ETV Bharat / sukhibhava

ଥାଇରଏଡ ସମସ୍ୟା ଡିମେନ୍ସିଆ ବିପଦ ବୃଦ୍ଧି ସହ ଜଡିତ ହୋଇପାରେ - ଥାଇରଏଡ ସମସ୍ୟା ଡିମେନ୍ସିଆ ବିପଦ ବୃଦ୍ଧି ସହ ଜଡିତ

ଏକ ଅଧ୍ୟୟନ ଅନୁଯାୟୀ, ହାଇପୋଥାଇରଏଡାଇଜିମ୍ ଥିବା ବୟସ୍କ ବ୍ୟକ୍ତି, ଯାହାକୁ ନିଷ୍କ୍ରିୟ ଥାଇରଏଡ୍ କୁହାଯାଏ, ସେମାନଙ୍କର ଡିମେନ୍ସିଆ ହେବାର ଆଶଙ୍କା ଅଧିକ ହୋଇପାରେ(Thyroid problems linked to increased risk of dementia) । ଅଧିକ ପଢନ୍ତୁ

Thyroid
Thyroid
author img

By

Published : Dec 29, 2022, 7:47 AM IST

ୱାଶିଂଟନ୍: ଆମେରିକାନ ଏକାଡେମୀ ଅଫ୍ ନ୍ୟୁରୋଲୋଜିର ମେଡିକାଲ୍ ଜର୍ଣ୍ଣାଲ୍ ନ୍ୟୁରୋଲୋଜି ଅନଲାଇନ୍ ଇସୁରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ହାଇପୋଥାଇରଏଡାଇଜିମ୍ ଥିବା ବୟସ୍କ ବ୍ୟକ୍ତି, ଯାହାକୁ ନିଷ୍କ୍ରିୟ ଥାଇରଏଡ୍ କୁହାଯାଏ, ସେମାନଙ୍କର ଡିମେନ୍ସିଆ ହେବାର ଆଶଙ୍କା ଅଧିକ ହୋଇପାରେ । ଅନୁସନ୍ଧାନ ଅନୁସାରେ, ଯେଉଁମାନଙ୍କ ଥାଇରଏଡ୍ ଅବସ୍ଥା ଥାଇରଏଡ୍ ହରମୋନ୍ ବଦଳାଇବା ଔଷଧ ଆବଶ୍ୟକ କରେ ସେମାନଙ୍କ ପାଇଁ ଡିମେନ୍ସିଆ ହେବାର ଆଶଙ୍କା ଅଧିକ ଥିବା ଜଣାପଡିଛି(Thyroid problems linked to increased risk of dementia) । ଜୁଲାଇ 6, 2022 ରେ ଏହି ଅନୁସନ୍ଧାନର ରିପୋର୍ଟ ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ଡିମେନ୍ସିଆ ରୋଗୀଙ୍କ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିପାରେ Talk Therapy

ଥାଇରଏଡ୍ ଗ୍ରନ୍ଥି ଯଥେଷ୍ଟ ଥାଇରଏଡ୍ ହରମୋନ୍ ତିଆରି ନକଲେ ହାଇପୋଥାଇରଏଡିଜିମ୍ ହୁଏ । ଏହା ମେଟାବୋଲିଜିମ୍(ହଜମ ପ୍ରକ୍ରିୟା)କୁ ମନ୍ଥର କରିପାରେ । ଏହାର ଲକ୍ଷଣ ମଧ୍ୟରେ ଥକ୍କା ଅନୁଭବ, ଓଜନ ବୃଦ୍ଧି ଏବଂ ଥଣ୍ଡା ପ୍ରତି ସମ୍ବେଦନଶୀଳତା ଆଦି ଅନ୍ତର୍ଭୁକ୍ତ । ରୋଡ୍ ଆଇଲ୍ୟାଣ୍ଡ(Rhode Island)ର ପ୍ରୋଭିଡେନ୍ସର ବ୍ରାଉନ୍ ୟୁନିଭରସିଟିର ଅଧ୍ୟୟନ ଲେଖକ ଚିଆନ୍-ହିସିଆଙ୍ଗ ୱେଙ୍ଗ କହିଛନ୍ତି ଯେ, ଏହି ଅନୁସନ୍ଧାନକୁ ନିଶ୍ଚିତ କରିବା ପାଇଁ ଅଧିକ ଅଧ୍ୟୟନର ଆବଶ୍ୟକତା ଥିଲେ ମଧ୍ୟ ଲୋକମାନେ ଥାଇରଏଡ୍ ସମସ୍ୟା ବିଷୟରେ ସଚେତନ ହେବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:- ହାଇପରଥାଇରଏଡିଜିମ ଓ ପ୍ରଜନନ ସ୍ୱାସ୍ଥ୍ୟ

ଅଧ୍ୟୟନ ପାଇଁ, ଅନୁସନ୍ଧାନକାରୀମାନେ, ତାଇୱାନରେ ଡିମେନ୍ସିଆରେ ଆକ୍ରାନ୍ତ ହୋଇଥିବା 7,843 ଜଣଙ୍କ ସ୍ୱାସ୍ଥ୍ୟ ରେକର୍ଡ ଉପରେ ପରୀକ୍ଷା-ନୀରିକ୍ଷା କରିଥିଲେ ଏବଂ ଡିମେନ୍ସିଆ ନଥିବା ସମାନ ସଂଖ୍ୟକ ଲୋକଙ୍କ ସହ ତୁଳନା କରିଥିଲେ । ଅନୁସନ୍ଧାନରେ ଭାଗ ନେଇଥିବା ବ୍ୟକ୍ତିଙ୍କ ହାରାହାରି ବୟସ 75 ଥିଲା । ତେବେ କହି ରଖୁଛୁ ଯେ, ଡିମେନ୍ସିଆ ହେଉଛି ଏକ ମସ୍ତିଷ୍କ ରୋଗ, ଯେଉଁ କାରଣରୁ ସ୍ମୃତି, ଚିନ୍ତା ଏବଂ ସାମାଜିକ ଦକ୍ଷତା ପ୍ରଭାବିତ ହୋଇଥାଏ । ଡିମେନ୍ସିଆ ରୋଗୀଙ୍କ ମଧ୍ୟରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ବ୍ୟାପକ ଭାବରେ ବ୍ୟାପିଥାଏ । ବର୍ତ୍ତମାନ ଏହି ରୋଗ ଥାଇରଏଡ୍ ସହ ଜଡିତ ଥିବା ନିଶ୍ଚିତ ରୂପେ ଚିନ୍ତାର କାରଣ ପାଲଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.