ହାଇଦ୍ରାବାଦ: କାଜଲ ଆମ ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ, କାଜଲ ଲଗାଇବା ଦ୍ବାରା ଆଖିରେ ସଠିକ୍ ଆକୃତି ଆସିଥାଏ ଏବଂ ଆଖି ଆକର୍ଷଣୀୟ ଦେଖାଯାଏ । ଆହୁରି ମଧ୍ୟ, କାଜଲ୍ ଲଗାଇବା ଦ୍ବାରା ଷ୍ଟାଇଲିସ୍ ଏବଂ ଚେହେରା ଅଧିକ ବୋଲ୍ଡ ଏବଂ ଉଜ୍ଜ୍ୱଳ ହୋଇଯାଏ । କିନ୍ତୁ ଆପଣ ଜାଣନ୍ତି କି ପ୍ରତିଦିନ କାଜଲ ଲଗାଇବା ଦ୍ୱାରା ଆଖି ଉପରେ କୁପ୍ରଭାବ ପଡିଥାଏ ବୋଲି(kajal Effect on eye) ?
ବାସ୍ତବରେ, ଯଦି ଆପଣ ପ୍ରତିଦିନ କାଜଲ ଲଗାନ୍ତି ଏବଂ ଗୋଟିଏ ଦିନ ଲଗାଇବାକୁ ଭୁଲି ଯାଆନ୍ତି, କିମ୍ବା ସମୟ ଅଭାବରୁ ନ ଲଗାଇ ପାରନ୍ତି, ତେବେ ଆଖି ଭିନ୍ନ ଦେଖାଯିବା ଏବଂ ଆଖିର ଚର୍ମରେ ମଧ୍ୟ ପରିବର୍ତ୍ତନ ଆସିଥିବା ଅନୁଭବ କରିଥିବେ ନିଶ୍ଚୟ । ସେହିପରି ନିୟମିତ କାଜଲ ଲଗାଇବା ଦ୍ବାରା ଆଖିରେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ(kajal Sight Effect) । ନିମ୍ନରେ ଏନେଇ ଅଧିକ ବର୍ଣ୍ଣନା କରାଯାଇଛି...
ଆଖିରେ ଆଲର୍ଜି ଆଶଙ୍କା:-
ଯଦି ଆପଣ ପ୍ରତିଦିନ କାଜଲ ଲଗାନ୍ତି, ତେବେ ଏହା ଆଖିରେ ଆଲର୍ଜି ପ୍ରତିକ୍ରିୟା ସୃଷ୍ଟି କରିପାରେ । ବିଶେଷକରି ଯଦି ଆପଣ ବଜାରରୁ କିଣାଯାଇଥିବା ରାସାୟନିକ କାଜଲ ବ୍ୟବହାର କରନ୍ତି, ତେବେ ଏହି ମସ୍କୋରା ଆଖିରେ ପ୍ରତିକ୍ରିୟା ସୃଷ୍ଟି କରିପାରେ, ଯାହା ଆପଣଙ୍କ ଆଖିରେ କୁଞ୍ଚନ ଏବଂ ଅନ୍ୟାନ୍ୟ ସମସ୍ୟାର କାରଣ ହେବ । ତେଣୁ ଘରେ ତିଆରି କାଜଲ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ ।
ବୃଦ୍ଧି ପାଏ ଡାର୍କ ସର୍କଲ:-
ନିଶ୍ଚିତ ଭାବେ ଚିହ୍ନଟ କରିଥିବେ ଯେ, ନିୟମିତ କାଜଲ ଲଗାଇବା ଦ୍ବାରା ଆଖି ଚାରିପାଖରେ ଡାର୍କସର୍କଲ ଜମା ହୋଇରହୁଛି । ଏହି ଡାର୍କ ସର୍କଲଗୁଡିକ ସହଜରେ ଦୂରେଇ ଯାଏ ନାହିଁ ଏବଂ ଯେତେବେଳେ ଆପଣ କାଜଲ ପ୍ରୟୋଗ ନକରି ବାହାରକୁ ଯାଆନ୍ତି, ଏହି ବୃତ୍ତାକାର ଡାର୍କସର୍କଲ ଦେଖାଯାଇଥାଏ ।
