ETV Bharat / sukhibhava

ରିସର୍ଚ୍ଚରେ ଖୁଲାସା, ରକ୍ତ କର୍କଟର କାରଣ ସାଜିପାରେ ମଧୁମେହ !

author img

By ETV Bharat Odisha Team

Published : Oct 4, 2023, 10:31 AM IST

ମଧୁମେହ ଏବଂ ମାୟୋଲୋମା ରୋଗ ମଧ୍ୟରେ ସମ୍ବନ୍ଧ ଜାଣିବା ପାଇଁ ରିସର୍ଚ୍ଚ କରାଯାଇଥିଲା। ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ ଯେ, ରକ୍ତ କର୍କଟର କାରଣ ସାଜିପାରେ ମଧୁମେହ। ଅଧିକ ପଢନ୍ତୁ

diabetes can accelerate the growth of blood cancer

ହାଇଦ୍ରାବାଦ: ଚିନ୍ତା ବଢାଉଛି ମଧୁମେହ । ଦିନକୁ ଦିନ ବୃଦ୍ଧି ପାଉଛି ରୋଗୀ ସଂଖ୍ୟା । ତେବେ ଏହାରି ଭିତରେ ଏକ ରିସର୍ଚ୍ଚ ଚିନ୍ତାକୁ ଦ୍ବିଗୁଣିତ କରିଛି । ରକ୍ତ କର୍କଟ ଲ୍ୟୁକେମିଆ ଭାବରେ ଜଣାଶୁଣା। ଯାହା ଅସ୍ଥି ମଜ୍ଜା ଏବଂ ଲିମ୍ଫ୍‌ ନୋଡରେ ରକ୍ତ କଣିକା ବୃଦ୍ଧି ହେତୁ ଘଟିଥାଏ । ଶ୍ୱେତ ରକ୍ତ କଣିକା ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀର ଏକ ପ୍ରମୁଖ ଅଂଶ । ଯେତେବେଳେ ଏହି କୋଷଗୁଡ଼ିକ ପ୍ରଭାବିତ ହୁଏ, ଅସ୍ଥି ମଜ୍ଜାରେ ଅସ୍ୱାଭାବିକ ଶ୍ବେତ କୋଷ ସୃଷ୍ଟି ହୁଏ ଯାହା ରକ୍ତ ପ୍ରବାହ ଦେଇ ଶରୀରର ଅନ୍ୟ ଅଂଶରେ ପହଞ୍ଚି ସୁସ୍ଥ କୋଷ ଉପରେ ଚାପ ପକାଇଥାଏ । ଯେତେବେଳେ ଏହି ସୁସ୍ଥ କୋଷଗୁଡ଼ିକ ଅସ୍ୱାଭାବିକ ହୋଇଯାଏ, ସଂକ୍ରମଣ ଏବଂ ରୋଗ ଆକ୍ରାନ୍ତ ହେବାର ସମ୍ଭାବନା ବଢିଯାଏ । ତେବେ ଯେକୌଣସି ବୟସରେ ମଧ୍ୟ ଏହି ରକ୍ତ କର୍କଟ ହୋଇପାରେ ।

ତେବେ ଏନେଇ ଭାରତୀୟ-ଆମେରିକୀୟ ବୈଜ୍ଞାନିକମାନେ ନିକଟରେ ଏକ ଅନୁସନ୍ଧାନ କରିଥିଲେ । ସେମାନେ ମଲ୍ଟିପୁଲ୍‌ ମାୟେଲୋମା ଉପରେ ଏହି ଅନୁସନ୍ଧାନ କରିଥିଲେ । ଏହି ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏକାଧିକ ମାୟେଲୋମା (ହାଡ ପ୍ଲାଜମା କୋଷରେ ବ୍ୟାଧି)ରେ ପୀଡିତ ଲୋକଙ୍କର ମଧୁମେହ ନଥିବା ଲୋକଙ୍କ ତୁଳନାରେ ବଞ୍ଚିବାର ହାର କମ୍ ରହିଥିଲା ।

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, ଆମେରିକାରେ ଜନସାଧାରଣଙ୍କଠାରେ 13 ପ୍ରତିଶତ ମଧୁମେହରେ ପୀଡ଼ିତ ବା ଏହି ରୋଗ ହେବାର ସମ୍ଭାବନା ରହିଛି । ଆମେରିକାରେ ଅଧିକାଂଶ କୃଷ୍ଣକାୟ ବୟସ୍କ ମଲ୍ଟିପୁଲ ମାୟେଲୋମାରେ ଆକ୍ରାନ୍ତ ଅଟନ୍ତି । ଏହାସହ ରକ୍ତରେ ହେଉଥିବା ଦ୍ୱିତୀୟ ମାରାତ୍ମକ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାଆନ୍ତି । ମଧୁମେହ ରୋଗୀଙ୍କ କ୍ଷେତ୍ରରେ ମଲ୍ଟିପଲ ମାୟେଲୋମା ହେବାର ଆଶଙ୍କା ବିଷୟରେ ଅନୁସନ୍ଧାନକାରୀମାନେ ବହୁ ପୂର୍ବରୁ ଜାଣିଥିଲେ । ହେଲେ ବର୍ତ୍ତମାନ ମଧୁମେହ ସହ ରକ୍ତ କର୍କଟକୁ ନେଇ ଅନୁସନ୍ଧାନ କରାଯାଇଥିଲା ।

