ETV Bharat / sukhibhava

Prostate cancer: କାହିଁକି ପୁରୁଷଙ୍କ ଠାରେ ଅଧିକ ଦେଖାଯାଏ ପ୍ରୋଷ୍ଟେଟ କ୍ୟାନ୍ସର, ଜାଣନ୍ତୁ

ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଉଥିବା ପ୍ରୋଷ୍ଟେଟ୍ କ୍ୟାନ୍ସର କଣ, କାହିଁକି ଏହା ହୋଇଥାଏ, ଲକ୍ଷଣ ବାବଦରେ ଜାଣନ୍ତୁ(Prostate cancer Signs, symptoms and why it causes) ।

author img

By

Published : Nov 16, 2022, 2:07 PM IST

Prostate cancer: କାହିଁକି ପୁରୁଷଙ୍କଠାରେ ଅଧିକ ଦେଖାଯାଏ ପ୍ରୋଷ୍ଟେଟ କ୍ୟାନ୍ସର, ଜାଣନ୍ତୁ

ହାଇଦ୍ରାବାଦ: ସାଧାରଣତଃ ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଏ ପ୍ରୋଷ୍ଟେଟ୍ କ୍ୟାନ୍ସର(Prostate cancer), ଯାହାକୁ ବିଶ୍ବସ୍ତରରେ ଦ୍ବିତୀୟ ମାରାତ୍ମକ କ୍ୟାନ୍ସର ଭାବେ ବିବେଚନା କରାଯାଏ । ଅନୁସନ୍ଧାନ ଅନୁଯାୟୀ, ବ୍ରିଟେନର ପ୍ରତି 8 ଜଣ ପୁରୁଷଙ୍କ ମଧ୍ୟରେ ଜଣେ ସେମାନଙ୍କ ଜୀବନ କାଳରେ ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡିତ ହୋଇଥାଏ । ଏହାକୁ ବ୍ରିଟେନରେ ପୁରୁଷମାନଙ୍କ କ୍ଷେତ୍ରରେ ସବୁଠାରୁ ସାଧାରଣ ପ୍ରକାରର କର୍କଟ ରୋଗ ବୋଲି ବିବେଚନା କରାଯାଏ । ତେବେ ଏହି ରୋଗ କଣ, କାହିଁକି ହୁଏ ଏବଂ ଏହାର ଲକ୍ଷଣ ବାବଦରେ ଆଲୋଚନା କରିବା...

Prostate cancer
Prostate cancer

ପ୍ରୋଷ୍ଟେଟ କ’ଣ ?

ପ୍ରୋଷ୍ଟେଟ୍ ହେଉଛି ପୁରୁଷ ପେଲଭିସ୍‌ରେ ଥିବା ୱଲନଟ୍(ବାଦାମ) ଆକାରର ଏକ ଗ୍ରନ୍ଥି, ଯାହା ମେରୁଦଣ୍ଡକୁ ସପୋର୍ଟ କରେ ଏବଂ ପେଟର ଅଙ୍ଗକୁ ସୁରକ୍ଷା ଦେଇଥାଏ । ଏହା ଲିଙ୍ଗ ଓ ବ୍ଲାଡର ମଧ୍ୟରେ ଅବସ୍ଥିତ ଏବଂ ମୂତ୍ରାଶୟକୁ ଘେରି ରହିଥାଏ । ପ୍ରୋଷ୍ଟେଟର ମୁଖ୍ୟ କାର୍ଯ୍ୟ ହେଉଛି ଏକ ମୋଟା ଧଳା ତରଳ ପଦାର୍ଥ ଉତ୍ପାଦନ କରିବା, ଯାହା ଟେଷ୍ଟିକଲ୍ସ(ସ୍ପର୍ମ ସୃଷ୍ଟିକାରୀ) ଦ୍ବାରା ଉତ୍ପାଦିତ ଶୁକ୍ରାଣୁ ସହ ମିଶ୍ରିତ ହୋଇ ବୀଜାଣୁ(semen) ଉତ୍ପନ୍ନ କରିବା ।

କାହିଁକି ହୁଏ ପ୍ରୋଷ୍ଟେଟ କ୍ୟାନସର(Why causes Prostate cancer) ?

କେଉଁ କାରଣରୁ ପ୍ରୋଷ୍ଟେଟ୍ କ୍ୟାନ୍ସର ହୁଏ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଡାକ୍ତରମାନେ କହନ୍ତି ଯେ, ପ୍ରୋଷ୍ଟେଟର କୋଷଗୁଡ଼ିକ ଯେତେବେଳେ DNAରେ ପରିବର୍ତ୍ତନ ହେବାକୁ ଆରମ୍ଭ କରେ ସେତେବେଳେ ପ୍ରୋଷ୍ଟେଟ କ୍ୟାନ୍ସର ହୁଏ । ଏହି ସମୟରେ ସାଧାରଣ କୋଷ ଗୁଡ଼ିକ ତୁଳନାରେ ଅଧିକ ଦ୍ରୁତ ଗତିରେ ବଢିବାକୁ ଲାଗେ । ଅସ୍ୱାଭାବିକ କୋଷ ଗୁଡ଼ିକ ଜୀବିତ ରହିଲେ, ଅନ୍ୟ କୋଷଗୁଡ଼ିକ ମରିଯାଏ ।

ଜମା ହେଉଥିବା ଅସ୍ୱାଭାବିକ କୋଷଗୁଡ଼ିକ ଏକ ଟ୍ୟୁମର ସୃଷ୍ଟି କରେ ଯାହା ନିକଟସ୍ଥ ଟିସୁ ଉପରେ ପ୍ରଭାବ ପକାଇଥାଏ । ଡାକ୍ତରୀ ସୂଚନା ମୁତାବକ, ଏହି ଟ୍ୟୁମର ଧିରେ ଧିରେ ପ୍ରୋଟେଷ୍ଟ କ୍ୟାନ୍ସରରେ ପରିଣତ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:-Prostate Cancer ଭୟାବହତା ପୂର୍ବାନୁମାନ କରିବ ଏପିଜେନେଟିକ ବାୟୋମାର୍କର୍ସ

ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣ ଗୁଡ଼ିକ କ’ଣ ?

  • ବାରମ୍ବାର ରାତିରେ ଯନ୍ତ୍ରଣା ହେବା ।
  • ପରିସ୍ରାରେ ଅସୁବିଧା ।
  • ମୂତ୍ରରେ ରକ୍ତ ପଡିବା ।
  • ସିମନ୍ ବା ବୀଜାଣୁରୁ ମଧ୍ୟ ରକ୍ତ ଝରିବା ।
  • ଅସ୍ତି ଯନ୍ତ୍ରଣା ।
  • ଅସ୍ବାଭାବିକ ଭାବେ ଓଜନରେ ପରିବର୍ତ୍ତନ ।

ବେଳେ ବେଳେ ଏହିସବୁ ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ, ଯାହା ରୋଗକୁ ଗମ୍ଭୀର କରିଥାଏ । ତେଣୁ ବିଶେଷଜ୍ଞଙ୍କ କହିବା ଅନୁସାରେ ବ୍ଲାଡରରେ ସାମାନ୍ୟ ପରିବର୍ତ୍ତନ ପରିଲକ୍ଷିତ ହେଲେ ଡାକ୍ତରଙ୍କ ପରାମର୍ଶ କରାଇନେବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.