ETV Bharat / sukhibhava

Lancet study: କଏଦୀଙ୍କ ଠାରେ ଯକ୍ଷ୍ମା ରୋଗ ଆଶଙ୍କା 5 ଗୁଣ ଅଧିକା

ଭାରତୀୟ କଏଦୀଙ୍କ ଠାରେ ଯକ୍ଷ୍ମା ରୋଗ ଆଶଙ୍କା 5 ଗୁଣ ଅଧିକା ବୋଲି ଜଣାପଡିଛି । ଏନେଇ ଲାନସେଡ ଷ୍ଟଡିରେ ଜଣାପଡିଛି । ଅଧିକ ପଢନ୍ତୁ

author img

By

Published : Jul 11, 2023, 7:05 AM IST

Lancet study
Lancet study

ହାଇଦ୍ରାବାଦ: ସାଧାରଣ ଜନତାଙ୍କ ତୁଳନାରେ ଭାରତର ଜେଲର ଅନ୍ତେବାସୀମାନେ ଯକ୍ଷ୍ମା (ଟିବି) ହେବାର ଆଶଙ୍କା ପାଞ୍ଚ ଗୁଣ ଅଧିକା । ଏନେଇ ଲାନସେଟ୍ ଜନସ୍ୱାସ୍ଥ୍ୟରେ ପ୍ରକାଶିତ ହୋଇଛି । ଏହାପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଦେଖିବା ପ୍ରଧାନମନ୍ତ୍ରୀଙ୍କ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ 2025 ସୁଦ୍ଧା ଭାରତରୁ ଯକ୍ଷ୍ମା ଦୂର କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। କିନ୍ତୁ ବାସ୍ତବରେ ଏହି ଲକ୍ଷ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ମନେହୁଏ ।

ବିଶ୍ବର ଜେଲଗୁଡିକରେ ସଂକ୍ରାମକ ରୋଗର ପ୍ରାଦୁର୍ଭାବକୁ ଆକଳନ କରିବା ପାଇଁ ଏହାର ପ୍ରଥମ ଅଧ୍ୟୟନର ରିପୋର୍ଟ ଚିନ୍ତା ବଢାଇ ଦେଇଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଭାରତୀୟ ଜେଲ୍‌ରେ ରହୁଥିବା ପ୍ରତ୍ୟେକ ଲକ୍ଷ କଏଦୀଙ୍କ ମଧ୍ୟରୁ ପ୍ରାୟ 1,076 ଜଣ ଯକ୍ଷ୍ମା ରୋଗରେ ପୀଡିତ । ଅନ୍ୟପଟେ ଯଦି ଆମେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ WHO ଟିବି ରିପୋର୍ଟ 2022କୁ ଦେଖିବା ତାହେଲେ ସାଧାରଣ ଜନସଂଖ୍ୟାରେ, ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ଯକ୍ଷ୍ମା ରୋଗ ମାତ୍ର 210ଜଣଙ୍କ ଠାରେ ଦେଖାଦେଇଛି । ଏହାର ଅର୍ଥ ସାଧାରଣ ଜନତାଙ୍କ ତୁଳନାରେ ବନ୍ଦୀମାନଙ୍କ ମଧ୍ୟରେ ଏହି ଗୁରୁତର ରୋଗ ତଥା ଜୀବନ ପ୍ରତି ବିପଦଜନକ ରୋଗ ହେବାର ଆଶଙ୍କା ପ୍ରାୟ ପାଞ୍ଚ ଗୁଣ ଅଧିକ ହୋଇପାରେ ବୋଲି କୁହାଯାଇଛି। ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବା ବେଳେ ଚିନ୍ତା ମଧ୍ୟ ବୃଦ୍ଧି ପାଇଛି।