ଆଖି ତଳେ କୁଣ୍ଡେଇ ହୋଇପାରେ:-
ପ୍ରତିଦିନ କାଜଲ ପ୍ରୟୋଗ କରିବାଦ୍ବାରା ଆଖି ତଳେ କୁଞ୍ଚନ ବୃଦ୍ଧି ହେବା ସହ କୁଣ୍ଡେଇ ହୋଇଥାଏ ମଧ୍ୟ । ଏପରି ପରିସ୍ଥିତିରେ, ପ୍ରତିଦିନ କାଜଲ ପ୍ରୟୋଗରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଏହା ଆଖି ଉପରେ ସିଧାସଳଖ ପ୍ରଭାବ ପକାଇପାରେ ।
ଆଖି ସମସ୍ୟା ହୋଇପାରେ:-
ଯେଉଁମାନେ ପ୍ରତିଦିନ କାଜଲ ପ୍ରୟୋଗ କରନ୍ତି ସେମାନେ ପ୍ରାୟତ ଆଖିର ଡ୍ରାଏ(ଶୁଖିଲା) ହେବା ଭଳି ସମସ୍ୟା ଅନୁଭବ କରିପାରନ୍ତି । ପ୍ରତିଦିନ କାଜଲ ପ୍ରୟୋଗ କରିବା ଦ୍ବାରା ଆଖିରେ ଥିବା ଜଳୀୟ ଅଂଶ ହ୍ରାସ ପାଇବାକୁ ଲାଗିଥାଏ । ବେଳେବେଳେ ଏହା ଆଖିରେ ଜ୍ବଳନ ସୃଷ୍ଟି କରିପାରେ । ଏହା ମଧ୍ୟ ଅନୁଭବ କରିପାରନ୍ତି ଯେ, କାଜଲ ପ୍ରୟୋଗ କାରଣରୁ ଆଖିର ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇପାରେ ।
ଆଖି ସଂକ୍ରମଣର ଆଶଙ୍କା ବୃଦ୍ଧି:-
ପ୍ରତିଦିନ କାଜଲ ଲଗାଇଲେ ଆଖିର ସଂକ୍ରମଣ ବଢିପାରେ । ପ୍ରତିଦିନ କାଜଲ ପ୍ରୟୋଗ କରିବା ଦ୍ବାରା, ଏହାର ରାସାୟନିକ ପଦାର୍ଥ ଆଖିରେ ପ୍ରତିକ୍ରିୟା ସୃଷ୍ଟି କରିପାରେ । ଆହୁରି ମଧ୍ୟ, ଯଦି ମସ୍କରା ବା କାଜଲକୁ ଏକାଧିକ ବ୍ୟକ୍ତି ବ୍ୟବହାର କରୁଥାନ୍ତି ତେବେ ଏହା ଜଟିଳ ଆଖି ସଂକ୍ରମଣର କାରଣ ହୋଇପାରେ । ତେଣୁ, ଏହି ସବୁ ପରିସ୍ଥିତିକୁ ଏଡାଇବା ପାଇଁ, ବିନା କେମିକାଲରେ ପ୍ରସ୍ତୁତ କାଜଲ ବ୍ୟବହାର କରିବା ସହ ଗୋଟିଏ କାଜଲକୁ ଜଣେ ବ୍ୟକ୍ତି ବ୍ୟବହାର ଉପରେ ଧ୍ୟାନ ଦେବା ଉଚିତ୍ । ଏହା ସହ ନିୟମିତ କାଜଲ ପ୍ରୟୋଗ ଠାରୁ ମଧ୍ୟ ଦୂରେଇ ରହିବା ଆଖି ପାଇଁ ଭଲ ।