ETV Bharat / sukhibhava

Weather Change: ପାଗରେ ପରିବର୍ତ୍ତନ ବୃଦ୍ଧି ପାଉଛି ସଂକ୍ରାମକ ରୋଗ, ଏଭଳି ନିଅନ୍ତୁ ଯତ୍ନ - ଏନଫ୍ଲୁଏଞ୍ଜା ସଂକ୍ରମଣ

ପାଗରେ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଛି ସଂକ୍ରାମକ ରୋଗ । ଛୋଟ ଛୁଆଙ୍କ ଠାରୁ ବୟସ୍କ ସମସ୍ତେ ହେଉଛନ୍ତି ଶିକାର। ଅଧିକ ପଢନ୍ତୁ

Weather Change
Weather Change
author img

By ETV Bharat Odisha Team

Published : Oct 13, 2023, 8:09 PM IST

ହାଇଦ୍ରାବାଦ: ସାଧାରଣତଃ ଅକ୍ଟୋବର ମାସରେ ସାରା ଦେଶରେ ପାଗ ପରିବର୍ତ୍ତନ ହୋଇଥାଏ । ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଇଥାଏ । ଏହି ପାଣିପାଗ ଶରୀରକୁ ଆରାମ ପ୍ରଦାନ କରୁଥିଲେ ହେଁ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକତା ରହିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପାଣିପାଗରେ ପରିବର୍ତ୍ତନ ସହିତ ଅନେକ ପ୍ରକାର ସଂକ୍ରାମକ ରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ଫ୍ଲୁ ଏବଂ ସଂକ୍ରାମକ ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ, ବଦଳୁଥିବା ପାଣିପାଗ ସହିତ ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଏଥିପାଇଁ ଉପଯୁକ୍ତ ଜୀବନଶୈଳୀ ଏବଂ ଖାଦ୍ୟପେୟ ବଜାୟ ରଖିବା ଅତ୍ୟନ୍ତ ଜରୁରୀ ଅଟେ । ଯାହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ରୋଗ ହେବାର ଆଶଙ୍କା ମଧ୍ୟ କମ ରହିଥାଏ ।

ପାଣିପାଗରେ ପରିବର୍ତ୍ତନ ଯୋଗୁଁ ରୋଗ ଆଶଙ୍କା ଅଧିକ: ବର୍ତ୍ତମାନ ସାରା ଦେଶରେ ପାଣିପାଗର ପରିବର୍ତ୍ତନ ଆରମ୍ଭ ହୋଇଛି। ଏହି ସମୟରେ ଥଣ୍ଡା, କାଶ ହେବାର ସମ୍ଭାବନା ଅଧିକ ରହିଥାଏ। ଏହାର ପ୍ରଭାବ ଶ୍ବାସକ୍ରିୟା ଉପରେ ପଡିଥାଏ। କାରଣ ଶ୍ବସନତନ୍ତ୍ରର ଉପରି ଭାଗ ଝିଲିରେ ତିଆରି ହୋଇଥାଏ। ଯାହା ଦ୍ବାରା ବ୍ୟାକ୍ଟେରିଆ ଏବଂ ଭାଇରସ ଫୁସଫୁସକୁ ସଂକ୍ରମିତ କରିବା ପୂର୍ବରୁ ଥଣ୍ଡାକାଶର କାରଣ ସାଜିଥାଏ। ତେଣୁ ସମସ୍ତଙ୍କ କ୍ଷେତ୍ରରେ ଭାଇରାଲ ସଂକ୍ରମଣ ହେବାର ଆଶଙ୍କା ରହିଥାଏ।

ଏନଫ୍ଲୁଏଞ୍ଜା ସଂକ୍ରମଣ ହେବାର ଆଶଙ୍କା ଅଧିକ: ଏନ୍‌ଫ୍ଲୁଏଞ୍ଜା କିମ୍ବା ଫ୍ଲୁ ସଂକ୍ରମଣ ବର୍ଷସାରା ଯେକୌଣସି ମାସରେ ମଧ୍ୟ ହୋଇପାରେ। କିନ୍ତୁ ଋତୁକାଳୀନ ପରିବର୍ତ୍ତନ ସହିତ ସଂକ୍ରାମକ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ। ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(CDC) ଅନୁଯାୟୀ, ଥଣ୍ଡା ଦିନରେ ହେଉଥିବା ଏନଫ୍ଲୁଏଞ୍ଜା ରୋଗୀଙ୍କ ସଂଖ୍ୟା ଅକ୍ଟୋବର ମାସରେ ଅଧିକ ଦେଖାଯାଇଥାଏ। ଏହା ଯୋଗୁଁ ଥଣ୍ଡା ଏବଂ ସର୍ଦ୍ଦି ହେବାର ଆଶଙ୍କା ଅଧିକ ରହିଥାଏ।

ଏହା ମଧ୍ୟ ପଢନ୍ତୁ: ପାଗରେ ପରିବର୍ତ୍ତନ ଯୋଗୁଁ କମିପାରେ ରୋଗ ପ୍ରତିରୋଧକ ଶକ୍ତି, କରନ୍ତୁ ଏହି ବ୍ୟାୟାମ

ଋତୁକାଳୀନ ଆଲର୍ଜି: ଶୀତ ଋତୁ ଆରମ୍ଭ ହେବା ସହିତ ଅନେକ ପ୍ରକାର ଆଲର୍ଜି ହେବାର ସମ୍ଭାବନା ଅଧିକ ରହିଥାଏ। ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଆଲର୍ଜି ହେବାର ସମ୍ଭାବନା ଅଧିକ ରହିଥାଏ। ଫଳରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ହେବାର ସମ୍ଭବନା ଅଧିକ ରହିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ରୋଗ ପ୍ରତିରୋଧକ କ୍ଷମତା କମ୍ ଥିବା ଲୋକଙ୍କଠାରେ ଏହି ସମସ୍ୟାର ଆଶଙ୍କା ଅଧିକ ଥାଏ। ସଂକ୍ରମଣ ଏବଂ ଆଲର୍ଜି ରୋଗର ବିପଦକୁ ହ୍ରାସ କରିବା ପାଇଁ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଇବା ଜରୁରୀ ଅଟେ।

କେମିତି ରହିବେ ସୁରକ୍ଷିତ: ପାଣିପାଗରେ ହେଉଥିବା ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାକୁ ଏଡାଇବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ ଅଟେ। ପ୍ରତିଦିନ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଯୁକ୍ତ ଖାଦ୍ୟ ଖାଇବା ସହିତ ନିୟମିତ ବ୍ୟାୟାମ ଜରୁରୀ ଅଟେ। ଏହାସହ ପ୍ରତ୍ୟେକ ଦିନ 6ରୁ 8 ଘଣ୍ଟା ଶୋଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ସଂକ୍ରମଣର ବିପଦକୁ ହ୍ରାସ କରିବା ପାଇଁ ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀର ସହିତ ଏକ ଚାମଚ ହଳଦୀ ଖାଇବା ଲାଭଦାୟକ ବୋଲି ରିପୋର୍ଟରେ କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.