ETV Bharat / sukhibhava

ବୈଜ୍ଞାନିକଙ୍କ ନୂଆ ଆବିଷ୍କାର: ଏଣିକି ସହଜରେ ଆରୋଗ୍ୟ ହେବ ମଧୁମେହ କ୍ଷତ - କେମିତି ଆରୋଗ୍ୟ ହେବ ମଧୁମେହ କ୍ଷେତ

ଏକ ନୂତନ ପଦାର୍ଥର ଆବିଷ୍କାର କଲେ ବୈଜ୍ଞାନିକ, ଯାହାର କେବଳ ମାତ୍ର ଗୋଟିଏ ପ୍ରୟୋଗ ଦ୍ୱାରା ମଧୁମେହ କ୍ଷତ ବା ଘା' ଶୀଘ୍ର ଆରୋଗ୍ୟ ହୋଇପାରିବ(Scientists discover new material that helps diabetic wounds heal quickly) । ଅଧିକ ପଢନ୍ତୁ

ବୈଜ୍ଞାନିକଙ୍କ ନୂଆ ଆବିଷ୍କାର: ଏଣିକି ସହଜରେ ଆରୋଗ୍ୟ ହେବ ମଧୁମେହ କ୍ଷତ

author img

By

Published : Dec 1, 2022, 12:43 PM IST

ୱାଶିଂଟନ୍: ଏଣିକି ଡାଇବେଟିସ୍ କାରଣରୁ ହୋଇଥିବା କ୍ଷତକୁ ସହଜରେ ଦୂର କରାଯାଇପାରିବ । ଏକ ନୂତନ ପଦାର୍ଥର ଆବିଷ୍କାର କଲେ ବୈଜ୍ଞାନିକ, ଯାହାର କେବଳ ମାତ୍ର ଗୋଟିଏ ପ୍ରୟୋଗ ଦ୍ୱାରା ମଧୁମେହ କ୍ଷତ ବା ଘା' ଶୀଘ୍ର ଆରୋଗ୍ୟ ହୋଇପାରିବ(Scientists discover new material that helps diabetic wounds heal quickly) । ନଟିଂହାମ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏକ ନୂତନ ଶ୍ରେଣୀର ପଲିମର ଆବିଷ୍କାର କରିଛନ୍ତି, ଯାହା ଉଭୟ ରୋଗ ପ୍ରତିରୋଧକ ତଥା ଅଣ-ପ୍ରତିରକ୍ଷା କୋଷକୁ ମଧୁମେହ କ୍ଷତରେ ଆରୋଗ୍ୟ କରିବାରେ ସାହାଯ୍ୟ କରିବ । ଏହି ଅନୁସନ୍ଧାନଗୁଡିକ ଆଡଭାନ୍ସ ମେଟେରିଆଲ୍ସ(Advanced Materials)ରେ ପ୍ରକାଶ ପାଇଛି ।

କ୍ଷତ ଆରୋଗ୍ୟ ହେଉଛି ଏକ ଜଟିଳ ଜୈବିକ ପ୍ରକ୍ରିୟା, ଯେଉଁଥିରେ ବିଭିନ୍ନ କୋଷ ପ୍ରକାର ଏକତ୍ର କାର୍ଯ୍ୟ କରିବା ସହିତ ଫାଇବ୍ରୋବ୍ଲାଷ୍ଟ ନାମକ ଏକ କୋଷ ପ୍ରକାର ଆରୋଗ୍ୟ ପାଇଁ ଆବଶ୍ୟକ ନୂତନ ଟିସୁ ଗଠନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ମଧୁମେହ ରୋଗୀଙ୍କ କୋଷ ଗୁଡ଼ିକରେ ଏହି ପ୍ରକ୍ରିୟା ଗୁଡ଼ିକୁ ବାଧା ପ୍ରାପ୍ତ ହୋଇଥାଏ, ଯେଉଁ କାରଣରୁ କ୍ଷତ ଆରୋଗ୍ୟ ଧୀର ଏବଂ ଚିକିତ୍ସା କରିବା କଷ୍ଟକର ହୋଇପଡିଥାଏ । ଏହା ସଂକ୍ରମଣର କାରଣ ହୋଇପାରେ ଏବଂ ଅତ୍ୟଧିକ ପରିସ୍ଥିତିରେ ଆମ୍ପ୍ୟୁଟେସନ୍ ଆବଶ୍ୟକ ହୁଏ ।

