ETV Bharat / sukhibhava

ଦୃଷ୍ଟିହୀନତା ନିବାରଣ ସପ୍ତାହ: ଏହି ସବୁ କାରଣ ବିଗାଡି ଦିଏ ଆଖିର ସ୍ବାସ୍ଥ୍ୟ

author img

By

Published : Apr 1, 2023, 12:47 PM IST

ଦୃଷ୍ଟିହୀନତା ନିବାରଣ ସପ୍ତାହ ଅବସରରେ ଜାଣନ୍ତୁ କେଉଁ ସବୁ କାରଣରୁ ଆଖିର ସ୍ବାସ୍ଥ୍ୟ ବିଗିଡିଯାଏ ଏବଂ କେମିତି ନେବେ ଆଖିର ଯତ୍ନ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ସୁନ୍ଦର ପୃଥିବୀକୁ ଦେଖିବା ପାଇଁ ମୁଖ୍ୟତଃ ସହାୟକ ହୋଇଥାଏ ଆଖି । ଯଦି ଆଖି ନଥାନ୍ତା, ତେବେ ଆମେ ସ୍ରଷ୍ଟାଙ୍କ ଏ ସୁନ୍ଦର ସୃଷ୍ଟିକୁ ଦେଖି ପାରିନଥାନ୍ତେ । ମାତ୍ର ଆଖି ଥାଇ, ଏ ସୁନ୍ଦର ବରଦାନ ପ୍ରାପ୍ତ ପରେ ବି ଆମେ ଦୃଷ୍ଟି ଶକ୍ତି ଅଭାବର ସମ୍ମୁଖୀନ ହେଉଛନ୍ତି । ଆମ ବଞ୍ଚିବାର ଶୈଳୀ, ଅଭ୍ୟାସ ଧୀରେ ଧୀରେ ଦୃଷ୍ଟି ଶକ୍ତିକୁ ପ୍ରଭାବିତ କରୁଛି, ଦୃଷ୍ଟିହୀନ କରିଦେଉଛି । ଏହି ସମସ୍ୟାର ସମାଧାନ ପାଇଁ ପ୍ରତିବର୍ଷ ଅପ୍ରେଲ୍ ମାସର ପ୍ରଥମ ସପ୍ତାହକୁ ଦୃଷ୍ଟିହୀନତା ନିବାରଣ ସପ୍ତାହ ରୂପେ ପାଳନ କରାଯାଉଛି । ତେବେ ଏହି ଅବସରରେ କିପରି ଆଖିର ଯତ୍ନ ନେବେ, ଜାଣନ୍ତୁ

କାରଣ

ଡାକ୍ତରଙ୍କ ଅନୁଯାୟୀ, ମୋତିଆବିନ୍ଦୁ, ଗ୍ଲୁକୋମା ରୋଗ ଏବଂ ଏଗୁଡିକର ଠିକ ସମୟରେ ଚିକିତ୍ସା ନକରିବା ଦୃଷ୍ଟିହୀନତାର ସର୍ବାଧିକ ବିପଦ କାରଣ । ଏହାସହ ଖରାପ ଜୀବନଶୈଳୀ, ବିଶେଷକରି ଖାଦ୍ୟପେୟରେ ପରିବର୍ତ୍ତନ, ଦୃଷ୍ଟି ଶକ୍ତି ଏବଂ ଅନ୍ୟାନ୍ୟ ଆଖି ସମ୍ବନ୍ଧୀୟ ସମସ୍ୟା ପାଇଁ ମଧ୍ୟ ଦାୟୀ । ବିଗତ କିଛି ବର୍ଷ ମଧ୍ୟରେ, ଜଙ୍କ ଫୁଡ୍, ପ୍ରକ୍ରିୟାକୃତ ଖାଦ୍ୟ, ଚିପ୍ସ ଏବଂ ଅନ୍ୟାନ୍ୟ ପ୍ରକାରର ଅସ୍ୱାସ୍ଥ୍ୟକର ଖାଦ୍ୟର ପରିମାଣ ଲୋକଙ୍କ ଖାଦ୍ୟରେ ବୃଦ୍ଧି ପାଇଛି ।

ବିଶେଷ କରି କମ୍ ବୟସର ପିଲାମାନେ ଏହି ଅଭ୍ୟାସରେ ଅଭ୍ୟସ୍ତ ହୋଇଗଲେଣି । ଫଳରେ ଆଖି ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଉଛି । ଡାକ୍ତରଙ୍କ କହିବା ଅନୁସାରେ, ଏହି ପ୍ରକାରର ଖାଦ୍ୟ ଶରୀର ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଏ ନାହିଁ, ବରଂ ଆଖିର ଦୁର୍ବଳ ହେବାର ଆଶଙ୍କା ବଢାାଇଥାଏ । ଏହା ବ୍ୟତୀତ ଗତ କିଛି ବର୍ଷ ମଧ୍ୟରେ ଟିଭି, ମୋବାଇଲ୍, ଲାପଟପ୍ ମଧ୍ୟ ଲୋକଙ୍କ ଚକ୍ଷୁ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଛି ।

