ETV Bharat / sukhibhava

କାହିଁକି ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହୁଛି ଥଣ୍ଡା-ଜ୍ବର, ଡାକ୍ତର କହିଲେ କାରଣ - ସ୍ବାସ୍ଥ୍ୟ ଖବର

ଏଥର ଦୀର୍ଘଦିନ ପର୍ଯ୍ୟନ୍ତ ଲାଗିରହୁଛି ଥଣ୍ଡା-ଜ୍ବର । ଡାକ୍ତରଖାନାରେ ବୃଦ୍ଧି ପାଉଛି ରୋଗୀଙ୍କ ସଂଖ୍ୟା, ଯାହାକୁ ନେଇ ଚିନ୍ତାରେ ଡାକ୍ତର । କାହିଁକି ଏପରି ହେଉଛି, ଜାଣନ୍ତୁ ଏହାର କାରଣ ।

fever
fever
author img

By

Published : Jan 13, 2023, 12:25 PM IST

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣର ବିଶେଷ ବୃଦ୍ଧି ଘଟୁନଥିଲେ ମଧ୍ୟ ଡାକ୍ତରଙ୍କୁ ଚିନ୍ତାରେ ପକାଉଛି ଥଣ୍ଡା-ଜ୍ବର । ପ୍ରତିଦିନ ଏକାଧିକ ରୋଗୀ ଡାକ୍ତରଖାନା ଆସୁଛନ୍ତି, ଯେଉଁମାନେ କି ସମାନ ରୋଗରେ ପୀଡିତ । ବିଶେଷ କରି ଯେଉଁ ଥଣ୍ଡା-ଜ୍ବର 3 ରୁ 5 ଦିନ ମଧ୍ୟରେ ଭଲ ହୋଇ ଯାଉଥିଲା ତାହା ଏବେ ଦୀର୍ଘଦିନ ଧରି ଲାଗି ରହୁଛି । ଉପଶମ ହେବାର ମଧ୍ୟ ନାଁ ଧରୁନି । ସେପଟେ ଶ୍ବାସକ୍ରିୟା ଜନିତ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି । ଫଳରେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢୁଛି । ତେବେ ଚଳିତ ବର୍ଷ ଏହି ସମସ୍ୟା ବୃଦ୍ଧିର କାରଣ କଣ ଏବଂ କାହିଁକି ଏହି ପରିବର୍ତ୍ତନ ଘଟୁଛି ସେ ବାବଦରେ ଆଲୋଚନା କରିଛନ୍ତି ଦିଲ୍ଲୀର ଜଣେ ଡାକ୍ତର ।

ଦିଲ୍ଲୀର ଗୌତମ ବୁଦ୍ଧ ନଗର ସହକାରୀ ମୁଖ୍ୟ ଚିକିତ୍ସା ଅଧିକାରୀ ଚନ୍ଦନ ସୋନି କହିଛନ୍ତି ଯେ, "ଚଳିତ ବର୍ଷ ପିଲାଠୁ ବୃଦ୍ଧ ଏପରିକି ଯୁବ ବର୍ଗ ମଧ୍ୟ ଡାକ୍ତରଖାନାଙ୍କୁ ଆସୁଛନ୍ତି, ଯେଉଁମାନେକି ଦୀର୍ଘଦିନ ଧରି ଥଣ୍ଡା-ଜ୍ବରରେ ପୀଡିତ ଅଛନ୍ତି । ଏଥର ସାମାନ୍ୟ ଥଣ୍ଡା-ଜ୍ବର ମଧ୍ୟ ଛାଡିବାର ନାଁ ଧରୁନି । ଯେତେ ଚିକିତ୍ସା କଲେ, ଔଷଧ ଦେଲେ ବି ଥଣ୍ଡା ନ ଛାଡିବା ଆମକୁ ଚିନ୍ତାରେ ପକାଇଛି । 3ରୁ 5 ଦିନ ମଧ୍ୟରେ ଯେଉଁରୋଗ ଛାଡିବା କଥା ତାହା ଦୀର୍ଘଦିନ ଧରି ଲାଗି ରହୁଛି । ଏଥର ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ହାର 15 ରୁ 20 ପ୍ରତିଶତକୁ ବୃଦ୍ଧି ପାଇଛି ।"

