ETV Bharat / sukhibhava

ଶରୀରର କିଛି ଅଂଶକୁ ଛୁଇଁଲେ ସଂକ୍ରମଣ ଆଶଙ୍କା, ହୋଇପାରେ ଏହି ରୋଗ

ବାରମ୍ବାର ନାକ, ଆଖି ଏବଂ ନାକ କୁଣ୍ଡାଉଥିଲେ ହୋଇଯାଆନ୍ତୁ ସାବଧାନ! ନତେଚ ହୋଇପାରେ ଏହି ରୋଗ

spreads rapidly by scratching head
spreads rapidly by scratching head
author img

By

Published : Aug 17, 2023, 6:05 PM IST

Updated : Aug 17, 2023, 6:32 PM IST

ହାଇଦ୍ରାବାଦ: ଆଜିକା ସମୟରେ ମଧ୍ୟ କିଛି ଲୋକଙ୍କର ମୁଣ୍ଡ, ନାକ କିମ୍ବା କାନକୁ ବାରମ୍ବାର କୁଣ୍ଡାଇବା ଅଭ୍ୟାସ ରହିଛି। ଆଖି କୁଣ୍ଡାଇ ହେଲେ କୁଣ୍ଡାଇ ପୁଣି ସେହି ହାତର ନଖକୁ ଖାଇ ଥାଆନ୍ତି । ଯଦି ଆପଣଙ୍କର ମଧ୍ୟ ଏହି ଅଭ୍ୟାସ ରହିଛି ତାହେଲେ ହୋଇଯାଆନ୍ତୁ ସାବଧାନ ! ନଚେତ ହୋଇପାରନ୍ତି ରୋଗର ଶିକାର । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଅଙ୍ଗଗୁଡ଼ିକୁ କ୍ରମାଗତ ଭାବରେ ସ୍ପର୍ଶ କରିବା ଦ୍ବାରା ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ ।

ବିଶେଷଜ୍ଞଙ୍କ ଅନୁଯାୟୀ, ବୟସ୍କଙ୍କ ତୁଳନାରେ ଏହି ଅଭ୍ୟାସ ସାଧାରଣତଃ ପିଲାମାନଙ୍କଠାରେ ଦେଖାଯାଏ । ନାକ, କାନ ଏବଂ ଆଖିରୁ ହେଉଥିବା ସଂକ୍ରମଣ ଦ୍ବାରା ପେଟରେ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । କାରଣ କିଛି ଲୋକ ହାତ ନଧୋଇ ଖାଇବା ଦ୍ବାରା ଉକ୍ତ ଜୀବାଣୁ, କିଟାଣୁ ଶରୀରର ମଧ୍ୟକୁ ପ୍ରବେଶ କରିଥାଆନ୍ତି । ଯାହାକି ପେଟ ସଂକ୍ରମଣର ଏକ ମୁଖ୍ୟ କାରଣ ଅଟେ ।

ଉତ୍ତରପ୍ରଦେଶ ବଳରାମପୁର ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଡାକ୍ତର ନରେନ୍ଦ୍ର ଦେବ କହିଛନ୍ତି,"ଅନେକ ଝିଅ ଏପରି ରହିଛନ୍ତି ଯେଉମାନଙ୍କର ମୁହଁକୁ ଛୁଇଁବାର ଅଭ୍ୟାସ ରହିଛି । ମୁହଁରେ ବାରମ୍ବାର ହାତ ମାରି ଥାଆନ୍ତି । ଯେଉଁ କାରଣରୁ ତ୍ବଚାରେ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ହାତରେ ରହିଥିବା ଝାଳ ଏବଂ ମଇଳା ମୁହଁରେ ଲାଗିଥାଏ । ଏହି କାରଣରୁ ଚର୍ମ ସମସ୍ୟା ବୃଦ୍ଧି ପାଇଥାଏ ।" ତେବେ ନଖ କାମୁଡ଼ିବା ଖରାପ ଅଭ୍ୟାସକୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ପ୍ରାୟ 25 ପ୍ରତିଶତ ଯୁବକ ଏବଂ ପାଞ୍ଚ ପ୍ରତିଶତ ବୟସ୍କ ଲୋକଙ୍କର ନଖ କାମୁଡ଼ିବାର ଅଭ୍ୟାସ ରହିଛି । ୪ରୁ ୫ ବର୍ଷର ପିଲାମାନଙ୍କଠାରେ ନଖ କାମୁଡ଼ିବାର ଅଭ୍ୟାସ ଅଧିକ । ଯାହା କିଶୋର ଅବସ୍ଥାରେ ଆହୁରି ବୃଦ୍ଧି ପାଇବାରେ ଲାଗିଛି । ପିଲାମାନଙ୍କର ହାତ ଏବଂ ନଖରେ ଅନେକ ଜୀବାଣୁ ଏବଂ ଜୀବାଣୁ ରହିପାରେ ।

ଏହା ମଧ୍ୟ ପଢନ୍ତୁ: Sunscreen Cause Cancer: ସନସ୍କ୍ରିନ ଯୋଗୁଁ ଚର୍ମ କର୍କଟ ହୋଇପାରେ କି ? ଏହା କହିଲେ ବିଶେଷଜ୍ଞ

