ETV Bharat / sukhibhava

କ୍ୟାନ୍ସର ବିପଦ ଦୂର କରିବା ପାଇଁ ଏହି ସୁବ ଅଭ୍ୟାସକୁ କରନ୍ତୁ ବାଏବାଏ

ବିଶ୍ୟବ୍ୟାପୀ ବୃଦ୍ଧି ପାଉଛି କର୍କଟ ରୋଗ । ଆମ ଦେଶରେ ମଧ୍ୟ ଏହାର ପ୍ରଭାବ କିଛି କମ୍ ନାହିଁ । ଅଧିକାଂଶ ଲୋକେ ବିଭିନ୍ନ ପ୍ରକାର କର୍କଟର ଶିକାର ହେଉଛନ୍ତି । ଏହାର ମୁଖ୍ୟ କାରଣ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖରାପ ଖାଦ୍ୟ ଗ୍ରହଣ । ତେବେ କର୍କଟରୁ ରକ୍ଷା ପାଇବା ପାଇଁ କେଉଁ ସବୁ କୁଅଭ୍ୟାସକୁ ବାଏ ବାଏ କହିବେ, ଜାଣନ୍ତୁ...

cancer
cancer
author img

By

Published : Mar 13, 2023, 6:23 PM IST

ହାଇଦ୍ରାବାଦ: ସାରା ବିଶ୍ୱରେ କର୍କଟ ମୃତ୍ୟୁର ଏକ ମୁଖ୍ୟ କାରଣ । ପ୍ରତିବର୍ଷ ଅନେକ ଲୋକ ଏଥିରେ ପୀଡିତ ହୁଅନ୍ତି । କର୍କଟ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ରିପୋର୍ଟ ଅନୁସାରେ 2040 ସୁଦ୍ଧା ପ୍ରତିବର୍ଷ 16.4 ନିୟୁତ କର୍କଟରେ ମୃତ୍ୟୁ ଏବଂ 29.5 ନିୟୁତ ନୂଆ କର୍କଟ ରୋଗୀ ଚିହ୍ନଟ ହେବେ । ବର୍ତ୍ତମାନ ଏହି ରୋଗକୁ ରୋକିବା ପାଇଁ ଯଦିଓ ଚିକିତ୍ସା ବିଜ୍ଞାନ ବହୁ ଉପଲବ୍ଧି ପାଇଛି, ତଥାପି ଏହାକୁ ସମ୍ପୂର୍ଣ୍ଣ ରୂପେ ମାତ୍ ଦେବା ସହଜକର ନୁହେଁ ।

ବାସ୍ତବରେ, ଏହାର ଅନେକ କାରଣ ଅଛି, ଯେଉଁଥିରେ ଗୋଟିଏ କାରଣ ହେଉଛି ବଂଶଗତ ସମସ୍ୟା । ଏହା ସହିତ ପରିବେଶ ଏବଂ ଜୀବନଶୈଳୀ କାରଣରୁ କର୍କଟ ହୋଇଥାଏ । ଏହା ବ୍ୟତୀତ ସିଗାରେଟ୍, ଧୂମପାନ, ମଦ୍ୟପାନ, ଅତିବାଇଗଣୀ ରଶ୍ମୀ, ପ୍ରଦୂଷଣ, ଚାପ ରୋଗର କାରକ ସାଜିପାରନ୍ତି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, କର୍କଟକୁ କିପରି ଏଡାଯାଇପାରିବ ଏବଂ ଏଥିରୁ ରକ୍ଷା ପାଇବା ପାଇଁ କେଉଁ ପ୍ରକାର ଜୀବନଶୈଳୀ ଅନୁସରଣ କରାଯିବା ଉଚିତ୍ । ନିମ୍ନରେ ଏ ବାବଦରେ ଆଲୋଚନା କରାଯାଇଛି, ଯାହା କର୍କଟ ନିୟନ୍ତ୍ରଣରେ ସହାୟକ ହୋଇପାରେ...