ତେବେ ଏହାର ମଖ୍ୟ କାରଣ ପରିବେଶ ପ୍ରଦୂଷଣ ବୋଲି କହିଛନ୍ତି ଡାକ୍ତର ଚନ୍ଦନ । ସେ କହିଛନ୍ତି ଯେ, ଦିଲ୍ଲୀର ଏୟାର୍ କ୍ବାଲିଟି ଅର୍ଥାତ୍ ବାୟୁ ଗୁଣବତ୍ତା ବୃଦ୍ଧି ପାଇବା ଏହି ସମସ୍ୟାର ମୁଖ୍ୟ କାରଣ । ପ୍ରଦୂଷଣ କାରଣରୁ ଲୋକମାନେ ନିଶ୍ୱାସ ନେବାରେ ଅସୁବିଧା ଭୋଗିବା ସହ ବିଭିନ୍ନ ପ୍ରକାରର ରୋଗର ସମ୍ମୁଖୀନ ହେଉଛନ୍ତି । ପ୍ରଦୂଷଣ ଏବଂ ଥଣ୍ଡା ବୃଦ୍ଧି 10 ବର୍ଷରୁ କମ୍ ପିଲା ଏବଂ 50 ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ଅତ୍ୟନ୍ତ ମାରାତ୍ମକ ହୋଇପଡିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଦୂଷଣ କାରଣରୁ ଶ୍ବାସ ରୋଗୀଙ୍କ ସଂଖ୍ୟା ବଢିଯାଇଛି । ଫଳରେ ଡାକ୍ତରଖାନାରେ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି । ସେ ଏଥିପାଇଁ ତିନୋଟି ମୁଖ୍ୟ କାରଣକୁ ଦାୟୀ କରିଛନ୍ତି । ପ୍ରଦୂଷଣ ପ୍ରମୁଖ କାରଣ ହୋଇଥିଲେ ମଧ୍ୟ, ଯେଉଁମାନେ ସକାଳ ଓ ସନ୍ଧ୍ୟାରେ କାମ ପାଇଁ ବାହାରକୁ ଯାଉଛନ୍ତି, ସେମାନେ ଥଣ୍ଡାରେ ପୀଡିତ ହେଉଥିବା ଡାକ୍ତର ଚନ୍ଦନ କହିଛନ୍ତି । ଏହା ସହିତ, ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍, ସେମାନେ ମଧ୍ୟ ପ୍ରଦୂଷଣ ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହା ସହିତ, ଯେଉଁମାନେ ପୂର୍ବରୁ ଅନେକ ରୋଗରେ ପୀଡିତ, ସେମାନେ ମଧ୍ୟ ଅତ୍ୟଧିକ ବିବ୍ରତ ହୁଅନ୍ତି ଏବଂ ପ୍ରଦୂଷଣ ସେମାନଙ୍କ ରୋଗ ବଢାଉଥିବାର ଏକ ବଡ଼ କାରଣ ବୋଲି ମନେହୁଏ । ଡାକ୍ତର ଚନ୍ଦନ କହିଛନ୍ତି ଯେ, ଆଗାମୀ ଦିନରେ ଯଦି ଏହିପରି ଶୀତ-କୁହୁଡି ସାଙ୍ଗକୁ ପ୍ରଦୂଷଣ ଲାଗି ରହେ ତେବେ ପରିସ୍ଥିତି ଆହୁରି ସାଙ୍ଘାତିକ ହୋଇଯିବ । ଅନ୍ୟପଟେ ପାଣିପାଗ ବିଭାଗ ସୂଚନାନୁସାରେ, ଆଗାମୀ ଦିନରେ ତାମପାତ୍ରା ଆହୁରି ହ୍ରାସ ପାଇବ । ଫଳରେ ଶୀତ ବଢିବା ସ୍ବାଭାବିକ । ତେଣୁ ଏହି ସମୟରେ ପ୍ରତିଟି ଲୋକଙ୍କୁ ସତର୍କ ରହିବା ନିହାତି ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.