ETV Bharat / sukhibhava

Stress Awareness Month: ଅତ୍ୟଧିକ ଚାପ ସମୟରେ କରନ୍ତୁ ଏହି କାର୍ଯ୍ୟ, ହାଲୁକା ହେବ ମନ

author img

By

Published : Apr 1, 2023, 10:24 AM IST

ଚାପର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅପ୍ରେଲ ମାସକୁ ଚାପ ସଚେତନତା ମାସ ରୂପେ ପାଳନ କରାଯାଉଛି । ଏହି ବିଶେଷ ଅବସରରେ ଚାପର ଚାପ ଯେତେ ଭାରି ହେଲେ ମଧ୍ୟ ସରଳ ଉପାୟରେ କିପରି ଶାନ୍ତ ରହି ବିପଦର ସମୟକୁ ମୁକାବିଲା କରିବେ, ଜାଣନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଚାପର କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଏ । ଏହା କୌଣସି କାରଣରୁ ହୋଇପାରେ । ପାରିବାରିକ ସମସ୍ୟା, କର୍ମକ୍ଷେତ୍ରରେ ଚାପ, ପାରସ୍ପରିକ ମତଭେଦ, ଆର୍ଥିକ କିମ୍ବା ଶାରୀରିକ ସମସ୍ୟା, ଯେକୌଣସି କାରଣ ଚାପ ସୃଷ୍ଟି କରିପାରେ । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଭାରତର 10,000 ଲୋକଙ୍କ ଜୀବନ କାଳ ମଧ୍ୟରୁ ପ୍ରାୟ 2,443 ବର୍ଷ ମାନସିକ ସମସ୍ୟା, ବିଶେଷକରି ଚାପର ମୁକାବିଲା ମଧ୍ୟରେ ବିତିଯାଉଛି । କୋଭିଡ ପରେ ଏହି ସମସ୍ୟା ବହୁଗୁଣା ହୋଇଯାଇଛି ।

ତେବେ ଏହି ଚାପ ରୂପୀ ମହାମାରୀକୁ ରୋକିବା ପାଇଁ ପ୍ରତିବର୍ଷ ଅପ୍ରେଲ ମାସକୁ ଚାପ ସଚେତନତା ମାସ ରୂପେ ପାଳନ କରାଯାଉଛି । ଏହି ବିଶେଷ ଅବସରରେ ଚାପର ଚାପ ଯେତେ ଭାରି ହେଲେ ମଧ୍ୟ ସରଳ ଉପାୟରେ କିପରି ଶାନ୍ତ ରହି ବିପଦର ସମୟକୁ ମୁକାବିଲା କରିବେ, ଜାଣନ୍ତୁ...

ସଙ୍ଗୀତ ଶୁଣନ୍ତୁ:- ଚାପ ସମୟରେ, ମନ ଭାରାକ୍ରାନ୍ତ ଲାଗୁଥିଲେ ପସନ୍ଦର ଗୀତ ଶୁଣନ୍ତୁ, ଏହା ତୁରନ୍ତ ମନୋବଳକୁ ଉନ୍ନତ କରେ । ସଙ୍ଗୀତ ମୁଡ୍ ବୁଷ୍ଟର୍ ଭାବରେ କାର୍ଯ୍ୟ କରିପାରେ । ମାନସିକ ସ୍ତରରେ ସୁସ୍ଥତା ଅନୁଭବ କଲେ ଏହା ଶାରୀରିକ ଥକାକୁ ମଧ୍ୟ ଦୂର କରିଦେବ । ହେଲେ ମନେରଖନ୍ତୁ, ସର୍ବଦା କମ୍ ଭଲ୍ୟୁମ୍‌ରେ ସଙ୍ଗୀତ ଶୁଣିବା ଉଚିତ୍, ନଚେତ୍ ଉଚ୍ଚ ସ୍ୱର କାନ ପାଇଁ କ୍ଷତିକାରକ ହୋଇପାରେ । ଏହା ଶବ୍ଦ ପ୍ରଦୂଷଣ କରିପାରେ । ତେଣୁ ମଧ୍ୟମ ଶବ୍ଦରେ ସଂଗୀତ ଶୁଣନ୍ତୁ ।

ଏହା ମଧ୍ୟ ପଢନ୍ତୁ:- Stress Awareness Month: ଚାପ ଏକ ରୋଗ ନହେଲେ ବି ନେଇଯାଏ ଜୀବନ !

