ETV Bharat / sukhibhava

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସବୁ ଖାଦ୍ୟ - ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରକ ଫଳ

କୋରୋନା ଭାଇରସ୍ ଆସିବା ପରେ ରୋଗ ପ୍ରତିରୋଧକ ଶକ୍ତି କେତେ ଗୁରୁତ୍ବପୂର୍ଣ୍ଣ ତାହା ସମସ୍ତେ ପ୍ରାୟ ଜାଣି ସାରିଥିବେ । ତେଣୁ ପ୍ରତିଦିନ କେଉଁ ଖାଦ୍ୟ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଇବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଅଧିକ ପଢନ୍ତୁ

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସବୁ ଖାଦ୍ୟ

author img

By

Published : Dec 9, 2022, 10:39 PM IST

ହାଇଦ୍ରାବାଦ: ଶୀତ ଦିନରେ ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ଏହି ସମୟରେ ଶାରୀରିକ କାର୍ଯ୍ୟକଳାପ ମଧ୍ୟ ହୋଇନପାରିବାରୁ ନାନା ରୋଗ ସୃଷ୍ଟି ହୋଇଥାଏ । ତେଣୁ ପ୍ରତିରୋଧକ ଶକ୍ତି ବୃଦ୍ଧିକାରକ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ । ଆଜିର ଏହି ଆର୍ଟିକିଲରେ କେତେକ ସୁପର୍ ଫୁଡ୍ ବାବଦରେ ଆଲୋଚନା କରାଯାଇଛି, ଯାହା ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

କିୱି(Kiwi):-

ବିଭିନ୍ନ ଅଧ୍ୟୟନ ଅନୁଯାୟୀ କିୱି ଫଳର ଡେଙ୍ଗୁ ଏବଂ ଅନ୍ୟାନ୍ୟ ଲକ୍ଷଣ ଉପରେ ଏକ ଶକ୍ତିଶାଳୀ ଚିକିତ୍ସା ପ୍ରଭାବ ଥିବା ଦେଖିବାକୁ ମିଳିଛି । ଏଥିରେ କପର୍ ଥାଏ, ଯାହା ସୁସ୍ଥ ଲୋହିତ ରକ୍ତ କଣିକା ଉତ୍ପାଦନ ଏବଂ ସଂକ୍ରମଣ ପ୍ରତିରୋଧକୁ ବଢାଇବା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହା ପୋଟାସିୟମ୍, ଭିଟାମିନ୍-ଇ ଏବଂ ଭିଟାମିନ୍-ଏର ଏକ ସମୃଦ୍ଧ ଉତ୍ସ, ଯାହା ଶରୀରର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରଖେ ।

ଡାଳିମ୍ବ(Pomegranate):-

ଡାଳିମ୍ବରେ ଉଚ୍ଚ ଲୌହ ପଦାର୍ଥ ଭରପୂର ଥାଏ । ଡାଳିମ୍ବ ଖାଇବା ଦ୍ବାରା ଶରୀର ଉପରେ ସାମଗ୍ରିକ ସକରାତ୍ମକ ପ୍ରଭାବ ପଡିଥାଏ । ଏହା ଥକାପଣକୁ ଦୂର କରେ ।

କାଗେଜି ଲେମ୍ବୁ(Malta)

କାଗେଜି ଲେମ୍ବୁ ବା ମଲ୍ଟାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍-ସି ର ମାତ୍ରା ଅଧିକ ଥାଏ । ଏହା ଶରୀରକୁ ଥକ୍କାପଣ ଦୂର କରିବା ସହିତ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଦୈନିକ ଏକ କପ୍ ମଲ୍ଟା ଜୁସ୍ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇଥାଏ ।

ପଇଡ ପାଣି(Coconut Water):-

ପଇଡ ପାଣି ଏକ ପ୍ରାକୃତିକ ଉତ୍ସ, ଯାହା ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଏବଂ ଇଲେକ୍ଟ୍ରୋଲାଇଟ୍ ଯୋଗାଇଥାଏ । ପଇଡ ପାଣିରେ ପର୍ଯ୍ୟାପ୍ତ ପରିମାଣର ଖଣିଜ ପଦାର୍ଥ ଏବଂ ଲୁଣ ରହିଥାଏ ଯାହା ଶରୀରକୁ ହାଇଡ୍ରେଟ୍ ରଖେ ।

ଡ୍ରାଗନ ଫୃଟ୍ସ(Dragon Fruit):-

ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ, ଉଚ୍ଚ ଫାଇବର ଏବଂ ଆଇରନ୍ ସାମଗ୍ରୀ ସହିତ ପ୍ୟାକ୍ ହେବା ସହିତ ଏହା ଭିଟାମିନ୍-ସିର ଏକ ସମୃଦ୍ଧ ଉତ୍ସ । ଡ୍ରାଗନ ଫୃଟ୍ସ ରୋଗୀଙ୍କ ସେଲୁଲାର୍ ପ୍ରତିରୋଧକ ଶକ୍ତି ବଢାଇଥାଏ । ଡ୍ରାଗନ ଫୃଟ୍ସ ହାଡର ଶକ୍ତି ପୁନରୁଦ୍ଧାରରେ ସାହାଯ୍ୟ କରିଥାଏ । ଏହାର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଗୁଣ ପାଇଁ ହିମୋଗ୍ଲୋବିନ୍ ମଧ୍ୟ ବୃଦ୍ଧି ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.