ସୁସ୍ଥ ଖାଇବା ଜାରି ରଖନ୍ତୁ : କର୍କଟ ଆଶଙ୍କା କମାଇବା ପାଇଁ ଏକ ସନ୍ତୁଳିତ ଖାଦ୍ୟ ବଜାୟ ରଖିବା ଆବଶ୍ୟକ । ପୁଷ୍ଟିକର ଖାଦ୍ୟ, ଫଳ, ସବୁଜ ପନିପରିବା କର୍କଟରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଫଳ ଓ ପନିପରିବାରେ ମିଳୁଥିବା ଅନେକ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ କର୍କଟକୁ ରୋକିବାରେ ସାହାଯ୍ୟ କରିଥାଏ ।

ଏହା ମଧ୍ୟ ପଢନ୍ତୁ:- ପାହାଚ ଚଢିଲେ ଦୂର ହୁଏ ହାର୍ଟ ସମସ୍ୟା ସହ ବିଭିନ୍ନ ରୋଗ !

ନିୟମିତ ବ୍ୟାୟାମ କରନ୍ତୁ : ସ୍ତନ ଏବଂ କୋଲୋନ୍ କର୍କଟକୁ ହ୍ରାସ କରିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍ । ପ୍ରତିଦିନ ଅତି କମରେ 30 ମିନିଟ୍ ପାଇଁ ମଧ୍ୟମ କାର୍ଯ୍ୟକଳାପ, ଯଥା ଶୀଘ୍ର ଚାଲିବା, ସାଇକେଲ ଚଲାଇବା କିମ୍ବା ପହଁରିବା ଆଦି ଶାରୀରିକ ବ୍ୟାୟାମ କରନ୍ତୁ । ଅନୁସନ୍ଧାନ ଅନୁଯାୟୀ, ନିୟମିତ ଶାରୀରିକ କାର୍ଯ୍ୟକଳାପ କେବଳ କର୍କଟ ରୋଗର ଆଶଙ୍କା ହ୍ରାସ କରେ ନାହିଁ ବରଂ ସାଧାରଣ ସ୍ୱାସ୍ଥ୍ୟ ମଧ୍ୟ ବଜାୟ ରଖେ ।

ତମାଖୁ ସେବନରୁ ଦୂରେଇ ରୁହନ୍ତୁ : କର୍କଟ ମୃତ୍ୟୁର ପ୍ରାୟ ଅଧା ତମାଖୁ ସେବନ ହେତୁ ହୋଇଥାଏ । ଯାହା ଅନାବଶ୍ୟକ ମୃତ୍ୟୁର ସର୍ବ ବୃହତ କାରଣ । କର୍କଟକୁ ରୋକିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଧୂମପାନରୁ ଦୂରେଇ ରହିବା ।

ମଦ୍ୟପାନକୁ କମ୍ କରନ୍ତୁ : ସ୍ତନ, କୋଲନ୍ ଏବଂ ଯକୃତ କର୍କଟ ସମେତ ଅନେକ କର୍କଟ, ମଦ୍ୟପାନ ଦ୍ୱାରା ଅଧିକ ବ୍ୟାପିଥାଏ । କେବଳ ମଦ୍ୟପାନରୁ କର୍କଟ ନୁହେଁ, ଅନ୍ୟାନ୍ୟ ଅନେକ ରୋଗ ମଧ୍ୟ ହେବାର ଆଶଙ୍କା ରହିଛି । ତେଣୁ ଏହି କୁଅଭ୍ୟାସକୁ ଛାଡିବାକୁ ଚେଷ୍ଟା କରନ୍ତୁ ।

ସୂର୍ଯ୍ୟକିରଣରୁ ଦୂରେଇ ରୁହନ୍ତୁ : ଚର୍ମ କର୍କଟରୁ ରକ୍ଷା ପାଇବା ପାଇଁ ସୂର୍ଯ୍ୟକିରଣରୁ ଆସୁଥିବା ଅତିବାଇଗଣୀ ରଶ୍ମିଠୁ ଦୂରେଇ ରହିବା ନିହାତି ଆବଶ୍ୟକ । ଏହି କ୍ଷେତ୍ରରେ, ସନ୍ ପ୍ରୋଟେକ୍ସନ୍ ଫ୍ୟାକ୍ଟର୍(SPF) ସହିତ ସନ୍‌ସ୍କ୍ରିନ୍ ବ୍ୟବହାର କରନ୍ତୁ । ଦିନର ମଧ୍ୟଭାଗରେ ଯଥାସମ୍ଭବ ସୂର୍ଯ୍ୟକିରଣରୁ ଦୂରରେ ରୁହନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.