ETV Bharat / sukhibhava

Study ! ବନ୍ଧୁ ସହ କ୍ୱାଲିଟି ଟାଇମ୍ ବିତାଇଲେ ଦୂରେଇଯାଏ ଚାପ

ଏକ ନୂତନ ଅନୁସନ୍ଧାନ ଅନୁସାରେ, ଯଦି ଜଣେ ବ୍ୟକ୍ତି ସାଙ୍ଗଙ୍କ ସହ ବିଶେଷ ମୁହୂର୍ତ୍ତ ବିତାନ୍ତି, ତେବେ ତାଙ୍କର ମାନସିକ ଚାପ କମ୍ ହୋଇପାରେ । ଅଧିକ ପଢନ୍ତୁ

author img

By

Published : Feb 7, 2023, 4:54 PM IST

Female friends sitting and talking
Female friends sitting and talking

ୱାଶିଂଟନ: ବନ୍ଧୁଙ୍କ ସହ ମଜା-ମସ୍ତି, ବାର୍ତ୍ତାଳାପ ଏବଂ ଖୁସିର ସମୟ ଅତିବାହିତ କରିବା ସହ ମନର କଥା ସେୟାର୍ କଲେ ଚାପସ୍ତର ହ୍ରାସପାଏ । ଆଜ୍ଞା ହଁ, ଏକଥା ଆମେ କହୁନୁ, ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । ଅଧ୍ୟୟନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ସାଙ୍ଗଙ୍କ ସହ ବିଶେଷ ମୁହୂର୍ତ୍ତ ବିତାନ୍ତି, ତେବେ ତାଙ୍କର ମାନସିକ ଚାପ କମ୍ ହୋଇପାରେ । ଆମେରିକାର କାନସାସ୍ ବିଶ୍ୱବିଦ୍ୟାଳୟର କମ୍ୟୁନିକେସନ୍ ଷ୍ଟଡିଜ୍‌ର ପ୍ରଫେସର ତଥା ଫ୍ରେଣ୍ଡସିପ୍ ବିଶେଷଜ୍ଞ ଜେଫେରି ହଲ୍ ତାଙ୍କ ଅନୁସନ୍ଧାନ ପତ୍ରିକାରେ ଏପରି ଲେଖିଛନ୍ତି ।

ଗୁଣାତ୍ମକ ବାର୍ତ୍ତାଳାପ ଦୈନିକ ସୁସ୍ଥତା ବୃଦ୍ଧି କରିବାରେ ସହାୟକ ହୋଇପାରିବ ବୋଲି ହଲ୍ ତାଙ୍କ ଅଧ୍ୟୟନ ପତ୍ରିକାରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ସମ୍ପର୍କ ପ୍ରସଙ୍ଗରେ ଗୁଣାତ୍ମକ ଯୋଗାଯୋଗକୁ ପରିଭାଷିତ କରିବା ଏହି ପତ୍ରିକାର ଏକ ପ୍ରୟାସ ଥିଲା । ଅର୍ଥପୂର୍ଣ୍ଣ ବାର୍ତ୍ତାଳପ କରିବା, ଥଟ୍ଟା-ମଜା, ଯତ୍ନ ନେବା, ସେମାନଙ୍କ କଥା ଶୁଣିବା, ମତାମତକୁ ମୂଲ୍ୟ ଦେବା ଏବଂ ଅନ୍ତରରୁ ପ୍ରଶଂସା କରିବା ଆଦି ପ୍ରସଙ୍ଗକୁ ନେଇ ଏହି ଅନୁସନ୍ଧାନ କରାଯାଇ ଥିଲା ।

ଏହା ମଧ୍ୟ ପଢନ୍ତୁ:- Safer Internet Day: ସୁରକ୍ଷିତ ଇଣ୍ଟରନେଟ ବ୍ୟବହାର ଗଢିବ ସୁସ୍ଥ ସମାଜ

ଏହି ଅନୁସନ୍ଧାନରେ ପାଞ୍ଚଟି ବିଶ୍ୱବିଦ୍ୟାଳୟ କ୍ୟାମ୍ପସର 900 ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଥିଲେ । ମହାମାରୀ ଲକଡାଉନ୍ ପୂର୍ବରୁ ଏବଂ ପରେ ଗୋଟିଏ ଦିନରେ ଉପରସ୍ତ ବନ୍ଧୁତାପୂର୍ଣ୍ଣ ଆଚରଣ ମଧ୍ୟରୁ ଗୋଟିଏ ଅନୁସରଣ କରିବାକୁ ଅଂଶଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ସେହି ରାତିରେ ସେମାନଙ୍କ ଚାପ, ଚିନ୍ତା ଏବଂ ଭାବନା ବିଷୟରେ ପୁନର୍ବାର ରିପୋର୍ଟ କରାଯାଇଥିଲା ।

ଅଧ୍ୟୟନରୁ ଏହା ଜଣାପଡିଲା ଯେ, ଯେଉଁ ବ୍ୟକ୍ତିମାନେ ବନ୍ଧୁଙ୍କ ସହ ଗୁଣାତ୍ମକ ବାର୍ତ୍ତାଳପ କରିଥିଲେ ଭଲ ସମୟ ଅତିବାହିତ କରିଥିଲେ ଦିନ ଶେଷ ବେଳକୁ ସେମାନେ ସକାରତ୍ମକ ଭାବନା ଅନୁଭବ କରିଥିଲେ ଏବଂ ସେମାନଙ୍କ ଚାପସ୍ତର ହ୍ରାସ ପାଇଥିଲା । ଏହି ଅଧ୍ୟୟନର ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗୁଣାତ୍ମକ ବାର୍ତ୍ତାଳାପଠାରୁ ଜଣେ ବନ୍ଧୁଙ୍କ ନିକଟରେ ପହଞ୍ଚିବା ସବୁଠାରୁ ମୂଲ୍ୟବାନ୍ । ଅର୍ଥାତ୍ ଜଣେ ବନ୍ଧୁଙ୍କ ଉପସ୍ଥିତି ମଧ୍ୟ ଚାପସ୍ତରକୁ ହ୍ରାସ କରିପାରିବ । ଏହା ସାଙ୍ଗକୁ ଯେଉଁ ବ୍ୟକ୍ତିମାନେ ବନ୍ଧୁମାନଙ୍କ ସହ ଗୋଟିଏ ଦିନରେ ଏକାଧିକ ଥର ବାର୍ତ୍ତାଳନ କରିଥିଲେ ଏବଂ ସେମାନଙ୍କ ସହ ଅଧିକ ସମୟ ବିତାଇଥିଲେ ସେମାନେ ଦିନ ଶେଷ ବେଳକୁ ଭଲ ଅନୁଭବ କରିଥିଲେ ବୋଲି ଅଧ୍ୟୟନରୁ ଜଣାପଡିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.