୟ ସମସ୍ୟା ମେଦବହୁଳତା । ଯଦି ଆପଣ ସାମାନ୍ୟ ଅଧିକ ଖାଦ୍ୟ ସେବନ କରୁଛନ୍ତି ଏବଂ ଖାଇବା ପରେ ବସି ରହୁଛନ୍ତି ତେବେ ଏହା ସମସ୍ୟା ସୃଷ୍ଟି କରିପାରେ । ତେଣୁ କିଛି ଶାରୀରିକ କାର୍ଯ୍ୟକଳାପ କରନ୍ତୁ, କିଛି ନହେଲେ ଆପଣ ନୃତ୍ୟ ମଧ୍ୟ କରିପାରିବେ । ଏସବୁ ସହ ସଠିକ୍ ଶୋଇବାକୁ ଭୁଲନ୍ତୁ ନାହିଁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.