ୱାଶିଂଟନ୍: ମସ୍ତିଷ୍କ ଆଘାତ ଜନିତ ସମସ୍ୟା ଭୋଗୁଥିବା ପିଲା ଅନ୍ୟ ସାଧାରଣ ପିଲାଙ୍କ ତୁଳନାରେ ଅଧିକ ଭାବପ୍ରବଣ ଏବଂ ସେମାନଙ୍କ ବ୍ୟବହାର ମଧ୍ୟ ଭିନ୍ନ । ନିକଟରେ ଡେଲ ମୋଣ୍ଟେ ଇନଷ୍ଟିଚ୍ୟୁଟ୍ ଫର୍ ନ୍ୟୁରୋ ସାଇନ୍ସ(Del Monte Institute for Neuroscience)ର ଅନୁସନ୍ଧାନକାରୀମାନେ ପିଲାଙ୍କ ଠାରେ ଏପରି ପରିବର୍ତ୍ତନ ଥିବା ଜାଣିବାକୁ ପାଇଛନ୍ତି(Risk of behavioral, emotional issues in kids) ।
ଏକ ଅନୁସନ୍ଧାନ ଅନୁଯାୟୀ, ଯେଉଁ ପିଲାଙ୍କର ମସ୍ତିଷ୍କରେ ଟ୍ରମେଟିକ ବ୍ରେନ ଇଞ୍ଜୁରୀ (traumatic brain injury, TBI) ଥିବ ଏପରିକି ସାମାନ୍ୟ ସମସ୍ୟା ମଧ୍ୟ ଥିଲେ, ସେମାନେ ଏହି ସମସ୍ୟା ନଥିବା ପିଲାଙ୍କ ତୁଳନାରେ ଅଧିକ ଭାବପ୍ରବଣ ଏବଂ ଭିନ୍ନ ବ୍ୟବହାର କରିଥାନ୍ତି ଏପିଡେମୋଲୋଜି ପ୍ରୋଗ୍ରାମର ପିଏଚଡି ଛାତ୍ର ତଥା ଅନୁସନ୍ଧାନର ପ୍ରଥମ ଲେଖକ ଡାନିଏଲ୍ ଲୋପେଜ୍ କହିଛନ୍ତି ଯେ, ‘‘ମସ୍ତିଷ୍କରେ ଏହି ହିଟ୍କୁ ଅଧ୍ୟୟନ କରିବା କଷ୍ଟକର, କାରଣ ଏହା କେଉଁ ପ୍ରକାରର ଏବଂ କେବେକାର ସମସ୍ୟା ସେ ଉପରେ ଜାଣିବା ନିହାତି ଆବଶ୍ୟକ । କେବଳ ଜଣେ ଡାକ୍ତରଙ୍କ ପରାମର୍ଶ ନେଇଗଲେ ଜଣେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନଥାଏ । ଡାନିଏଲ୍ ଆହୁରି ମଧ୍ୟ କହିଛନ୍ତି, TBI ମୃଦୁ ଏବଂ ମଧ୍ୟ ବିକାଶଶୀଳ ମସ୍ତିଷ୍କ ଉପରେ କିପରି ପ୍ରଭାବ ପକାଇଥାଏ ସେ ଉପରେ ଜାଣିବା ନିହାତି ଆବଶ୍ୟକ ।’’
ଅନୁସନ୍ଧାନକାରୀମାନେ କିଶୋର ମସ୍ତିଷ୍କ ଜ୍ଞାନ ବିକାଶ ( Adolescent Brain Cognitive Development, ABCD) ଅଧ୍ୟୟନରେ ଅଂଶଗ୍ରହଣ କରୁଥିବା ହଜାର ହଜାର ପିଲାଙ୍କ ଠାରୁ ସଂଗୃହିତ MRI(Magnetic resonance imaging) ଏବଂ ଆଚରଣଗତ ତଥ୍ୟ ବ୍ୟବହାର କରିଥିଲେ । ସେମାନେ ପ୍ରକାଶ କରିଛନ୍ତି ଯେ, ସାମାନ୍ୟ TBI ଥିବା ପିଲାମାନଙ୍କ ଠାରେ ଏକ ଭାବପ୍ରବଣ କିମ୍ବା ଆଚରଣଗତ ସମସ୍ୟାର 15% ବୃଦ୍ଧି ଆଶଙ୍କା ରହିଛି ।
