ETV Bharat / sukhibhava

ଏହିପରି ଭାବରେ ସ୍ବାସ୍ଥ୍ୟ ଉପରେ ପଡିଥାଏ ଧୂମପାନର କୁପ୍ରଭାବ

ଧୂମପାନ ଏକ ଖରାପ ଅଭ୍ୟାସ, ଏହାର କୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ ଜାଣି ମଧ୍ୟ ଏହାର ନିଶାରୁ ମୁକୁଳି ପାରନ୍ତିନି କିଛି ଲୋକ । ଜାଣନ୍ତୁ ଏହି ଅଭ୍ୟାସ ଧୀରେଧୀରେ କିପରି ସ୍ବାସ୍ଥ୍ୟକୁ ବିଗାଡିଦିଏ...

smoking
smoking
author img

By

Published : Mar 13, 2023, 6:20 PM IST

ହାଇଦ୍ରାବାଦ: ପ୍ରତ୍ୟେକ ସିଗାରେଟ୍ ଧୂମପାନକାରୀ ମଧ୍ୟ ଭଲ ଭାବରେ ଜାଣିଛନ୍ତି ଯେ ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ । କିନ୍ତୁ ତଥାପି ଏହି ନିଶାକୁ ଛାଡି ପାରନ୍ତିନି । କିଛି ଲୋକ କୁହନ୍ତି, ସିଗାରେଟ୍ ଟାଣିବା ଦ୍ବାରା ସେମାନଙ୍କୁ ଶାନ୍ତି ମୁଳିଛି, କିନ୍ତୁ ସେମାନେ ଜାଣନ୍ତି ନାହିଁ ସିଗାରେଟ୍ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ଉପରେ କେତେ କୁପ୍ରଭାବ ପକାଇଥାଏ । ଧୂମପାନ ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଏ । ଏହା ସହଜରେ ଫୁସଫୁସ, ହୃଦୟ ସ୍ବାସ୍ଥ୍ୟକୁ ବିଗାଡିବା ସହ କର୍କଟ, ଷ୍ଟ୍ରୋକ୍ ଏବଂ ଆଖି ସମସ୍ୟା ସୃଷ୍ଟି କରିପାରେ ।

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର(ସିଡିସି) ଅନୁଯାୟୀ ସିଗାରେଟ୍ ଧୂଆଁ ଶରୀରର ପ୍ରାୟ ସମସ୍ତ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ ଏବଂ ଅନେକ ରୋଗ ସୃଷ୍ଟି କରିଥାଏ । ସିଗାରେଟ୍ ଟାଣିବା ଶ୍ୱାସକ୍ରିୟା, ରକ୍ତ ସଞ୍ଚାଳନ ପ୍ରଣାଳୀ, ପ୍ରଜନନ ପ୍ରଣାଳୀ, ଚର୍ମ ଏବଂ ଆଖି ଉପରେ ଖରାପ ପ୍ରଭାବ ପଡିଥାଏ । କେବଳ ଏତିକି ନୁହେଁ, ଏହା ଅନେକ ପ୍ରକାରର କର୍କଟ ରୋଗର ଆଶଙ୍କା ମଧ୍ୟ ବଢାଇଦିଏ । ଫୁସଫୁସ କର୍କଟ ରୋଗରେ ଧୂମପାନ ଏକ ପ୍ରମୁଖ କାରଣ ହୋଇ ରହିଥାଏ । ତେବେ ସ୍ବାସ୍ଥ୍ୟ ଉପରେ ସିଗାରେଟର କୁପ୍ରଭାବ ପଡିଥାଏ, ଜାଣନ୍ତୁ...

ନାକ ଏବଂ ଏସୋଫ୍ୟାଗସର ଲାଇନ୍ ଲାଲ୍ ହୋଇଯାଏ ଏବଂ ସିଗାରେଟରେ ଥିବା ରାସାୟନିକ ଏବଂ ଧୂଆଁ ଯୋଗୁଁ ଅସ୍ବାଭାବିକ ଦେଖାଯାଏ, ଯେଉଁ କାରଣରୁ କାଶ ହେବା ଆରମ୍ଭ ହୋଇଥାଏ । ସିଗାରେଟ୍ ଟାଣିବା ଫଳରେ ପାଟିରେ ଥିବା ଭଲ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଆନ୍ତି । ପାଟିର ପଛ ଭାଗରେ କୁଞ୍ଚନ ଅନୁଭବ ହୁଏ । ଧୂମପାନ ତ୍ୱଚାକୁ ବୟସ ପୂର୍ବରୁ ବାର୍ଦ୍ଧକ୍ୟ କରିଦିଏ ।

20 ମିନିଟ୍ ପରେ ସିଗାରେଟର କି କୁପ୍ରଭାବ ପଡିଥାଏ ? : ସିଗାରେଟରେ ଥିବା ନିକୋଟିନ୍ ରକ୍ତ ପ୍ରବାହରେ ପ୍ରବେଶ କରେ, ଯାହା ନାଡ ଏବଂ ରକ୍ତଚାପକୁ ବଢାଇଥାଏ । ଘ୍ରାଣ୍ୟ କ୍ଷମତା ହ୍ରାସପାଏ ।

8 ରୁ 48 ଘଣ୍ଟା ମଧ୍ୟରେ ପ୍ରଭାବ : ସିଗାରେଟରେ ଥିବା ନିକୋଟିନ୍ କେବଳ ନିଶା ନୁହେଁ, ଏହା ଆପଣଙ୍କ ଗନ୍ଧ ଏବଂ ସ୍ୱାଦର କ୍ଷମତାକୁ ମଧ୍ୟ ଦୁର୍ବଳ କରିଥାଏ । ନିକୋଟିନ୍ ଶରୀରରୁ ସମ୍ପୂର୍ଣ୍ଣ ରୂପେ ନିଷ୍କାସିତ ହେବା ପାଇଁ ପ୍ରାୟ ଦୁଇ ଦିନ ଲାଗେ । ଧୂମପାନର ଏକ ପାର୍ଶ୍ୱ ପ୍ରତିକ୍ରିୟା, ଯାହା ଖୁବ୍ କମ୍ ଲୋକ ଜାଣିଥିବେ, ତାହା ହେଉଛି ଯେତେବେଳେ ଧୂମପାନ କରନ୍ତି, ସେତେବଳ ଭିତର କାନକୁ ଅମ୍ଳଜାନ ପ୍ରବେଶ କରିପାରେ ନାହିଁ ।

ଧୂମପାନ ରକ୍ତ ସଞ୍ଚାଳନକୁ ଦୁର୍ବଳ କରିଦିଏ : ଯଦି ଆପଣ ଧୂମପାନକାରୀ ନୁହଁନ୍ତି ତେବେ ଏହାକୁ ଆରମ୍ଭ କରିବାର ବିପଦକୁ କେବେବି ଗ୍ରହଣ କରନ୍ତୁ ନାହିଁ । କିନ୍ତୁ ଯଦି ଆପଣ ନିୟମିତ ଧୂମପାନ କରନ୍ତି, ତେବେ ଫୁସଫୁସ ଯାଞ୍ଚ କରିବାକୁ ପଡିବ, ଯାହା ଦ୍ବାରା କୌଣସି ରୋଗ ପୂର୍ବରୁ ଚିହ୍ନଟ ହୋଇପାରିବ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.