ETV Bharat / sukhibhava

ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ ବିପଦକୁ ହ୍ରାସ କରିପାରିବେ ଏହି ସବୁ ଖାଦ୍ୟ

author img

By

Published : Apr 20, 2023, 4:59 PM IST

ମହିଳାମାନଙ୍କର ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ(PCOS)କୁ ଏଡାଇବା ପାଇଁ କେଉଁ କେଉଁ ଖାଦ୍ୟ ସହାୟକୁ ହୁଏ ଜାଣନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ପ୍ରସବ ସମୟରେ ଅଧିକାଂଶ ମହିଳାଙ୍କର ଦେଖା ଯାଉଥିବା ଏକ ସ୍ବାସ୍ଥ୍ୟ ସମସ୍ୟା ହେଉଛି ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ(PCOS) । ପରିସଂଖ୍ୟାନ ଅନୁସାରେ ପ୍ରତି 10 ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି । ବାସ୍ତବରେ, 40 ବର୍ଷ ବୟସ ପୂର୍ବରୁ, PCOS ଥିବା 50%ରୁ ଅଧିକ ମହିଳା ମଧୁମେହ କିମ୍ବା ପ୍ରି-ଡାଇବେଟିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି । ଏହି କାରଣରୁ ପ୍ରସବ ପରେ ଶାରୀରିକ ଓଜନ ସାଙ୍ଗକୁ କେଶ ଝଡିବା, ଋତୁସ୍ରାବରେ ଅନିୟମିତତା, ତ୍ବଚାରେ ପିମ୍ପଲ୍ସ ଆଦି ସମସ୍ୟା ଦେଖାଯାଏ । ଏହାର ଚିକିତ୍ସା ଥିଲେ ମଧ୍ୟ ଖାଦ୍ୟପେୟ ମାଧ୍ୟମରେ ବିପଦକୁ କେତେକାଂଶରେ ଏଡାଇ ଦିଆଯାଇ ପାରିବ । କଣ ସେହି ସବୁ ଖାଦ୍ୟପେୟ, ଯାହା PCOSକୁ ମାତ୍ ଦେଇପାରିବ, ଜାଣନ୍ତୁ...

ଆଲମଣ୍ଡ: ଆଲମଣ୍ଡରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ଆଲମଣ୍ଡ ଫ୍ରି ଆଣ୍ଡ୍ରୋଜେନ୍ ଇଣ୍ଡେକ୍ସ ଏବଂ ଟେଷ୍ଟୋଷ୍ଟେରନ୍ ସ୍ତରକୁ ହ୍ରାସ କରିପାରିବ ଯାହା ବ୍ରଣ, ମୁଖ କେଶ ଏବଂ ଅନ୍ୟାନ୍ୟ ଲକ୍ଷଣକୁ ଦୂର କରିପାରିବ ।

ବୋଇତାଳୁ ବା କଖାରୁ ମଞ୍ଜି: ଏହା ଏକ ଏନଜାଇମ ଧାରଣ କରିଥିବା ଖାଦ୍ୟ, ଯାହାକି ଟେଷ୍ଟୋଷ୍ଟେରନର DHTରେ ରୂପାନ୍ତରକୁ ଅବରୋଧ କରେ । ଫଳରେ ବ୍ରଣ, କେଶ ଝଡିବା ଏବଂ ମୁଖରେ ଲୋମ ବୃଦ୍ଧିକୁ ଦୂର କରାଯାଇପାରେ । କଖାରୁ ମଞ୍ଜିରେ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ମଧ୍ୟ ରହିଥାଏ, ଯାହା ହରମନ୍ କାର୍ଯ୍ୟକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ସଲମୋନ: ଏହି ମାଛରେ ଓମେଗା-3 ଫ୍ୟାଟି ଏସିଡ ଭରପୂର ଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ଖାଇବା ଦ୍ବାରା ଟେଷ୍ଟୋଷ୍ଟେରନ୍, ପ୍ରଦାହ, କୋଲେଷ୍ଟ୍ରୋଲ୍ କମ୍ ହୋଇପାରେ । ଇନସୁଲିନ୍ ପ୍ରତିରୋଧକୁ ଉନ୍ନତ କରିବା ଏବଂ ମାସିକ ଋତୁସ୍ରାବ ନିୟନ୍ତ୍ରଣ କରିବା ପାଇଁ ଓମେଗା-3 ଫ୍ୟାଟି ଏସିଡ୍ ବେଶ୍ ଉପକାରୀ ।

