ହାଇଦ୍ରାବାଦ: ଜାରି ରହିଛି ଗ୍ରୀଷ୍ମପ୍ରବାହ । 40 ଡିଗ୍ରୀ ତାପମାତ୍ରାରେ କଲବଲ ହେଉଛନ୍ତି ଲୋକେ । ତେବେ ଏଭଳି ପରିସ୍ଥିତିରେ ସମସ୍ତେ ଥଣ୍ଡା ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି । ବିଶେଷକରି ଲୋକେ ଆଇସକ୍ରିମ ଖାଇବା ପାଇଁ ବେଶ ପସନ୍ଦ କରିଥାନ୍ତି । କୁହାଯାଏ, ଆଇସକ୍ରିମ ଖାଇବା ପାଇଁ ଗ୍ରୀଷ୍ମ ଋତୁ ଆସିଥାଏ । ତେବେ ଆପଣ ଚାହିଁଲେ ଏହାକୁ ଘରେ ମଧ୍ୟ ତିଆରି କରିପାରିବେ । ଘରେ ଆଇସକ୍ରିମ ତିଆରି କରିବାର ସର୍ବୋତ୍ତମ ଏବଂ ସହଜ ଉପାୟ ଶିଖନ୍ତୁ । ଘରେ ରହିଥିବା ଜିନିଷକୁ ବ୍ୟବାହର କରି ଆପଣ ମନପସନ୍ଦର ଆଇସକ୍ରିମ ତିଆରି କରିପାରିବେ ।
![ଭାନିଲା ଆଇସକ୍ରିମ](https://etvbharatimages.akamaized.net/etvbharat/prod-images/18629148_one.jpg)
ଭାନିଲା ଆଇସକ୍ରିମ: ସାଧାରଣ ଆଇସକ୍ରିମର ଫ୍ଲେବଲ ଭିତରେ ଲୋକେ ଭାନିଲା ଫ୍ଲେବରକୁ ଅଧିକ ପସନ୍ଦ କରିଥାଏ । ଏହାର ବାସ୍ନା ସହ ପାଟିକୁ ଖାଇବାକୁ ମଧ୍ୟ ଭଲ ଲାଗିଥାଏ । ତେବେ ଏହି ଭାନିଲା ଆଇସକ୍ରିମକୁ ତିଆରି କରିବାର ଉପାୟ ମଧ୍ୟ ବହୁତ ସରଳ । ପ୍ରଥମେ ଖିରକୁ ଏକ ପାତ୍ରରେ ନେଇ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ସେଥିରେ ଚିନି, ଅମୁଲ ପକାଇ ଖିର ଶୁଖିବା ଯାଏଁ ଚୁଲାରେ ବସାଇ ଘାଣ୍ଟନ୍ତୁ । ଏହାପରେ ତାକୁ ଓହ୍ଲାଇ ଥଣ୍ଡା ହେବା ପାଇଁ ଛା଼ଡିଦିଅନ୍ତୁ । ଥଣ୍ଡା ହେଲା ପରେ ଏଥିରେ ଭାନିଲା ଏସେନ୍ସ ମିଶାଇ ଦିଅନ୍ତୁ । ଏହାପରେ ଆଇସକ୍ରିମ ସ୍କୁପରେ ପକାଇ ଫ୍ରିଜରେ 5 ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ଆଲମଣ୍ଡ, ପିସ୍ତା ପକାଇ ଖାଆନ୍ତୁ ଭାନିଲା ଆଇସକ୍ରିମ ।
![ଟୁଟିଫ୍ରୁଟି ଆଇସକ୍ରିମ](https://etvbharatimages.akamaized.net/etvbharat/prod-images/18629148_two.jpg)
ଟୁଟିଫ୍ରୁଟି ଆଇସକ୍ରିମ: କେବଳ ଛୋଟ ଛୁଆଙ୍କୁ ନୁହଁ ଟୁଟିଫ୍ରୁଟି ସମସ୍ତଙ୍କର ପସନ୍ଦ ହୋଇଥାଏ । ତେବେ ଆପଣ କିଛି ସରଳ ଉପାୟରେ ଏହି ଆଇସକ୍ରିମକୁ ଘରେ ମଧ୍ୟ ତିଆରି କରିପାରିବେ। ପ୍ରଥମେ ଫ୍ରୁଟକୁ ଛୋଟଛୋଟ କରି ଏକ ଗ୍ଲାସରେ ନିଅନ୍ତୁ। ଏହାପରେ ଏକ ସ୍କୁପ ଆଇସକ୍ରିମ ମିଶାନ୍ତୁ। ଏହାପରେ ନଟ, ଜାମ ଏବଂ କ୍ରିମକୁ ପକାନ୍ତୁ। ଏହାପରେ କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହାପରେ ବାହାର କରି ଭାନିଲା ଆଇସକ୍ରିମ ସହ ଜାମ, ଫ୍ରୁଟ ଦେଇ ସର୍ଭ କରନ୍ତୁ ।
