ETV Bharat / sukhibhava

Research: 8 ବର୍ଷରୁ କମ୍ ପିଲାଙ୍କ କ୍ଷେତ୍ରରେ ମଙ୍କିପକ୍ସ ବିପଦ ଅଧିକ

author img

By

Published : Oct 29, 2022, 10:57 AM IST

ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, 8 ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ମଙ୍କିପକ୍ସ ବିପଦ ଅଧିକ(Monkeypox risk higher in children aged 8 or younger) । ଜାଣନ୍ତୁ କେମିତି ନେବେ ଯତ୍ନ ।

Research: 8 ବର୍ଷରୁ କମ୍ ପିଲାଙ୍କ କ୍ଷେତ୍ରରେ ମଙ୍କିପକ୍ସ ବିପଦ ଅଧିକ
Research: 8 ବର୍ଷରୁ କମ୍ ପିଲାଙ୍କ କ୍ଷେତ୍ରରେ ମଙ୍କିପକ୍ସ ବିପଦ ଅଧିକ

ୱାଶିଂଟନ: ମଙ୍କିପକ୍ସ ସଂକ୍ରମଣକୁ ନେଇ ଆଉ ଏକ ନୂଆ ଅନୁସନ୍ଧାନ । 8 ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ମଙ୍କିପକ୍ସ ବିପଦ ଅଧିକ(Monkeypox risk higher in children aged 8 or younger) । ନିକଟରେ ଏକ ଅନୁସନ୍ଧାନରୁ ଏପରି ତଥ୍ୟ ସାମ୍ନାକୁ ହୋଇଛି । ପେଡିଆଟ୍ରିକ୍ ଇନଫେକ୍ସନ୍ ଡିଜିଜେସ୍ ପତ୍ରିକାରେ ଏ ସମ୍ବନ୍ଧୀୟ ସୂଚନା ପ୍ରକାଶ ପାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସରେ ପିଲାମାନଙ୍କ ସଂକ୍ରମଣ ହାର କମ୍ ରହିଥିଲେ ମଧ୍ୟ ସେମାନଙ୍କ ଠାରେ ରୋଗର ଜଟିଳତା ଏବଂ ଅନ୍ୟାନ୍ୟ ଗମ୍ଭୀର ଫଳାଫଳକୁ ନେଇ ବିଶେଷ ଚିନ୍ତା ରହିଛି ।

ରିପୋର୍ଟ ଅନୁଯାୟୀ, ଉଚ୍ଚ ଆୟକାରୀ ଦେଶମାନଙ୍କରେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁହାର ବୃଦ୍ଧି ପାଇଥିବା ଜଣାଯାଇଛି । ମୁଖ୍ୟତ ସ୍ୱଳ୍ପ ଆୟକାରୀ ଦେଶଗୁଡିକର ତଥ୍ୟ ଉପରେ ଆଧାର କରି, 8 ବର୍ଷରୁ କମ୍ ପିଲାମାନେ ଗୁରୁତର ବ୍ୟାକ୍ଟେରିଆ ସଂକ୍ରମଣ ସମେତ ଜଟିଳତାର ଆଶଙ୍କା ଅଧିକ । ଛୋଟ ପିଲାମାନଙ୍କ ଆଖି ସମେତ ଶରୀରର ଅନ୍ୟ ଅଂଶରେ ସଂକ୍ରମଣ ଏବଂ ବିସ୍ତାର ସହ ଜଡିତ ଜଟିଳତା ହେବାର ଆଶଙ୍କା ରହିପାରେ ।

ତେବେ ଠିକ୍ ସମୟରେ ଚିକିତ୍ସା ଏବଂ ଆକ୍ରାନ୍ତ ଶିଶୁମାନଙ୍କର ଯତ୍ନ ନେଇପାରିବେ ରୋଗ ନିଶ୍ଚିତ ରୂପେ ଭଲ ହୋଇପାରିବ । ଗୁରୁତର ମାମଲା ଏବଂ ଅଧିକ ବିପଦପୂର୍ଣ୍ଣ ଗୋଷ୍ଠୀ ପାଇଁ, ଯେପରିକି 8 ବର୍ଷରୁ କମ୍ ପିଲା ଏବଂ ଅନ୍ତର୍ନିହିତ ଚର୍ମ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଅଧିକ ବିଶେଷ ଯତ୍ନ ନେବାର ଆବଶ୍ୟକତା ରହିଛି । ଗର୍ଭବତୀ, ଇମ୍ୟୁନୋକୋପ୍ରୋମାଇଜଡ୍ ରୋଗୀ, ଏଗ୍‌ଜିମା ରୋଗୀ ଏବଂ ଯେଉଁମାନଙ୍କର ପାଟି, ଆଖି କିମ୍ବା ଯୌନାଙ୍ଗରେ ମଙ୍କିପକ୍ସର ଲକ୍ଷଣ ଥାଏ, ସେମାନଙ୍କ ପାଇଁ ବିପଦ ବଢିପାରେ ।

