ETV Bharat / sukhibhava

ଖାଦ୍ୟରେ ସ୍ବିଟନର ବ୍ୟବହାର କରୁଛନ୍ତି କି ? ହୋଇପାରେ କର୍କଟ ରୋଗ - କର୍କଟ ରୋଗର କାରଣ

ଖାଦ୍ୟରେ ସ୍ବିଟନର ବ୍ୟବହାରକୁ ଏଡ଼ାଇବା ଆବଶ୍ୟକ । ନଚେତ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ଅଧିକ ପଢନ୍ତୁ

ଖାଦ୍ୟରେ ସ୍ବିଟନର ବ୍ୟବହାର କରୁଛନ୍ତି କି ? ହୋଇପାରେ କର୍କଟ ରୋଗ

author img

By

Published : Mar 27, 2022, 5:44 PM IST

ହାଇଦ୍ରାବାଦ: ମନୁଷ୍ୟକୃତ ସ୍ବିଟନର ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା କର୍କଟ ରୋଗର ସମ୍ଭାବନାକୁ ବୃଦ୍ଧି କରିଥାଏ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ଏହା ଟାଇପ ୨ ଡାଇବେଟିସ ସହିତ ମେଦ ବହୁଳତା ଓ ହୃଦ ରୋଗ ଜନିତ ସମସ୍ୟା ଉପୁଜାଇଥାଏ । ଆମେରିକାରେ cyclamate ନାମରେ ଏକ ସ୍ବିଟନର ବିକ୍ରି କରାଯାଏ । ୧୯୭୦ ମସିହାରେ ମୂଷାର ବ୍ଲାଡ଼ର କର୍କଟର ବୃ୍ଦ୍ଧି ଯୋଗୁଁ ଏହି ସ୍ବିଟନର କାରଣ ସାଜିଥିଲା । ହେଲେ ମଣିଷ ଆଭ୍ୟନ୍ତରୀଣ ଶରୀରର ଗଠନ ପ୍ରଣାଳୀ ମୂଷାଠୁ ଭିନ୍ନ ହୋଇଥିବା ସତ୍ତ୍ବେ ଏହା ଉପରେ ଗବେଷଣା ହୋଇଥିଲା ।

PLOS Medicine ପ୍ରାୟ ୧ ଲକ୍ଷ ଲୋକଙ୍କୁ ନେଇ ଗବେଷଣା କରଥିଲା । ଏଥିରୁ ଜଣାପଡ଼ିଛି ଯେ ଯେଉଁ ବ୍ୟକ୍ତି ଅଧିକ ମାତ୍ରାରେ ସ୍ବିଟନରର ବ୍ୟବହାର କରେ ସେମାନଙ୍କ ଠାରେ କର୍କଟ ରୋଗ ବୃଦ୍ଧିର ଅଧିକ ଆଶଙ୍କା ରହିଥାଏ । ସ୍ବିଟନରରେ ଥିବା aspartame ଓ acesulfame K ସ୍ତନ କର୍କଟ ଓ ମେଦ ବହୁଳତା ଯୋଗୁଁ ହେଉଥିବା କର୍କଟ ରୋଗର ଅଧିକ ଆଶଙ୍କା ରହିଥାଏ । ଏଥିଲାଗି ଏଭଳି ସ୍ବିଟନରର ବ୍ୟବହାରକୁ ଯଥାସମ୍ଭବ ନିଜ ଫୁଡ଼ ଡାଏରୀରୁ ଦୂରେଇ ରଖିବା ଆବଶ୍ୟକ । ଅନେକ ଖାଦ୍ୟରେ ସ୍ବିଟନରର ବ୍ୟବହାର ହୋଇଥାଏ ।

ଚିନିର ବ୍ୟବହାରକୁ ଅନେକ ନାପସନ୍ଦ କରନ୍ତି । ଏଥିଲାଗି ସ୍ବିଟନରର ବ୍ୟବହାର କରନ୍ତି । ସ୍ବିଟନରରେ କ୍ୟାଲୋରୀର ପରିମାଣ କମ ରହିଥାଏ । ତଥାପି ସ୍ବିଟନରର ପ୍ରଭାବ ଶରୀର ଉପରେ ପଡ଼ିଥାଏ । aspartame ସ୍ବିଟନର ହଜମ ହେବା ପରେ ଫର୍ମାଲଡିହାଇଡରେ ପରିଣତ ହୁଏ । ଏଗୁଡ଼ିକ ଶରୀରରେ ଜମାଟ ବାନ୍ଧିବା ପରେ ଏହା କର୍କଟ ରୋଗର ସମ୍ଭାବନା ସୃଷ୍ଟି କରେ । ଅନ୍ୟ ସ୍ବିଟନର ମଧ୍ୟରେ sucralose ଓ saccharin DNAକୁ ନଷ୍ଟ କରେ ।

ସ୍ବିଟନର ବ୍ୟବହାର କରୁନଥିବା ବ୍ୟକ୍ତିଙ୍କଠାରୁ ଏହାକୁ ଖାଦ୍ୟରେ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ । ସର୍ବଦା ମନେ ରଖିବା ଉଚିତ ଯେ ସମସ୍ତ ସ୍ବିଟନର ଏକା ପରି ହୋଇନଥାନ୍ତି । ପ୍ରତ୍ୟେକ ସ୍ବିଟନର ଅନ୍ୟଠୁ ଭିନ୍ନ ହେବା ସହିତ ଏଥିରେ ଭିନ୍ନ ଉପାଦାନ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.