ETV Bharat / sukhibhava

ଚା' କିମ୍ବା କଫି ପିଇବା ପୂର୍ବରୁ ପାଣି ପିଉଛନ୍ତି କି ? ଜାଣନ୍ତୁ ଶରୀର ଉପରେ ପ୍ରଭାବ - ପାଣି ପିଇବା ପରେ ତତକ୍ଷଣାତ ପିଅନ୍ତୁନି ଚା

ଚା' କିମ୍ବା କଫି ପିଇବା ପୂର୍ବରୁ ପାଣି ପିଉଛନ୍ତି କି? ପାଣି ପିଇବା ପରେ ତତକ୍ଷଣାତ ପିଅନ୍ତୁନି ଚା' କିମ୍ବା କଫି। ଅଧିକ ପଢନ୍ତୁ

କଫି ପିଇବା ପୂର୍ବରୁ ପାଣି ପିଇବା ଉଚିତ କି
କଫି ପିଇବା ପୂର୍ବରୁ ପାଣି ପିଇବା ଉଚିତ କି
author img

By ETV Bharat Odisha Team

Published : Nov 6, 2023, 3:15 PM IST

ହାଇଦ୍ରାବାଦ: ଭାରତରେ ସକାଳେ ଚା' ପିଇବା କେବଳ କାମ ନୁହେଁ ବରଂ ଏହା ଲୋକଙ୍କ ସହ ଜଡିତ ଏକ ଅନୁଭବ । କୁହାଯାଏ ଚା' ଭାରତୀୟ ସଂସ୍କୃତିର ଏକ ଅଂଶ ସଦୃଶ । ଭାରତର ପ୍ରତି କୋଣରେ ଆପଣ ଚା' ଷ୍ଟଲ ପାଇବେ । ସୁଖ ହେଉକି ଦୁଃଖ ସବୁ ସମୟରେ ଲୋକେ ଚା' ପିଇବା ପାଇଁ ପସନ୍ଦ କରିଥାଆନ୍ତି । ଘରକୁ ଆସୁଥିବା ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରଥମେ ଚା' ଦିଆଯାଇଥାଏ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଲି ପେଟରେ ଚା' ପିଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ତେବେ ଅନେକ ଲୋକ ଅଛନ୍ତି ଯେଉଁମାନେ ଚା' ପିଇବା ପୂର୍ବରୁ ପାଣି ପିଇଥାଆନ୍ତି । ତେବେ ଅନେକ ଭାବନ୍ତି ଚା' ପିଇବା ପୂର୍ବରୁ ପାଣି ପିଇବା ଦ୍ବାରା ଏସିଡ ହୋଇନଥାଏ ।

ଚା' କିମ୍ବା କଫି ପିଇବା ପୂର୍ବରୁ ପାଣି ପିଇବା ଉଚିତ କି: ଉଭୟ ଚା' ଏବଂ କଫି ପେଟ ପାଇଁ କ୍ଷତିକାରକ ହୋଇଥାଏ। ଏହା ପିଇବା ଦ୍ବାରା ପେଟରେ ଏସିଡ ହୋଇଥାଏ। ଚା'ରେ pH6 ରହିଥିବା ବେଳେ କଫିରେ ଏହା 5 ରହିଥାଏ। ତେବେ ଏହାକି ପିଇବା ଦ୍ବାରା ଶରୀରରେ ଅନେକ ରୋଗ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ । ଅଲସର ଏବଂ କର୍କଟ ଭଳି ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। କିନ୍ତୁ ଯଦି ଆପଣ ଏହାକୁ ପିଇବା ପୂର୍ବରୁ ପାଣି ପିଅନ୍ତି, ତେଣୁ ବିପଦକୁ କିଛି ପରିମାଣରେ ହ୍ରାସ କରେ। ପାଣି ପିଇବା ଦ୍ୱାରା ଅନ୍ତନଳୀରେ ଏକ ସ୍ତର ସୃଷ୍ଟି ହୁଏ ଯାହା ଚା ଏବଂ କଫି ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ।

ବାସୀ ମୁହଁରେ ଚା' ପଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ: ବାସୀ ମୁହଁ କିମ୍ବା ଖାଲିପେଟରେ ଚା ପଇବା କ୍ଷତିକାରକ ବୋଲି ପ୍ରାୟତଃ ସମୟରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାଆନ୍ତି । ଏହା ପେଟରେ ଏସିଡ ତିଆରି କରିବା ସହିତ ଦାନ୍ତ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଅନ୍ୟପଟେ ଡିହାଇଡ୍ରେସନ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ।

ଏହା ମଧ୍ୟ ପଢନ୍ତୁ: Green Tea Vs Black Coffee: ଜାଣନ୍ତୁ ଓଜନ ହ୍ରାସ ପାଇଁ କେଉଁ ପାନୀୟ ଲାଭଦାୟୀ

ଚା' ପିଇବା ପୂର୍ବରୁ କେତେବେଳେ ପିଇବେ ପାଣି: ଚା' ପିଇବା ପୂର୍ବରୁ ପାଣି ପିଇବା ଶରୀର ପକ୍ଷେ ଉପକାରୀ ବୋଲି କୁହାଯାଇଥାଏ । ତେଣୁ କଫି ପିଇବା ପୂର୍ବରୁ ପାଣି ପିଇବାକୁ ଚାହୁଁଥିଲେ 10ରୁ 15 ମିନିଟ ପୂର୍ବରୁ ପିଇବା ଉଚିତ ବୋଲି କୁହାଯାଇଛି । ଏହା ଦ୍ବାରା ଶରୀରରେ ହେବାକୁ ଥିବା ଏସିଡ ସମ୍ଭାବନା କମ ହୋଇଥାଏ । ଅନ୍ୟପଟେ ଚା' ପିଇବା ପରେ କିଛି ଜଣଙ୍କର ପାଣି ପିଇବାର ଅଭ୍ୟାସ ରହିଥାଏ । ଯାହା ସ୍ବାସ୍ଥ୍ୟ ଉପରେ ଅଧିକ କୁପ୍ରଭାବ ପକାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାଆନ୍ତି । ତେଣୁ ସର୍ବଦା ଚ' କିମ୍ବା କଫି ପିଇବାର 15 ମିନିଟ ପୂର୍ବରୁ ପାଣି ପିଇବା ଉଚିତ ବୋଲି କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.