![ଷ୍ଟ୍ରବେରୀ ଆଇସକ୍ରିମ](https://etvbharatimages.akamaized.net/etvbharat/prod-images/18629148_three.jpg)
ଷ୍ଟ୍ରବେରୀ ଆଇସକ୍ରିମ: ଥରେ ଘରେ ଷ୍ଟ୍ରବେରୀ ଆଇସକ୍ରିମ ତିଆରି କରନ୍ତୁ । ଦେଖିବେ ସମସ୍ତଙ୍କର ପସନ୍ଦ ଆସିବ । ପ୍ରଥମେ ଷ୍ଟ୍ରବେରୀକୁ ଗ୍ରାଇଣ୍ଡିଂ କରନ୍ତୁ । ଏହାପରେ ଚିନି ମିଶା ଖିର ଏବଂ କ୍ରିମ ପକାଇ ମିଶାଇ ଦିଅନ୍ତୁ । ଏହାପରେ ମନପସନ୍ଦର ଫ୍ରୁଟକୁ ବ୍ୟବହାର କରି ଫ୍ରିଜରେ 5 ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହାପରେ ବାହାରକୁ କାଡି ସର୍ଭ କରନ୍ତୁ ।
![ଚେରୀ ଆଇସକ୍ରିମ](https://etvbharatimages.akamaized.net/etvbharat/prod-images/18629148_four.jpg)
ଚେରୀ ଆଇସକ୍ରିମ: ଗ୍ରୀଷ୍ମ ଦିନରେ ଆଇସକ୍ରିମ ଖାଇବାର ମଜାକୁ ଦ୍ବିଗୁଣିତ କରିବା ପାଇଁ ଆଇସକ୍ରିମରେ ମିଶାନ୍ତୁ ଚେରୀ । ଏହା କେବେଳ ଖାଇବା ପାଇଁ ସ୍ବାଦିଷ୍ଟ ନୁହେଁ ବରଂ ସ୍ବାସ୍ଥ୍ୟ ପକ୍ଷେ ମଧ୍ୟ ଲାଭଦାୟକ । ପ୍ରଥମେ ଚେରୀକୁ ଗ୍ରାଇଣ୍ଡିଂ କରି ଏକ ପେଷ୍ଟ ତିଆରି କରନ୍ତୁ। ଏହାପରେ ଥଣ୍ଡା କ୍ରିମକୁ ଆଡ କରନ୍ତୁ। ଭଲ ଭାବରେ ଗୋଳାଇବା ପରେ ଶିଝା ଖିର, ଆଇସକ୍ରିମ, ନଟକୁ ମିଶାଇ କିଛି ଘଣ୍ଟା ଫ୍ରିଜରେ ରଖିଦିଅନ୍ତୁ । ଏହାପରେ ଆଲମଣ୍ଡ ଦେଇ ଖାଆନ୍ତୁ ଚେରୀ ଆଇସକ୍ରିମ ।
![ଆମ୍ବ ଆଇସକ୍ରିମ](https://etvbharatimages.akamaized.net/etvbharat/prod-images/18629148_five.jpg)
ଆମ୍ବ ଆଇସକ୍ରିମ: ତେବେ ଖରାଦିନେ ଲୋକେ ଆମ୍ବ ଫ୍ଲେବରର ଆଇସକ୍ରିମ ଖାଇବା ପାଇଁ ପସନ୍ଦ କରିଥାଆନ୍ତି । ତେବେ ଏହା ଖାଇବା ପାଇଁ ମଧ୍ୟ ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥାଏ । ପ୍ରଥମେ କଦଳୀ ଏବଂ ଆମ୍ବକୁ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏହାପରେ ଏଥିରେ ଆଲମଣ୍ଡକୁ ମିଶାଇ ରାତିସାରା ଫ୍ରିଜରେ ରଖନ୍ତୁ । ଏହାପରେ ଆପଣ ନିଜର ମନପସନ୍ଦର ଆମ୍ବ ଆଇସକ୍ରିମ ଖାଇପାରିବେ । ବିନା ଚିନିରେ ଆମ୍ବ ଆଇସକ୍ରିମ ଖାଇ ଖରାଦିନର ମଜା ନିଅନ୍ତୁ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