ETV Bharat / sukhibhava

Bathing in Rain: ବର୍ଷାରେ ଭିଜିବା ପାଇଁ କରନ୍ତୁନି ସଙ୍କୋଚ, ମିଳିଥାଏ ଏହି ସ୍ବାସ୍ଥ୍ୟ ଲାଭ - ବର୍ଷାରେ ଭିଜିବାର ସ୍ବାସ୍ଥ୍ୟ ଉପକାରିତା

ପ୍ରାୟ ସମସ୍ତଙ୍କୁ ବର୍ଷାରେ ଓଦା ହେବା ପାଇଁ ଭଲ ଲାଗିଥାଏ । କିନ୍ତୁ ଥଣ୍ଡା, ଜ୍ବର କଥା ଭାବି ବର୍ଷା ଠାରୁ ଦୂରେଇ ରହିଥାଆନ୍ତି । ତେବେ ଜାଣନ୍ତୁ ବର୍ଷାରେ ଓଦା ହେବାର ଫାଇଦା ।

Bathing in Rain
Bathing in Rain
author img

By

Published : Jul 13, 2023, 2:51 PM IST

ହାଇଦ୍ରାବାଦ: ଗତ କିଛି ଦିନ ହେବ ଉତ୍ତର ଭାରତର ସମସ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ହେତୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଘରେ ପାଣି ପଶିଯିବା କାରଣରୁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଛି । ଯାନବାହାନ ଗୁଡ଼ିକ ରାସ୍ତାରେ ଭାସୁଥିବା ଦେଖାଯାଉଛି । ପାହାଡ଼ିଆ ଅଞ୍ଚଳର ଅବସ୍ଥା ନକହିବା ଭଲ । କହିବାକୁ ଗଲେ ଜନଜୀବନ ଏକ ପ୍ରକାର ଠପ ହୋଇଯାଇଛି । ଏହାରି ଭିତରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବିପର୍ଯ୍ୟୟରେ ମଧ୍ୟ ଉପଭୋଗ କରିବାର ସୁଯୋଗ ଖୋଜୁଛନ୍ତି ଏବଂ ବନ୍ୟା ବିପର୍ଯ୍ୟୟକୁ ମଧ୍ୟ ଉପଭୋଗ କରୁଛନ୍ତି । ଏନେଇ କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓରେ ଲୋକମାନେ ବନ୍ୟା ପାଣିରେ ଗାଧୋଇ ଥିବାର ନଜର ଆସିଛନ୍ତି । କିଛି ଲୋକ ବର୍ଷା ଉପଭୋଗ କରୁଥିବା ମଧ୍ୟ ଦେଖାଯାଉଛି । ଏହାକୁ ବାଦ ଦେଇ ଯଦି ସାଧାରଣ ଜୀବନଶୈଳୀ କଥା ଦେଖିବା ତେବେ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବରେ ବର୍ଷାରେ ସ୍ନାନ କରିବାର ଆନନ୍ଦ ନେଇଥିବେ । କିଛି ଲୋକ ବର୍ଷାରେ ଗାଧୋଇବାରୁ ଅନେକ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । କେତେକ ଲୋକ ବର୍ଷାରେ ସ୍ନାନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରନ୍ତି । ବର୍ଷା କିଛି ଲୋକଙ୍କ ପାଇଁ ଥଣ୍ଡା ଏବଂ ଜ୍ୱରର କାରଣ ସାଜିପାରେ । ତେବେ ଏହା ବ୍ୟତୀତ ଏହା ଶରୀର ଉପରେ କୌଣସି ବଡ଼ ପ୍ରଭାବ ପକାଇନଥାଏ । ତେବେ ବର୍ଷାରେ ଗାଧୋଇବା ଦ୍ବାରା ଶରୀରର କେଉଁ ସମସ୍ୟା ଦୂର ହୋଇପାରିବ ଜାଣନ୍ତୁ ।

ଏହା ମଧ୍ୟ ପଢନ୍ତୁ: Monsoon: ବର୍ଷାଦିନେ ତ୍ବଚାର ଯତ୍ନ ନେବା ଜରୁରୀ

ବର୍ଷାରେ ଭିଜିବାର ଫାଇଦା:

  • ବର୍ଷା ପାଣିରେ ଏଭଳି କିଛି ମିନେରାନ୍ସ ରହିଥାଏ ଯାହା ଶରୀର ପାଇଁ ଲାଭଦାୟକ ଅଟେ। ଏଥିରେ ଆଲକାଲାଇନ୍ ପିଏଫ୍ ଥାଏ, ଯାହା କେଶକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।
  • ବର୍ଷା କେବଳ କେଶ ପାଇଁ ନୁହେଁ, ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଚର୍ମର ଆର୍ଦ୍ରତା ବଜାୟ ରଖେ ଏବଂ ଶରୀରରେ ଲାଗିଥିବା ମଇଳାକୁ ସହଜରେ ବାହାର କରିଥାଏ।
  • ବର୍ଷାରେ ସ୍ନାନ କରିବା ସମୟରେ ଶରୀରରେ ସେରୋଟୋନିନ୍ ଏବଂ ଏଣ୍ଡୋରଫିନ୍ ନାମକ ହରମୋନ୍ କ୍ଷରିତ ହୋଇଥାଏ । ଏହି ହରମୋନ୍ ଚାପ ଏବଂ ଚିନ୍ତା ଦୂର କରିବା ସହ ଖୁସି ରଖିବାରେ ସାହାଯ୍ୟ କରିଥାଏ ।
  • ହରମୋନରେ ସନ୍ତୁଳତା ରହିଥିବାରୁ ଶରୀରରେ ସମସ୍ତ ପ୍ରକ୍ରିୟା ମଧ୍ୟ ଠିକ ରହିଥାଏ।

ଏଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ: 1. ଋତୁର ପ୍ରଥମ କିମ୍ବା ଦ୍ବିତୀୟ ବର୍ଷା ଠାରୁ ଦୂରେଇ ରହିବା ଉଚିତ୍‌ । କାରଣ ଏହା ବହୁତ ପ୍ରଦୂଷିତ ହୋଇଥାଏ । ଅନ୍ୟପଟେ ଏହା ଚର୍ମ ସମସ୍ୟା ସୃଷ୍ଟି କରିପାରେ।

2. ଦୀର୍ଘ ସମୟ ଧରି ବର୍ଷାରେ ଗାଧୋଇବାରେ ଭୁଲ କରନ୍ତୁ ନାହିଁ କାରଣ ଏହା ଅସୁସ୍ଥ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ଏକ ତଥ୍ୟ ଉପରେ ଆଧାରିତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.