ଆଣ୍ଟିଭାଇରାଲ୍ ଔଷଧ ଯେପରିକି ଟେକୋଭିରିମାଟ୍, ଯାହା ଅର୍ଥୋପକ୍ସଭାଇରସ୍ ବିରୁଦ୍ଧରେ ପ୍ରଭାବଶାଳୀ ଏବଂ ଭ୍ୟାକ୍ସିନିଆ ଇମ୍ୟୁନ ଗ୍ଲୋବୁଲିନ୍(VIG), ଯାହା ସ୍ମଲ୍‌ପକ୍ସ ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟାକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ, ଏହି ବିପଦପୂର୍ଣ୍ଣ ଅବସ୍ଥାରେ ଥେରାପି ନିର୍ଭରଯୋଗ୍ୟ ହୋଇପାରେ । କିନ୍ତୁ ସମୀକ୍ଷକମାନେ ଲେଖିଛନ୍ତି ଯେ, କ୍ଲିନିକାଲ ପରୀକ୍ଷଣରେ ମନୁଷ୍ୟମାନଙ୍କ ମଧ୍ୟରେ ମଙ୍କିପକ୍ସ ଭାଇରସ୍ ବିରୁଦ୍ଧରେ ଏହି ଚିକିତ୍ସା ମଧ୍ୟରୁ କୌଣସି ପ୍ରଭାବଶାଳୀ ପ୍ରମାଣିତ ହୋଇନାହିଁ ତଥାପି ବର୍ତ୍ତମାନ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପରାମର୍ଶ ପରେ ସେମାନଙ୍କୁ ପରାମର୍ଶ ଦିଆଯାଇଛି ।

ଯଦିଓ ସ୍ମଲ୍‌ପକ୍ସ ଟିକା ବାବଦରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନାହିଁ, ତଥାପି ମଙ୍କିପକ୍ସ ରୋକିବାରେ ପ୍ରଭାବଶାଳୀ । ଅନେକ ଲୋକ କେବେ ବି ସ୍ମଲ୍‌ପକ୍ସ ଟୀକାକରଣ ଗ୍ରହଣ କରିନାହାଁନ୍ତି, କାରଣ 1972 ମସିହାରେ ଯୁକ୍ତରାଷ୍ଟ୍ରରେ ଘଟିଥିବା ଏହି ରୋଗ ଦୂର ହେବା ପରେ ଟୀକାକରଣ ବନ୍ଦ ହୋଇଯାଇଛି । ମଙ୍କିପକ୍ସର ସୁରକ୍ଷା ପାଇଁ FDA ଏକ ନୂତନ ଟିକା (MVA-BN) ଅନୁମୋଦନ କରିଛି, ତଥାପି ଏହାର ପ୍ରଭାବ ନେଇ ବିଶେଷ ପରୀକ୍ଷଣ କରାଯାଇ ନାହିଁ । ପୁନର୍ବାର, ମଙ୍କିପକ୍ସ ଭାଇରସ୍ ସଂକ୍ରମିତ ପିଲାମାନଙ୍କଠାରେ ଡ୍ରଗ୍ କିମ୍ବା ଟିକା ବ୍ୟବହାରକୁ ସୁପାରିସ୍ ପାଇଁ ସୀମିତ ତଥ୍ୟ ରହିଛି ।

ତେବେ ମଙ୍କିପକ୍ସ ଭଳି ବିରଳ ସଂକ୍ରମଣ ଜନିତ ଲକ୍ଷଣ ଦେଖାଯିବା ମାତ୍ରେ ସଙ୍ଗେ ସଙ୍ଗେ ଏହାର ଚିକିତ୍ସା କରିବା ଆବଶ୍ୟକ । ଯଦ୍ଦ୍ବାରା ଏହି ରୋଗର ଜଟିଳତା ଏବଂ ଦୀର୍ଘମିଆଦି ପ୍ରଭାବରୁ ରକ୍ଷା ମିଳିଥାଏ । ସଂକ୍ରମିତ ପ୍ରାଣୀଙ୍କ ସଂସ୍ପର୍ଶରୁ ଦୂରେଇ ରୁହନ୍ତୁ । ପିଲାମାନଙ୍କ ପାଇଁ ଏହାର ବିପଦ ଅଧିକ ଥିବାରୁ ଅଭିଭାବକମାନେ ସତର୍କ ରହିବା ଉଚିତ୍ । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଏହି ରୋଗ ବ୍ୟାପିବାର ମୁଖ୍ୟ କାରଣ । ତେଣୁ ପିଲାମାନଙ୍କୁ କୋଭିଡ ସଂକ୍ରମଣରୁ ରୋକିବା ପାଇଁ ଜାରି କରାଯାଇଥିବା କୋଭିଡର ସମସ୍ତ ସତର୍କତା ଅବଲମ୍ବନ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.