ETV Bharat / sukhibhava

କାହିଁକି ମନା ହୋଇଥାଏ କ୍ଷୀର ସହ ଫଳ ଖାଇବା ? ଜାଣନ୍ତୁ କାରଣ - ଫଳ ଏବଂ କ୍ଷୀରକୁ ମିଶାଇ ପିଇବା ଦ୍ବାରା କଣ ହୋଇଥାଏ

ଶରୀରକୁ ଥଣ୍ଡା କରିବା ପାଇଁ ଅନେକ ଦୁଗ୍ଧ ସହ ଫଳ ମିଶାଇ ଖାଇଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହା ଖାଇବା ଦ୍ବାରା ଶରୀରରେ ଅନେକ ପାର୍ଶ୍ବ ପ୍ରତିକ୍ରିୟା ହୋଇଥାଏ । ଅଧିକ ପଢନ୍ତୁ

Side Effects Of Combining Fruits With Milk

author img

By

Published : Jul 2, 2023, 9:15 AM IST

ହାଇଦ୍ରାବାଦ: ଗରମରୁ ମୁକ୍ତି ପାଇବା ପାଇଁ, ଅନେକ ଲୋକ କ୍ଷୀରରେ ଫଳ ମିଶାଇ ସେକ ତିଆରି କରି ଏହାକୁ ଖାଇଥାଆନ୍ତି । ତେବେ ସବୁବେଳେ ଏକ ପ୍ରଶ୍ନ ସୃଷ୍ଟି ହୋଇଥାଏ, କ୍ଷୀର ସହିତ ମିଶାଇ ଫଳ ଖାଇବା ସ୍ବାସ୍ଥ୍ୟକର କି ? କିନ୍ତୁ ବାସ୍ତବରେ ଏହା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି କହିଛନ୍ତି ଡାକ୍ତର । ତେବେ ଜାଣନ୍ତୁ ଫଳ ସହ କ୍ଷୀର ମିଶାଇ ପିଇବା ଦ୍ବାରା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡିଥାଏ ।

ଦୁଗ୍ଧ ସହ ଫଳ ଖାଇବା ଦ୍ବାରା କଣ ହୋଇଥାଏ: କ୍ଷୀର ସହ ଫଳ ମିଶାଇ ଖାଇବା ବା ସେକ କରି ପଇବା ଦ୍ବାରା ଶରୀରରେ ରସାୟନିକ ପ୍ରତିକ୍ରିୟା ହୋଇଥାଏ । ଏହି କାରଣରୁ ଶରୀରରେ ଅନେକ ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥାଏ । ଏକ ରିପୋର୍ଟରେ କୁହାଯାଇଛି ଯେ, ଫଳ ଏବଂ କ୍ଷୀର ଏକାଠି ଖାଇବା ଅନୁଚିତ । କାରଣ ଏକାଠି ଖାଇବା ଦ୍ବାରା ହଜମରେ ପ୍ରଭାବ ପକାଇଥାଏ । ଉଭୟ ଅଲଗା ଅଲଗା ଖାଇପାରିବେ କିନ୍ତୁ ଏକାଠି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

ଫଳ ସହ କ୍ଷୀର ପିଇବା ଦ୍ବାରା ଗ୍ୟାସ ହେବା ସହ ପେଟ ଫୁଲିଯାଇଥାଏ:

ଫଳ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଗ୍ୟାସ୍, ପେଟ ଗୁଡୁଗୁଡ ଏବଂ ଫୁଲିବା ଭଳି ସମସ୍ୟା ମଧ୍ୟ ହୋଇପାରେ । ସୂଚନା ଥାଉକି, ଫଳ ଗୁଡ଼ିକ ପେଟରେ ଶୀଘ୍ର ହଜମ ହୋଇଯାଏ ଏବଂ କ୍ଷୀର ହଜମ କରିବାକୁ ସମୟ ନେଇଥାଏ । ଏହି ଦୁଇଟିକୁ ଏକାଠି ଖାଇବା ଦ୍ୱାରା ପେଟରେ ଗ୍ୟାସ୍ ହେବା ସହ ପେଟ ଫୁଲି ଯାଇଥାଏ । ଯେଉଁଥିପାଇଁ ଅନେକ ସମସ୍ୟା ହୋଇପାରେ ।

ପୋଷକ ତତ୍ତ୍ବ: ଫଳ ଏବଂ କ୍ଷୀରକୁ ଏକାଠି ଖାଇବାରେ ଆଉ ଏକ ସମସ୍ୟା ଅଛି, ତାହା ହେଉଛି ପୋଷକ ତତ୍ତ୍ବର ଅଭାବ । ଫଳ ଗୁଡ଼ିକରେ ନାଚ୍ୟୁରାଲ ଏସିଡ୍ ଏବଂ ଏନଜାଇମ୍ ଥାଏ ଯାହା କ୍ଷୀରରେ ମିଳୁଥିବା ପ୍ରୋଟିନ୍ କେସିନକୁ ହଜମ ହେବାରେ କଷ୍ଟକର କରିଥାଏ। କ୍ଷୀରରୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଗ୍ରହଣ କରିବା ଶରୀରର କ୍ଷମତାକୁ ପ୍ରଭାବିତ କରିପାରେ । ଯେଉଁଥିପାଇଁ ଶରୀରରେ ପୋଷକ ତତ୍ତ୍ୱର ଅଭାବ ହୋଇପାରେ । 'ଫୁଡ୍ ସାଇନ୍ସରେ କରେଣ୍ଟ୍ ରିସର୍ଚ୍ଚ'ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଉଭୟେ ଏକାଠି ଖାଇବା ପରେ ପେଟର ପାକସ୍ଥଳୀ ହଜମ ସମସ୍ୟା ହୋଇଥାଏ । ଯାହା ଆଣ୍ଟି ଅକ୍ସିଡାଣ୍ଟ ଅବଶୋଷଣ ଉପରେ ପ୍ରଭାବ ପକାଇପାରେ।

ଫଳ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ । ବିଭିନ୍ନ ଲୋକଙ୍କର ଭିନ୍ନ ପ୍ରତିକ୍ରିୟା ହୋଇପାରେ । ଫଳ ଏବଂ କ୍ଷୀର ଏକାଠି ଖାଇବାର ଅସୁବିଧା ହୋଇଥାଏ ।

  1. ଆଲର୍ଜି: କେତେକ ବ୍ୟକ୍ତିକୁ ନିର୍ଦ୍ଦିଷ୍ଟ ଫଳ କିମ୍ବା ଦୁଗ୍ଧଜାତ ଦ୍ରବ୍ୟ ଦ୍ବାରା ଆଲର୍ଜି ହୋଇଥାଏ । ଦୁଇଟିକୁ ମିଶାଇଲେ ଅଧିକ ଗୁରୁତର ଆଲର୍ଜି ପ୍ରତିକ୍ରିୟା ସୃଷ୍ଟି ହେବାର ଆଶଙ୍କା ବଢିଥାଏ । ଯେପରିକି କୁଞ୍ଚନ, କୁଣ୍ଡିଆ ଏବଂ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହୋଇଥାଏ ।
  2. ଓଜନ ବୃଦ୍ଧି: ଫଳ ଏବଂ ଦୁଗ୍ଧରୁ ଅଧିକ କ୍ୟାଲୋରୀ ମିଳିଥାଏ । ଅଧିକ କ୍ୟାଲୋରୀ ଖାଇବା ଦ୍ବାରା ଓଜନ ବୃଦ୍ଧି ହୋଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.