ETV Bharat / sukhibhava

ଅନୁସନ୍ଧାନ: ନିଦ୍ରାହ୍ରାସ ଲଙ୍ଗ୍ କୋଭିଡ୍‌ର ଶ୍ବାସକ୍ରିୟା ସମସ୍ୟା ସହ ଜଡିତ

କୋରୋନା ସଂକ୍ରମଣ ପରେ ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ଏବଂ ନିଦ୍ରାହ୍ରାସ ମଧ୍ୟରେ ଲିଙ୍କ୍ ରହିଛି । ଏହି ଦୁଇ ଲକ୍ଷଣ ଲଙ୍ଗ୍‌ କୋଭିଡ୍ ଶ୍ବାସକ୍ରିୟା ଜନିତ ସମସ୍ୟା କରିପାରେ ବୋଲି ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ । ଅଧିକ ପଢନ୍ତୁ

author img

By

Published : Apr 17, 2023, 4:04 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ଯଦି କୋଭିଡ ସଂକ୍ରମଣ ପରେ ନିଶ୍ବାସ-ପ୍ରଶ୍ବାସ ନେବାରେ ଅସୁବିଧା ଭୋଗୁଛନ୍ତି ତେବେ ରାତିରେ ଠିକ୍‌ରେ ଶୋଇ ପାରୁଛନ୍ତି କି ନାହିଁ ତାହା ମଧ୍ୟ ଯାଞ୍ଚ କରନ୍ତୁ । କାରଣ ନିକଟରେ କରାଯାଇଥିବା ଏକ ଅନୁସନ୍ଧାନ ଦର୍ଶାଉଛି ଯେ, ଠିକ୍‌ରେ ଶୋଇନପାରିବା, ନିଦ୍ରାହ୍ରାସ ଆଦି ଲକ୍ଷଣ ଲଙ୍ଗ୍ ବା ଦୀର୍ଘସ୍ଥାୟୀ କୋଭିଡ୍‌ର ଶ୍ବାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ସହ ଜଡିତ । ଅନୁସନ୍ଧାନକାରୀ କହିଛନ୍ତି ଯେ, କୋଭିଡ୍‌ରେ ସଂକ୍ରମିତ ହୋଇ ଯେଉଁ ବ୍ୟକ୍ତିମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ପରେ ସେମାନଙ୍କର ଶୋଇବାରେ ସମସ୍ୟା ଓ ଶ୍ବାସକ୍ରିୟା ସମ୍ବନ୍ଧୀୟ ସମସ୍ୟା କରିପାରେ ।

ବ୍ରିଟେନର 38ଟି ଡାକ୍ତରଖାନାରେ ଥିବା ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଛି । ମାଞ୍ଚେଷ୍ଟର ୟୁନିଭର୍ସିଟି ଏବଂ ଲିସେଷ୍ଟର ବିଶ୍ୱବିଦ୍ୟାଳୟ ଏହି ଅନୁସନ୍ଧାନର ନେତୃତ୍ୱ ନେଇଥିଲେ । ଏଥିରୁ ଜଣାଗଲା ଯେ, 62% କୋଭିଡ ରୋଗୀଙ୍କ ନିଦ୍ରା ବ୍ୟାହତ ହୋଇଛି, ଯାହା ଅତି କମରେ 12 ମାସ ପର୍ଯ୍ୟନ୍ତ ରହିପାରେ । ଦ ଲାନସେଟ୍ ରେସ୍ପିରାଟୋରି ମେଡିସିନରେ ପ୍ରକାଶିତ ଏହି ଅଧ୍ୟୟନରେ ପ୍ରଥମ ଥର ପାଇଁ କୋଭିଡ ପରବର୍ତ୍ତୀ ଦୁଇଟି ଲକ୍ଷଣ ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ଏବଂ ନିଦ୍ରାହୀନତା ମଧ୍ୟରେ ଲିଙ୍କ୍ ଥିବା ଦର୍ଶାଇଛି ।

ଏହା ପଢନ୍ତୁ:- ଅନୁସନ୍ଧାନ: ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ ରୋଗୀଙ୍କ ଅଧିକ ହୋଇପାରେ ସଂକ୍ରମଣ

ଏଥିରୁ ଜଣାଗଲା ଯେ, କୋଭିଡ୍-19ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିବିଶେଷ ଏକ ଘଣ୍ଟାରୁ ଅଧିକ ସମୟ ଶୋଇଥିଲେ, କିନ୍ତୁ ସେମାନଙ୍କ ନିଦ୍ରା ଗୁଣ ଦୁର୍ବଳ ଥିଲା । ଅର୍ଥାତ୍ ସେମାନେ ପର୍ଯ୍ୟାପ୍ତ ଶୋଇପାରି ନଥିଲେ । ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଲେ ଯେ, କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ନିଦ୍ରାହିନତା, ଚିନ୍ତା ଏବଂ ମାଂସପେଶୀ ଦୁର୍ବଳତା ଭଳି ସାଧାରଣ ପୋଷ୍ଟ କୋଭିଡ-19 ଲକ୍ଷଣ ଦେଖାଯିବ ସମ୍ଭାବନା ଅଧିକ ।

ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟର କ୍ଲିନିକାଲ ବୈଜ୍ଞାନିକ ତଥା ଶ୍ୱସନ ଚିକିତ୍ସକ ଡାକ୍ତର ଜନ୍ ବ୍ଲେକ୍ଲି କହିଛନ୍ତି ଯେ, ଅଧ୍ୟୟନରୁ ଏହା ଜଣାଗଲା କୋଭିଡ୍ ପରେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଏକ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଏହି ରୋଗୀମାନଙ୍କ ମଧ୍ୟରେ ଚିନ୍ତା ହ୍ରାସ କରିବା ସହ ମାଂସପେଶୀର ଶକ୍ତି ବୃଦ୍ଧି କରି ନିଦ୍ରା ବ୍ୟାଘାତକୁ ଲକ୍ଷ୍ୟ କରି ନିଶ୍ୱାସପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରାଯାଇପାରେ । କିନ୍ତୁ ଏଥିପାଇଁ ଅଧିକ ଅନୁସନ୍ଧାନ ଆବଶ୍ୟକ । ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ଶ୍ବାସକ୍ରିୟା, ସ୍ନାୟୁବିଜ୍ଞାନ, ହୃଦ୍‌ରୋଗ ଏବଂ ମାନସିକ ସ୍ବାସ୍ଥ୍ୟ ପ୍ରଣାଳୀ ଉପରେ ପ୍ରଭାବ ପକାଉଥିବା ପରିସ୍ଥିତିରୁ ଉତ୍ପନ୍ନ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.