ଏହି ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ 193ଟି ଦେଶର କାରାଗାରରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ଯକ୍ଷ୍ମା ହେବାର ଆଶଙ୍କା ଆକଳନ କରିଥିଲେ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ 2019ରେ ସର୍ବଭାରତୀୟ ସ୍ତରରେ ପ୍ରାୟ 11 ମିଲିୟନ ଲୋକଙ୍କ ମଧ୍ୟରୁ ପ୍ରାୟ 125,105 ଜଣ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିଲା। ଏହି ହାର ଏକ ଲକ୍ଷ ଲୋକଙ୍କ ପାଇଁ 1,148 ମାମଲା ସହିତ ସମାନ ଅଟେ । ସାଧାରଣ ଜନତାଙ୍କ ମଧ୍ୟରେ ଏହି ସଂଖ୍ୟା ପ୍ରାୟ 127 ଅଟେ। ଅଧ୍ୟୟନରୁ ଜଣାପଡିଛି ଯେ ସର୍ବଭାରତୀୟ ସ୍ତରରେ ଜେଲରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ଯକ୍ଷ୍ମା ରୋଗର ଆଶଙ୍କା 5 ଗୁଣା ଅଧିକ ଅଟେ ।

କଣ ପାଇଁ ମାମଲା ବୃଦ୍ଧି ପାଉଛି: ଅନୁସନ୍ଧାନକାରୀମାନେ କଏଦୀମାନଙ୍କ ମଧ୍ୟରେ ଯକ୍ଷ୍ମା ରୋଗ ବୃଦ୍ଧି ହେବାର ଏକ ପ୍ରମୁଖ କାରଣ ଜେଲ୍‌ଗୁଡିକରେ ଅତ୍ୟଧିକ ଭିଡ଼ ବୋଲି କୁହାଯାଇଛି । ବନ୍ଦୀମାନଙ୍କରେ ଏହି ରୋଗ ହେବାର ଆଶଙ୍କା ବିଷୟରେ ପୂର୍ବ ଅଧ୍ୟୟନରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି । 2017ରେ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଇନଫେକ୍ଟିୟସ ପ୍ରକାଶିତ ଏକ ସମ୍ବନ୍ଧୀୟ ଅଧ୍ୟୟନରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଜେଲ୍‌ରେ ଯକ୍ଷ୍ମା ଚିହ୍ନଟ ଏବଂ ଚିକିତ୍ସା ହାର ଯଥାକ୍ରମେ 18ପ୍ରତିଶତ ଏବଂ 54 ପ୍ରତିଶତ ରହିଛି ।

ଏହା ମଧ୍ୟ ପଢନ୍ତୁ: ଯକ୍ଷ୍ମାରୁ ଉପଶମ ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଖାଦ୍ୟ

ଆମେରିକାର ବୋଷ୍ଟନ୍ ୟୁନିଭର୍ସିଟି ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥର ପ୍ରଫେସର ତଥା ଅଧ୍ୟୟନର ମୁଖ୍ୟ ଲିଓନାର୍ଡୋ ମାର୍ଟିନେଜ୍ କହିଛନ୍ତି ଯେ, "ଅତ୍ୟଧିକ ଭିଡ଼ ଏବଂ ଭେଣ୍ଟିଲେସନ୍ ସମସ୍ୟା ହେତୁ ଜେଲରେ ଯକ୍ଷ୍ମା ରୋଗ ବୃଦ୍ଧି ପାଇବାରେ ଲାଗିଛି । ବଢୁଥିବା ସ୍ୱାସ୍ଥ୍ୟ ବିପଦ ବିଷୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏଥିସହ, କାରାଗାରରେ ଥିବା ବ୍ୟକ୍ତିମାନେ ଯକ୍ଷ୍ମା ସହିତ ମଧୁମେହ, ମଦ୍ୟପାନର ବ୍ୟାଧି, ଧୂମପାନ ଏବଂ ପୁଷ୍ଟିହୀନତା ଭଳି ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ମଧ୍ୟ ଅଧିକ ରହିଥାଏ ।" ଏହି ଆକଳନ ଭାରତ ପାଇଁ ଅଧିକ ଚିନ୍ତା ବଢ଼ାଇପାରେ କହିଲେ ଅତ୍ୟୁକ୍ତି ହେବ ନାହିଁ । 2025 ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ଲକ୍ଷ୍ୟରେ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ଏଭଳି ପରିସ୍ଥିତିରେ ବନ୍ଦୀମାନଙ୍କ ମଧ୍ୟରେ ଯକ୍ଷ୍ମା ରୋଗ ବୃଦ୍ଧି ଏହି ଲକ୍ଷ୍ୟ ପୂରଣ କରିବାରେ ଏକ ପ୍ରତିବନ୍ଧକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.