ଏହା ମଧ୍ୟ ପଢନ୍ତୁ:- Prevention of Blindness Week: ସୁନ୍ଦର ପୃଥିବୀକୁ ଦେଖିବା ପାଇଁ ନିଅନ୍ତୁ ଆଖିର ଯତ୍ନ

ଆଜିର ଯୁଗରେ, ଛୋଟ ପିଲାମାନଙ୍କଠାରୁ ବୟସ୍କମାନଙ୍କ ପର୍ଯ୍ୟନ୍ତ, ମନୋରଞ୍ଜନ, ଅଧ୍ୟୟନ ଏବଂ କାର୍ଯ୍ୟ ପାଇଁ ସ୍ମାର୍ଟ ସ୍କ୍ରିନ୍ ଉପକରଣ ଗୁଡ଼ିକ ଆଗରେ ଅଧିକ ସମୟ ବିତାଉଛନ୍ତି । UV(ଅତିବାଇଗଣୀ ରଶ୍ମି) ଉତ୍ପନ୍ନ ହେଉଥିବା କାରଣରୁ, କେବଳ ଆଖିରେ ଶୁଷ୍କତା ନୁହେଁ ବରଂ ଅସ୍ପଷ୍ଟତା ସହିତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ବଢୁଛି ।

ଚିକିତ୍ସା

ଆମ ଆଖିକୁ ସୁସ୍ଥ ରଖିବା ପାଇଁ, ପୁଷ୍ଟିକର ଖାଦ୍ୟ ଖାଇବା ସହିତ ଅନ୍ୟ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ସେଥିମଧ୍ୟରୁ କେତେକ ନିମ୍ନରେ ବର୍ଣ୍ଣନା କରାଯାଇଛି ।

ପ୍ରତ୍ୟେକ ବୟସରେ ନିୟମିତ ଚକ୍ଷୁ ଯାଞ୍ଚ କରନ୍ତୁ । ଯାହାଫଳରେ ସମସ୍ୟାଟି ଠିକ୍ ସମୟରେ ଜଣା ପଡିପାରିବ ଏବଂ ଏହାର ଚିକିତ୍ସା କରାଯାଇପାରିବ ।

ସ୍ମାର୍ଟ ସ୍କ୍ରିନ୍ ବ୍ୟବହାରକୁ ହ୍ରାସ କରନ୍ତୁ । ସେହିପରି ଦୀର୍ଘ ଘଣ୍ଟା ଧରି ଟିଭି ଦେଖିବା କିମ୍ବା ମୋବାଇଲ୍ ଏବଂ କମ୍ପ୍ୟୁଟରରେ କାମ କରିବା ଠାରୁ ଦୂରେଇ ରୁହନ୍ତୁ । ଏହି ସବୁ ଉପକରଣରେ କାମ କରିବାର ଅବଧି ମଧ୍ୟ ହ୍ରାସ କରନ୍ତୁ ।

ଯଦି ଜଣେ ବ୍ୟକ୍ତିଙ୍କର ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଥାଏ, ତେବେ ସେମାନଙ୍କ ପାଇଁ ନିୟମିତ ଚକ୍ଷୁ ଯାଞ୍ଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ନିୟମିତ ଭାବେ ଆଖି ବ୍ୟାୟାମ କରନ୍ତୁ ।

ଆଖିର କୁଞ୍ଚନ, ଶୁଷ୍କତା କିମ୍ବା ଅସ୍ଥାୟୀ ଅସ୍ପଷ୍ଟତାକୁ ଅଣଦେଖା କରନ୍ତୁ ନାହିଁ, ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

ଖରା ଏବଂ ଧୂଳି ପରିବେଶରେ କାମ କରିବା ସମୟରେ ଆଖିରେ ଭଲ ଗୁଣର ଚଷମା ପିନ୍ଧନ୍ତୁ ।

ଦିନକୁ ଦୁଇଥର ହାଲକା ହାତରେ ସଫା ପାଣିରେ ଆଖିକୁ ଧୋଇ ଦିଅନ୍ତୁ ।

ସଂପୂର୍ଣ୍ଣ ନିଦରେ ଶୁଅନ୍ତୁ । କାମ ସମୟରେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଆଖିକୁ ବିଶ୍ରାମ ଦେବାକୁ ଚେଷ୍ଟା କରନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.