ETV Bharat / sukhibhava

ବ୍ୟାୟାମ କଲେ ଦୂର ହୁଏ ଶୁଷ୍କ ଆଖି ଓ କୁଞ୍ଚିତ ସମସ୍ୟା: ରିପୋର୍ଟ - କିପରି ଦୂର ହେବ ଆଖି ସମସ୍ୟା

ଆଖି ସମସ୍ୟା ଦେଖା ଦେଉଛି କି ? ତେବେ ମାତ୍ରାଧିକ ଆଇ ଡ୍ରପ ବ୍ୟବହାର କରନ୍ତୁ ନାହିଁ । ବ୍ୟାୟାମ ଦ୍ବାରା ସମାଧାନର ବାଟ ବତାଇଲେ ବିଶେଷଜ୍ଞ । ଜାଣନ୍ତୁ କେଉଁ ବ୍ୟାୟାମ କରିବା ଦ୍ବାରା ଆଖି ସମସ୍ୟା ଦୂର ହୋଇପାରିବ ।

ଆଖିତଳ ଶୁଖିଲା ପଡୁଥିଲେ କିମ୍ବା କୁଞ୍ଚିତ ହେଉଥିଲେ କରନ୍ତୁ ନିୟମିତ ବ୍ୟାୟାମ

author img

By

Published : Feb 6, 2022, 10:28 PM IST

ୱାଟରଲୁ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏକ ଟିମ୍ ବ୍ୟାୟାମ କିପରି ଶୁଖିଲା ଏବଂ କୁଞ୍ଚିତ ଆଖି ସମସ୍ୟାର ନିରାକରଣ କରିପାରିବ ସେ ସମ୍ବନ୍ଧରେ କିଛି ଆବିଷ୍କାର କରିଛନ୍ତି, ଯାହା ଶୁଣିଲେ ଆପଣଙ୍କୁ କୌତୁହଳ ଲାଗିପାରେ । ମାତ୍ର ଅନୁସନ୍ଧାନରୁ ନିରାକରଣର ଏକ ସହଜ ଉପାୟ ଆବିଷ୍କାର କରିପାରିଛନ୍ତି ଏହି ବିଶେଷଜ୍ଞମାନେ ।

ଟ୍ରେଡମିଲ ବ୍ୟାୟାମ
ଟ୍ରେଡମିଲ ବ୍ୟାୟାମ

ସେମାନେ ଆବିଷ୍କାର କରିଛନ୍ତି ଯେ, ଏରୋବିକ୍ ବ୍ୟାୟାମ ଦ୍ବାରା, ଆଖିରୁ ବାରମ୍ବାର ଲୁହ ଗଡିବା ହ୍ରାସ ପାଇଥାଏ ଏବଂ ଏହା ଶୁଖିଲା ଓ ଆଖି ତଳ କୁଞ୍ଚିତ ହେବାରୁ ମୁକ୍ତି ଦେଇଥାଏ । 'ପରୀକ୍ଷାମୂଳକ ଚକ୍ଷୁ ଅନୁସନ୍ଧାନ' ପତ୍ରିକାରେ ଟ୍ରେଡମିଲ ବ୍ୟାୟାମ ଦ୍ବାରା କିପରି ଲୁହ ଗଡିବା କମ୍ ହୋଇଥାଏ ତାହା ଉପରେ ଆଲୋକପାତ ହୋଇଥିଲା ।

ଏହି ଅଧ୍ୟୟନଟି କାପେ କୋଷ୍ଟର ୟୁନିଭରସିଟିର ସାମୁଏଲ୍ ଆବୋକି, ସେକ୍ରେ ନ୍ୟାମାହା ଏବଂ ମାଇକେଲ୍ ନଟୋଡି ଏବଂ Ghana's Our Lady of Grace Hospital's Yaw Osei Akoto ରେ ପରୀକ୍ଷା କରାଯାଇଥିଲା ।

ଅନୁସନ୍ଧାନକାରୀ କହିଛନ୍ତି ଯେ, ଆମେ ଯେତେଥର ଆଖିକୁ ଶକ୍ତକରି ବନ୍ଦ କରୁ ସେତେଥର, ଆମ ଆଖି ଲୁହ ଆସ୍ତରଣରେ ଆଚ୍ଛାଦିତ ହୋଇଯାଏ । ଆଖିରେ ଆଚ୍ଛାଦିତ ତିନୋଟି ସ୍ତର-ତେଲ, ଜଳ, ଏବଂ ମୁସିନ୍ ରହିଥାଏ - ଯାହା ଅକୁଲାର ପୃଷ୍ଠକୁ ହାଇଡ୍ରେଟ୍ କରିବା ଏବଂ ଧୂଳି କିମ୍ବା ମଇଳା ପରି ସଂକ୍ରମଣ ସୃଷ୍ଟି କରୁଥିବା ଉତ୍ତେଜକରୁ ରକ୍ଷା କରିଥାଏ । ଆଖିରେ ଲୁହର ଆସ୍ଥରଣ ସୃଷ୍ଟିହେବା ଦ୍ବାରା ଅକୁଲାର ପୃଷ୍ଠରେ ଶୁଖିଲା ଦାଗ ସୃଷ୍ଟି କରିପାରେ, ଯାହାଦ୍ୱାରା ଆଖିରେ ଯନ୍ତ୍ରଣା କିମ୍ବା ଦାଗ ହେବା ପରି ଲକ୍ଷଣ ଦେଖାଦିଏ ।

