ETV Bharat / sukhibhava

30ମିନିଟରୁ ଅଧିକା ସମୟ ମୋବାଇଲ ଦେଖୁଛନ୍ତି କି? ହୋଇପାରେ ଏହି ରୋଗ

ଆଜିର ସମୟରେ ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ହୋଇଯାଇଛି। କିନ୍ତୁ ଆପଣ ଜାଣନ୍ତି କି ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର ହେତୁ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ମୋବାଇଲ୍ ଫୋନ୍ ସ୍ବାସ୍ଥ୍ୟ ଉପରେ କଣ କୁପ୍ରଭାବ ପକାଇଥାଏ ଜାଣନ୍ତୁ

Side Effects Of Using Mobile Phone
Side Effects Of Using Mobile Phone
author img

By

Published : May 25, 2023, 5:28 PM IST

ହାଇଦ୍ରାବାଦ: ଆଜିର ସମୟରେ, ମୋବାଇଲ୍ ଫୋନ୍ ଲୋକମାନଙ୍କ ଦୈନନ୍ଦିନ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇସାରିଛି । କଥାବାର୍ତ୍ତାଠାରୁ ଆରମ୍ଭ କରି ମେଲ୍‌ କରିବା, ବିଭିନ୍ନ ସାମଗ୍ରୀ ଅର୍ଡର କରିବା ପର୍ଯ୍ୟନ୍ତ ସବୁ କାମ ଚୁଟ୍‌କିରେ ହୋଇପାରୁଛି । ମୋବାଇଲ୍ ଫୋନ୍ ବ୍ୟବହାର କରି, ଆପଣ ଟେକ୍ନୋଲୋଜି କ୍ଷେତ୍ରରେ ତ ଅପଡେଟ୍‌ ରହିପାରିବେ ହେଲେ ଏହାର ଅଧିକ ବ୍ୟବହାର ଶରୀର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ଘଣ୍ଟା ଘଣ୍ଟା ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ବାରା ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ମୋବାଇଲ୍ ଫୋନ୍ ବ୍ୟବହାର ହେତୁ ସ୍ୱାସ୍ଥ୍ୟ ପ୍ରତି ହେଉଥିବା ବିପଦ ସମ୍ପର୍କରେ ମୁମ୍ବାଇରେ ଏକ ଅଧ୍ୟୟନ କରାଯାଇଛି । ଏହି ଅଧ୍ୟୟନରେ ଜଡିତ ଡାକ୍ତରମାନେ କହିଛନ୍ତି, ଯେଉଁମାନେ ପ୍ରତିଦିନ 30 ମିନିଟରୁ ଅଧିକ ସମୟ ଧରି ମୋବାଇଲ ଫୋନ ବ୍ୟବହାର କରୁଛନ୍ତି, ତେବେ ସେମାନଙ୍କୁ ଉଚ୍ଚ ରକ୍ତଚାପ ହେବାର ସମସ୍ୟା ଦେଖାଯାଇଥାଏ । ଡାକ୍ତରମାନେ ଏହା କହିଛନ୍ତି ଯେ, ଅଧିକ ସମୟ ଧରି ମୋବାଇଲ ଫୋନ୍‌ ବ୍ୟବହାର କରିବା ଦ୍ବାରା ସେଥିରୁ ବାହାରୁଥିବା ରେଡିଓ ଫ୍ରିକ୍ବେନ୍ସି ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ ହୋଇଥାଏ ।

ମୁମ୍ବାଇରେ ରହୁଥିବା ଲୋକଙ୍କ ମଧ୍ୟରେ ଏହି ସମସ୍ୟା ବହୁତ ଦେଖାଯାଉଛି ବୋଲି ଡାକ୍ତରମାନେ କହିଛନ୍ତି । ସେମାନଙ୍କ କହିବା ଅନୁସାରେ, ମୁମ୍ବାଇରେ ମୋବାଇଲ୍ ଫୋନ୍ ଲୋକଙ୍କ ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି । କିନ୍ତୁ ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ ଏହି କାରଣରୁ ସେମାନଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଦିଗରେ ପ୍ରଭାବିତ ହେଉଛି । ତେବେ ଆସନ୍ତୁ ଜାଣିବା ମୋବାଇଲ୍ ଫୋନ୍ ବ୍ୟବହାର ଦ୍ୱାରା କେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ...

ଆଖି ସ୍ବାସ୍ଥ୍ୟ ଉପରେ ପ୍ରଭାବ: ମୋବାଇଲର ନିରନ୍ତର ବ୍ୟବହାର ଆଖି ଉପରେ ପ୍ରଭାବ ପକାଇପାରେ । ବେଳେବେଳେ ଆମେ ଏହାକୁ ଅନୁଭବ କରୁନାହୁଁ, କିନ୍ତୁ ଏହା ଆମ ଆଖିକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଆମ ଆଖି ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ମଧ୍ୟରୁ ଗୋଟିଏ ହେଉି ଆଖି । ମୋବାଇଲର ନୀଳ ସ୍କ୍ରିନ ଆଖିକୁ କ୍ଷତି ପହଞ୍ଚାଇଥାଏ ।

କଚି(ରିଷ୍ଟ)ରେ ଯନ୍ତ୍ରଣା: ଯେକୌଣସି ଜିନିଷର ଅତ୍ୟଧିକ ବ୍ୟବହାର କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ଯେତେବେଳେ ଇଲେକ୍ଟ୍ରୋନିକ୍ସ କଥା ଆସେ, ସାବଧାନତାର ସହ ତାକୁ ବ୍ୟବହାର କରିବା ନେଇ ସଚେତନ ହେବା ଆବଶ୍ୟକ ଅଟେ । ଫୋନର ଅତ୍ୟଧିକ ବ୍ୟବହାର ଦ୍ୱାରା କଚିରେ ଯନ୍ତ୍ରଣା ହୋଇପାରେ ।

ଶୋଇବା ସମସ୍ୟା: ଶୋଇବା ଆମର ଜୀବନଶୈଳୀର ସବୁଠାରୁ ଅତ୍ୟାବଶ୍ୟକ ଅଂଶ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଭଲ ନିଦ ଆବଶ୍ୟକ । ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ଶୋଇବାର ସମୟ କମିଯାଏ । ମୋବାଇଲର ଅତ୍ୟଧିକ ବ୍ୟବହାର ବେଳେବେଳେ ନିଦ୍ରାହୀନତା ମଧ୍ୟ ସୃଷ୍ଟି କରିପାରେ ।

ଚାପ ବଢେ: ମନୁଷ୍ୟ ନିକଟରେ ଚାପ ରହିଥାଏ କିନ୍ତୁ ଅତ୍ୟଧିକ ମୋବାଇଲ ଫୋନ୍‌ ବ୍ୟବହାର କରିବା ଦ୍ବାରା ବି ଚାପ ବୃଦ୍ଧି ପାଇଥିାଏ । ଇଣ୍ଟରନେଟରେ କିଛି ପଢିବା, ଅତ୍ୟଧିକ ଫୋନ ବ୍ୟବହାର କରିବା, ପର୍ଯ୍ୟାପ୍ତ ପରିମାଣରେ ନଶୋଇବା କାରଣରୁ ଚାପ ବୃଦ୍ଧି ପାଇଥାଏ । ଏହା ପରବର୍ତ୍ତୀ ସମୟରେ ଗମ୍ଭୀର ରୋଗ ସୃଷ୍ଟି କରିବାର ସମ୍ଭାବନା ଅଧିକା ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.