ଏହା ସାଙ୍ଗକୁ ହାଇ ଫାଇବର ଡାଏଟ ନିଅନ୍ତୁ । ପ୍ରଚୁର ଫଳ, ପନିପରିବା, ହୋଲ୍ ଗ୍ରେନ୍‌, ବ୍ରୋକୋଲି, ଫୁଲକୋବି, ବିନ୍‌, ଡାଲି, କନ୍ଦମୂଳ ନିୟମିତ ଖାଆନ୍ତୁ । ଦିନ ସାରା ସ୍ୱଳ୍ପ ପରିମାଣରେ ୪ରୁ ୬ ଥର ଖାଦ୍ୟ ଖାଆନ୍ତୁ । ଏହା ବ୍ଲଡ୍ ସୁଗାର ଲେବେଲରେ ସହାୟକ ହେବ । ମାଛ, ଚିକେନ ସ୍ବଳ୍ପ ପରିମାଣରେ ଖାଆନ୍ତୁ । ପ୍ରଦାହ ନିରୋଧୀ ଖାଦ୍ୟ ଓ ହଳଦୀ, ଟମାଟୋ, ପୋଇ, ଆଲମଣ୍ଡ ଓ ୱଲନଟ ଆଦି ଆହାର ଅନ୍ତର୍ଭୁକ୍ତ କରନ୍ତୁ ।

କେଉଁସବୁ ଖାଦ୍ୟରୁ ଦୂରେଇ ରହିବେ: ହ୍ୱାଇଟ ବ୍ରେଡ୍, ମଫିନ, ପାସ୍ତା, ନୁଡଲ୍ସ , ପିଜା, ହ୍ୱାଇଟ ରାଇସ ଭଳି ଅଧିକ ମାତ୍ରାରେ ରିଫାଇନଡ୍ କାର୍ବୋହାଇଡ୍ରେଟସ ଥିବା ଖାଦ୍ୟଠୁ ଦୂରେଇ ରୁହନ୍ତୁ । ଅଧିକ ଚିନିଯୁକ୍ତ ସ୍ନାକ୍ସ, ପାନୀୟ, ସୋଡା ଓ ଜୁସ୍‌, ଏନର୍ଜି ଡ୍ରିଙ୍କ୍‌ସ୍‌, କେକ୍‌, କ୍ୟାଣ୍ଡି, କୁକି, ମିଠା ଦହି ଆଦି ସେବନଠୁ ଦୂରେଇ ରୁହନ୍ତୁ । ପ୍ରକ୍ରିୟାକୃତ ଖାଦ୍ୟ, ରେଡ୍ ମିଟ୍‌, ସସ୍‌ରୁ ବି ଦୂରେଇ ରହନ୍ତୁ । ରିଫାଇନଡ୍ କାର୍ବୋହାଇଡ୍ରେଟ୍ ପ୍ରଦାହ, ଇନ୍‌ସୁଲିନ୍‌ ରେସିଟାନସ୍ ସୃଷ୍ଟି କରେ । ଜେନେଟିକାଲି ମୋଡିଫାଏଡ୍ ଖାଦ୍ୟରୁ ଦୂରେଇ ରହନ୍ତୁ । ପକୋଡା, ପୁରୀ ଭଳି ଛଣା ଖାଦ୍ୟରୁ ବି ଦୂରେଇ ରହନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.