ପ୍ରକାଶଥାଉକି, ମଲ୍ଟିପଲ ମାୟେଲୋମା ଏକ କର୍କଟ ରୋଗ। ଯାହା ଆଣ୍ଟିବଡି ପ୍ରସ୍ତୁତ କରୁଥିବା ଶ୍ୱେତ ରକ୍ତକଣିକା ଗ୍ରୁପର ପ୍ଲାଜମା ସେଲକୁ ଆକ୍ରମଣ କରେ କରିଥାଏ। ତେବେ ଆକ୍ରାନ୍ତ ହେବା ପରେ ଆରମ୍ଭରୁ କୌଣସି ଲକ୍ଷଣ ଦେଖାଯାଇ ନଥାଏ। ସମୟ ସହିତ ହାଡ଼ ଯନ୍ତ୍ରଣା, ରକ୍ତସ୍ରାବ ଓ ଆନିମିଆ ଲକ୍ଷଣ ଦେଖାଯାଏ। ତେବେ ଏହି ରୋଗ ଜଟିଳ ହେଲେ ଆମିଲଏଡୋସିସ ହୋଇଥାଏ।

ଏହା ମଧ୍ୟ ପଢନ୍ତୁ: Leukemia Blood Cancer in Kids: ଜାଣନ୍ତୁ କାରଣ, ଲକ୍ଷଣ ଓ ନିରାକରଣ

ମଲ୍ଟିପଲ ମାୟେଲୋମା ଏବଂ ମଧୁମେହ ରୋଗ ମଧ୍ୟରେ ସମ୍ବନ୍ଧ: ମଲ୍ଟିପଲ ମାୟେଲୋମା ଏବଂ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ବଞ୍ଚିବାର ହାର କମ୍ ରହିଥାଏ । ଏନେଇ ମେମୋରିଆଲ୍ ସ୍ଲୋନ୍ କ୍ୟାଟରିଙ୍ଗ କର୍କଟ କେନ୍ଦ୍ରର ମଲ୍ଟିପୁଲ ମାୟେଲୋମା ବିଶେଷଜ୍ଞ ଉର୍ବି ଶାହା କହିଛନ୍ତି। ତେବେ ଏହା ବ୍ୟକ୍ତିଙ୍କ ରକ୍ତରେ କିଭଳି ପାର୍ଥକ୍ୟ ଦେଖାଯାଏ ତାହା ସ୍ପଷ୍ଟ ହୋଇନାହିଁ । ଗୋରା ରଙ୍ଗର ବ୍ୟକ୍ତିଙ୍କ ତୁଳନାରେ କୃଷ୍ଣକାୟଙ୍କଠାରେ ମଧୁମହ ଅଧିକ ଦେଖାଯାଇଥାଏ ।

ଅନୁସନ୍ଧାନକାରୀମାନେ ଏକ ଅନୁସନ୍ଧାନ କରିଥିଲେ । ଏହି ଅଧ୍ୟୟନରେ ଦୁଇଟି ଏକାଡେମିକ୍ ଚିକିତ୍ସାକେନ୍ଦ୍ର ଯଥା ମେମୋରିଆଲ୍ ସ୍ଲୋନ୍ କେଟରିଂ କର୍କଟ କେନ୍ଦ୍ର ଏବଂ ମାଉଣ୍ଟରେ ସିନାଇ ଥିବା ଇକାନ୍ ସ୍କୁଲ୍ ଅଫ୍ ମେଡିସିନରୁ ମଲ୍ଟିପୁଲ ମାୟେଲୋମାରେ ଆକ୍ରାନ୍ତ 5,383 ରୋଗୀଙ୍କ ଇଲେକ୍ଟ୍ରୋନିକ୍ ସ୍ୱାସ୍ଥ୍ୟ ସେବା ରେକର୍ଡରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ 15 ପ୍ରତିଶତ ରୋଗୀଙ୍କଠାରେ ମଧୁମେହ ଦେଖାଯାଇଥିଲା । ସେମାନଙ୍କ ମଧ୍ୟରୁ 12 ପତିଶତ ଗୋରା ରଙ୍ଗ ରହିଥିବା ବେଳେ 25 ପ୍ରତିଶତ କୃଷ୍ଣକାୟ ରହିଥିଲେ । ବିଶେଷଜ୍ଞ ଉର୍ବି ଶାହା ଏବଂ ସହକର୍ମୀମାନେ ଦେଖିଲେ ଯେ, ମାୟେଲୋମା ରୋଗୀଙ୍କ ମଧ୍ୟରେ ମଧୁମେହରେ ପୀଡ଼ିତ ରୋଗୀଙ୍କ ଜୀବନ ହାର ମଧୁମେହରେ ପୀଡିତ ନଥିବା ରୋଗୀଙ୍କ ଜୀବନ ହାରଠାରୁ କମ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.