ପ୍ରାୟ ଦଶ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଏହି ବିପଦ ସର୍ବାଧିକ ଥିଲା । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଯେଉଁ ପିଲାମାନଙ୍କର ମସ୍ତିଷ୍କରେ ଏକ ବଡ଼ ଆଘାତ ଲାଗିଥିଲା କିନ୍ତୁ ସାମାନ୍ୟ TBI ପାଇଁ ଡାଇଗ୍ନୋଷ୍ଟିକ୍ ମାନଦଣ୍ଡ ପୂରଣ ହୋଇନଥିଲା, ସେମାନଙ୍କର ମଧ୍ୟ ଆଚରଣ ଏବଂ ଭାବଗତ ସମସ୍ୟାର ଆଶଙ୍କା ଥାଏ ।
ରୋଚେଷ୍ଟର ମେଡିକାଲ ସେଣ୍ଟରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍, ABCD ଅଧ୍ୟୟନ ପାଇଁ 21ଟି ଗବେଷଣା ସ୍ଥାନରୁ ତଥ୍ୟ ସଂଗ୍ରହ କରିଥିଲା । 2017 ଠାରୁ, ବୃହତ ରୋଚେଷ୍ଟର ଅଞ୍ଚଳର ଏହି 10 ବର୍ଷର ଅଧ୍ୟୟନରେ 340 ପିଲାଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଉଛି । ଜୈବିକ ବିକାଶ, ଆଚରଣ ଏବଂ ଅନୁଭୂତି କିପରି ମସ୍ତିଷ୍କର ପରିପକ୍ୱତା ଏବଂ ସେମାନଙ୍କ ଜୀବନର ଅନ୍ୟାନ୍ୟ ଦିଗ ଉପରେ ପ୍ରଭାବ ପକାଏ ସେ ଉପରେ ତର୍ଜମା କରାଯାଉଛି ।
ଗବେଷକଙ୍କ ଆଶା ଅନୁଯାୟୀ, ଭବିଷ୍ୟତରେ ABCD ଅଧ୍ୟୟନ ତଥ୍ୟ, ଏହି ହେଡ୍ ହିଟ୍ ମାନସିକ ସ୍ୱାସ୍ଥ୍ୟ ଏବଂ ମାନସିକ ସମସ୍ୟା ଉପରେ ଅଧିକ ପ୍ରଭାବ ପକାଇବ । ନ୍ୟୁରୋ ସାଇନ୍ସର ଆସୋସିଏଟ୍ ପ୍ରଫେସର ତଥା ରୋଚେଷ୍ଟର ବିଶ୍ୱବିଦ୍ୟାଳୟର ABCD ଅଧ୍ୟୟନର ସହ-ମୁଖ୍ୟ ଅନୁସନ୍ଧାନକାରୀ ଇଡି ଫ୍ରିଡମ୍ୟାନ୍ କହିଛନ୍ତି, "ମାନସିକ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧିର ଆଶଙ୍କା କେତେକ ମସ୍ତିଷ୍କ ଅଞ୍ଚଳ TBI ସମୟରେ ପ୍ରଭାବିତ ହୋଇଥାଏ। । TBI ର ଦୀର୍ଘମିଆଦି ପ୍ରଭାବ ବିଷୟରେ ଜାଣିବାକୁ ହେଲେ ଅଧିକ ସମୟ ଏବଂ ତଥ୍ୟର ଆବଶ୍ୟକତା ରହିଛି ।"