ସ୍କୁଲ ଅଫ୍ ଲାଇଫ୍ ସାଇନ୍ସେସ୍ ଆଣ୍ଡ୍ ଫାର୍ମାସିର ବିଶେଷଜ୍ଞମାନେ 315 ଭିନ୍ନ ଭିନ୍ନ ପଲିମେର୍ ପୃଷ୍ଠ(surfaces) ଯାଞ୍ଚ କରିଥିଲେ, ଯେପର୍ଯ୍ୟନ୍ତ ସେମାନେ ଫାଇବ୍ରୋବ୍ଲାସ୍ ଏବଂ ପ୍ରତିରକ୍ଷା କୋଷକୁ ଆରୋଗ୍ୟ ପାଇଁ ଏକ ଆକ୍ଟିଭ୍ ଡ୍ରାଇଭ୍ ଚିହ୍ନଟ କରିନଥିଲେ, ସେପର୍ଯ୍ୟନ୍ତ ବିଭିନ୍ନ ପଲିମର୍ ପ୍ରକାର ପରୀକ୍ଷଣ କରିଥିଲେ । ବିଦ୍ୟାଳୟର ଇଞ୍ଜିନିୟରିଂର ଏକ ଦଳ ଛୋଟ କଣିକା ତିଆରି କରିଥିଲେ, ଯାହାକି ଏହି ସର୍ଫେସରେ ପଲିମରରେ ଡେକୋରେଟ୍ ହେଇଥାଏ । ଏହି କଣିକାଗୁଡିକ କ୍ଷତ ଅଞ୍ଚଳରେ ସିଧାସଳଖ ପ୍ରୟୋଗ କରାଯାଇପାରିବ ।

ତେବେ ଗୋଟିଏ ପଲିମର ହେଉଛି ଏକ ରାସାୟନିକ ଯୌଗିକ, ଯାହା ରିପିଟିଂ ଚେନ୍ ଏବଂ ଲମ୍ବା ଅଣୁଗୁଡ଼ିକରେ ଗଠିତ । ଏହି ଢାଞ୍ଚା ପଲିମରକୁ ଅନନ୍ୟ ଗୁଣ ପ୍ରଦାନ କରେ, ଯାହା ବିଭିନ୍ନ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇପାରିବ । ପଲିମର ମାଇକ୍ରୋପାର୍ଟିକଲ୍ସ ବ୍ୟବହାର କରି ଦଳ ଦର୍ଶାଇଲା ଯେ, ଏହି ନୂତନ ପଦାର୍ଥ ଏନିମାଲ୍(ପଶୁ) ମଡେଲର କ୍ଷତରେ ପ୍ରୟୋଗ କରାଯାଇଥିଲେ । ପ୍ରୟୋଗର 96 ଘଣ୍ଟା ପରେ ଦେଖିବାକୁ ମିଳିଥିଲା ଯେ, ଏହା ତିନି ଗୁଣ ଅଧିକ ଫାଇବ୍ରୋବ୍ଲାଷ୍ଟ କାର୍ଯ୍ୟକଳାପ ଉତ୍ପାଦନ କରେ ଏବଂ 80% ରୁ ଅଧିକ କ୍ଷତକୁ ଭଲ କରିବାରେ ସକ୍ଷମ ହୋଇଥାଏ । ଦ୍ରୁତ ଏବଂ ପ୍ରଭାବଶାଳୀ ଚିକିତ୍ସା ଯୋଗାଇବା ପାଇଁ ଏହି ନୂତନ ପଲିମର ଷ୍ଟାଣ୍ଡାର୍ଡ କ୍ଷତ ଡ୍ରେସିଂରେ ଏକ ଆବରଣ ଭାବରେ ପ୍ରୟୋଗ କରାଯାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ନଟିଂହାମ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଲାଇଫ ସାଇନ୍ସର ପ୍ରଫେସର ଆମୀର ଘେମାଗମି(Amir Ghaemmaghami), ଯିଏକି ଏହି ଅଧ୍ୟୟନର ଅନ୍ୟତମ ଲେଖକ, ସେ କହିଛନ୍ତି ଯେ, ମଧୁମେହ କ୍ଷତ ପାଇଁ ଏକ ନୂତନ, ସ୍ୱଳ୍ପ ମୂଲ୍ୟର, ପ୍ରଭାବଶାଳୀ ଚିକିତ୍ସା ସୃଷ୍ଟି କରିବାରେ ସକ୍ଷମ ହେବା ଦିଗରେ ଏହି ଅନୁସନ୍ଧାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମେ ଦେଖିଥିବା ଫଳାଫଳ ଗୁଡିକ କେବଳ ଗୋଟିଏ ପ୍ରୟୋଗରେ ହାସଲ କରାଯାଇଥିଲା, ଯାହା ରୋଗୀଙ୍କ ପାଇଁ ପରିବର୍ତ୍ତନଶୀଳ ହୋଇପାରେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.