ଧ୍ୟାନ କରନ୍ତୁ: ମାନସିକ ଶାନ୍ତି ପାଇଁ ଧ୍ୟାନ ସର୍ବୋତ୍ତମ । ମନରେ ଚାଲୁଥିବା ବିଭିନ୍ନ ଭାବନାକୁ ଶାନ୍ତ କରିବାରେ ପ୍ରଭାବଶାଳୀ ଉପାୟ । ଧ୍ୟାନ କେବଳ ଚାପରୁ ମୁକ୍ତି ଦେଇନଥାଏ, ବରଂ ଏହା ଉଭୟ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

ସୂର୍ଯ୍ୟକିରଣରେ ବସନ୍ତୁ: ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ସୂର୍ଯ୍ୟକିରଣ ମନକୁ ହାଲୁକା କରିଥାଏ, ଚାପକୁ ହ୍ରାସ କରେ ଏବଂ ଉଦାସୀନତା ଭଳି ଗୁରୁତର ରୋଗ ଆଶଙ୍କାକୁ ମଧ୍ୟ କମାଏ । ସେଥିପାଇଁ ପ୍ରତିଦିନ 20 ରୁ 30 ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟକିରଣରେ ଚାଲିବାକୁ କିମ୍ବା କିଛି ସମୟ ସୂର୍ଯ୍ୟକିରଣରେ ବସିବାକୁ ଚେଷ୍ଟା କରନ୍ତୁ । ଏହି କାରଣରୁ, ଭିଟାମିନ୍-Dର ଅଭାବ ମଧ୍ୟ ଦୂର ହୋଇପାରିବ । ସୂର୍ଯ୍ୟକିରଣ ଆମ ଶରୀରରେ ମେଲାଟୋନିନ୍ ହରମୋନ୍ ଉତ୍ପାଦନ କରିଥାଏ । ଏହା ଭଲ ନିଦକୁ ମଧ୍ୟ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେ ।

ଲୋକଙ୍କ ସହ କଥାବାର୍ତ୍ତା କରନ୍ତୁ: ଯଦି ଭାରାକ୍ରାନ୍ତ ଏବଂ ଦ୍ୱନ୍ଦ୍ୱରେ ପଡି ଯାଉଛନ୍ତି, ତେବେ ସୋସିଆଲ ମିଡିଆ ଛାଡି ଆଖପାଖରେ ଥିବା ଲୋକଙ୍କ ସହ କଥା ହୁଅନ୍ତୁ । ବିଶେଷ କରି ପରିବାର ସଦସ୍ୟଙ୍କୁ ନିଜ ମନର କଥା କୁହନ୍ତୁ । ସାଙ୍ଗମାନଙ୍କ ସହିତ ବସନ୍ତୁ । ସହକର୍ମୀମାନଙ୍କ ସହିତ ଚା' ବ୍ରେକ୍ ପାଇଁ ଯାଆନ୍ତୁ, ପରିବାର ସହିତ ସମୟ ବିତାନ୍ତୁ । ପ୍ରିୟଜନଙ୍କ ସହିତ ରାତ୍ରୀ ଭୋଜନ କରନ୍ତୁ, ସେମାନଙ୍କ ସହ କଥା ହୁଅନ୍ତୁ । ଏହି ସମୟରେ ଆଦୌ ଏକୁଟିଆ ରୁହନ୍ତୁ ନାହିଁ ।

ବ୍ୟାୟାମ: ବର୍ତ୍ତମାନର ଜୀବନଶୈଳୀ କାରଣୁ ଅନେକ ଲୋକଙ୍କୁ ଗୋଟିଏ ସ୍ଥାନରେ ବସି କାମ କରିବାକୁ ପଡୁଛି । କମ୍ପ୍ୟୁଟର ସମ୍ମୁଖରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସି କାମ କରିବା ଫଳରେ ଉଦାସୀନତା ଏବଂ ଅସ୍ଥିର ଲାଗେ । ତେଣୁ ଏଥିରୁ ବାହାରି ନିଜକୁ ଶାରୀରିକ ଭାବରେ ସକ୍ରିୟ କରିବାକୁ ଚେଷ୍ଟା କରନ୍ତୁ ଏବଂ ପ୍ରତିଦିନ କିଛି ସମୟ ପାଇଁ କଠିନ ପରିଶ୍ରମ କରନ୍ତୁ । ଜିମ୍ ଯିବାକୁ ପସନ୍ଦ ନ ଥିଲେ ଘରେ କିଛି ବ୍ୟାୟାମ କରିପାରିବେ । ଶାରୀରିକ ପରିଶ୍ରମ ମଧ୍ୟ ମନକୁ ହାଲୁକା କରିଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.