ନାକ ସଂକ୍ରମଣରୁ ଦୂରେଇ ରହିବା ଉଚିତ୍‌: ଡାକ୍ତର ନରେନ୍ଦ୍ର ଦେବଙ୍କ ମୁତାବକ, "ଛୋଟ ପିଲାମାନେ ପ୍ରାୟତଃ ନାକରେ ଆଙ୍ଗୁଠି ଭର୍ତ୍ତି କରି ଥାଆନ୍ତି । ଛୋଟ ଛୁଆଙ୍କ କ୍ଷେତ୍ରରେ ବୁଝିବା ଶକ୍ତି ନଥିବାକୁ ପରିବାର ଲୋକେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ପିଲାମାନଙ୍କ ବ୍ୟତୀତ ବୟସ୍କମାନେ ମଧ୍ୟ ଆଖି ପରି ଆଙ୍ଗୁଠି ସାହାଯ୍ୟରେ କାନ ଏବଂ ନାକକୁ ସଫା କରନ୍ତି । କିନ୍ତୁ କେବେ ଭାବନ୍ତି ନାହିଁ ଯେ, ଏହା ସଂକ୍ରମଣର କାରଣ ସାଜିପାରେ । ନାକ କୁଣ୍ଡାଇବା ଦ୍ବାରା ହାତର ଜୀବାଣୁ ନାକ ଭିତରକୁ ଯାଇଥାଏ । ଏହାଦ୍ବାରା ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ପ୍ରତ୍ୟେକ ଥର ନାକ ସଫା କରିବା ପରେ କେହି ହାତ ଧୋଇନଥାନ୍ତି । ତେଣୁ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ । ଏଭଳି ସ୍ଥଳେ ପରିଷ୍କାର ପରିଚ୍ଛନ୍ନତା ରହିବା ଆବଶ୍ୟକ ।"

କାନ: ଆଙ୍ଗୁଠିରେ କାନ ସଫା କରିବା ମଧ୍ୟ ଏକ ଖରାପ ଅଭ୍ୟାସ । ଆଙ୍ଗୁଠି କିମ୍ବା ଅନ୍ୟ କୌଣସି ଜିନିଷ କାନରେ ଭର୍ତ୍ତିକରିବା ଉଚିତ ନୁହେଁ ବୋଲି ଡାକ୍ତର କହିଛନ୍ତି । କାନକୁ ଆଙ୍ଗୁଠି ସାହାଯ୍ୟରେ ସଫା କରିବା ଦ୍ବାରା ନଖରେ ମଇଳା ବାହାରକୁ ଆସିଥାଏ । ଖାଦ୍ୟ ଗ୍ରହଣ କରିବା ସମୟରେ ହାତ ନଧୋଇ ଖାଇବା ଦ୍ବାରା ଅନେକ ରୋଗ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ ବୋଲି ଡାକ୍ତର କହିଛନ୍ତି । ପେଟରେ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଅନ୍ୟପଟେ ନଖରେ କାନ କୁଣ୍ଡାଇବା ଦ୍ବାରା କାନର ଭିତର ଅଂଶ କ୍ଷତି ହେବାର ସମ୍ଭାବନା ରହିଥାଏ ବୋଲି ଡାକ୍ତର କହିଛନ୍ତି ।

ଆଖି: ବଳରାମପୁର ଡାକ୍ତରଖାନାର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କହିଛନ୍ତି ଯେ, "କିଛି ଲୋକଙ୍କର ଆଖି ଘଷିବାର ଅଭ୍ୟାସ ଅଛି । ଏହା ଯନ୍ତ୍ରଣା ହେତୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ଲୋକମାନେ ତୁରନ୍ତ ଆଖିକୁ ଘଷି ଦେଇଥାଆନ୍ତି । ପରବର୍ତ୍ତୀ ସମୟରେ ଏହା ଅତ୍ୟଧିକ ସମ୍ବେଦନଶୀଳ ହୋଇଥାଏ । କାରଣ ଏହା ଦ୍ବାରା ସଂକ୍ରମଣ ହେବାର ସମ୍ଭବନା ଅଧିକ ରହିଥାଏ । ଆଖିଧରା ରୋଗ ମଧ୍ୟ ଶୀଘ୍ର ବ୍ୟାପିବାର ସମ୍ଭାବନା ରହିଥାଏ । ଯଦି ଆପଣ ଏକ ରୁମାଲରେ ଆଖି ପୋଛୁଛନ୍ତି ତାହେଲେ ତାହା ଅନ୍ୟ କେହି ବ୍ୟବହାର କରିବା ଉଚିତ ନୁହେଁ । କାରଣ ଏହା ଅନ୍ୟ କୌଣସି ବ୍ୟକ୍ତି ବ୍ୟବହାର କରିବା ଦ୍ବାରା ଆଖି ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ ।"

କହିରଖୁଛି କି, ଏଭଳି ଅଭ୍ୟାସ ପାଇଁ ଆଖି, ନାକ ଏବଂ କାନର ସଂକ୍ରମଣ ଅଧିକା ଦେଖାଯାଇଥାଏ । ଏଭଳି ଅଭ୍ୟାସରୁ ଦୂରେଇ ରହିବା ଦ୍ବାରା ସୁସ୍ଥ ରହି ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 17, 2023, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.