ୱାଟରଲୁରେ ଭିଜନ ସାଇନ୍ସରେ ପିଏଚଡି କରିଥିବା ବିଶେଷଜ୍ଞ ହିଞ୍ଜ୍ ଓଚେର କହିଛନ୍ତି ଯେ, ଆମର ଅନେକ କାର୍ଯ୍ୟକଳାପ କମ୍ପ୍ୟୁଟର ସ୍କ୍ରିନ କିମ୍ବା ମୋବାଇଲ ସ୍କ୍ରିନ ବ୍ୟବହାର ସହିତ ଜଡିତ ଥିବାରୁ ଶୁଖିଲା ଆଖିର ଲକ୍ଷଣ ଅଧିକ ସାଧାରଣ ହେବାରେ ଲାଗିଛି । ଆଇ ଡ୍ରପ୍ସ କିମ୍ବା ଅନ୍ୟାନ୍ୟ ବିକଳ୍ପ ଚିକିତ୍ସା ବ୍ୟବହାର କରିବା ପରିବର୍ତ୍ତେ, ଆମର ଅଧ୍ୟୟନରୁ ଜଣାପଡିଛି ଯେ, ଶାରୀରିକ କାର୍ଯ୍ୟକଳାପ ତଥା ବ୍ୟାୟାମ ଦ୍ବାରା ଆଖି ଶୁଷ୍କତା ବିରୁଦ୍ଧରେ ଏକ ପ୍ରଭାବଶାଳୀ ।

52 ଜଣ ବ୍ୟକ୍ତିଙ୍କୁ ନେଇ ଦୁଇଟି ବିଭାଗରେ ବିଭାଜିତ କରାଯାଇ ଏକ ବ୍ୟାୟାମ କରାଯାଇଥିଲା । ଗୋଟିଏ ଭାଗ ଆଥଲେଟ୍ ବା ଖେଳକୁଦ କରୁଥିବା ଲୋକେ ଥିବାବେଳେ ଅନ୍ୟ ବଭାଗରେ ନନ୍-ଆଥଲେଟ୍ ଅର୍ଥାତ୍ ଯେଉଁମାନେ କୌଣସି ଖେଳକୁଦ କରନ୍ତି ନାହିଁ ସେମାନେ ଥିଲେ । ଆଥଲେଟ୍ ଗୋଷ୍ଠୀର ଅଂଶଗ୍ରହଣକାରୀମାନେ ସପ୍ତାହରେ ଅତି କମରେ ପାଞ୍ଚ ଥର ବ୍ୟାୟାମ କରୁଥିବାବେଳେ ନନ୍-ଆଥଲେଟ୍ ଅଂଶଗ୍ରହଣକାରୀମାନେ ସପ୍ତାହରେ ଗୋଟିଏ ଥରେ କିମ୍ବା ଏହାଠୁ ଅଧିକ ବ୍ୟାୟାମ କରନ୍ତି ।

ଅନୁସନ୍ଧାନକାରୀମାନେ, ଘାନାର କାପେ କୋଷ୍ଟ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କୁ ଅନ୍ତର୍ଭୁକ୍ତ କରି ପ୍ରତ୍ୟେକ ବ୍ୟାୟାମ ଅଧିବେଶନ ପୂର୍ବରୁ ଏବଂ ପାଞ୍ଚ ମିନିଟ୍ ପରେ ଆଖିର ଭିଜୁଆଲ୍ ପରୀକ୍ଷା କରିଥିଲେ, ଯେଉଁଠାରେ ଲୁହ ଗଡିବା ଏବଂ ଲୁହ ଗଡିବାର ସମୟ ଅବଧି ଆକଳନ କରିଥିଲେ ଅର୍ଥାତ୍ କେତେ ସମୟ ମଧ୍ୟରେ ଲୁହ ଗଡୁଛି ତାହା ଆକଳନ କରିଥିଲେ ।

ତେବେ ଅନୁସନ୍ଧାନରେ ଜଣାପଡିଛି ଯେ, ଆଥଲେଟ୍ ଗୋଷ୍ଠୀର ଅଂଶଗ୍ରହଣକାରୀମାନଙ୍କ କ୍ଷେତ୍ରରେ ଏହି ପରୀକ୍ଷା ଅଧିକ ଲାଭଦାୟକ ହୋଇଛି । ଓଚେର କହିଛନ୍ତି ଯେ, ବ୍ୟାୟାମ ଅଧିବେଶନ ପରେ ସମସ୍ତ ଅଂଶଗ୍ରହଣକାରୀ ଲୁହର ପରିମାଣ ଏବଂ ଲୁହର ଆସ୍ଥରଣ ସ୍ଥିରତାକୁ ରୋକିବାରେ ସହାୟକ ହୋଇଛନ୍ତି । ତେବେ ସ୍କ୍ରିନ୍ ବା ପରଦ ସମ୍ମୁଖରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ବ୍ୟାୟାମ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ତଥାପି, ଆମର ଅନୁସନ୍ଧାନଗୁଡିକ ଦର୍ଶାଏ ଯେ, ଶାରୀରିକ କାର୍ଯ୍ୟକଳାପ କେବଳ ଆମର ସାମଗ୍ରିକ ସୁସ୍ଥତା ପାଇଁ ନୁହେଁ, ବରଂ ଆମର ଅକୁଲାର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି ଓଚେର କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.