ETV Bharat / sukhibhava

ଆୟ ସ୍ତର ନିର୍ବିଶେଷରେ ସାରା ବିଶ୍ବରେ ହୃଦ୍‌ରୋଗ କାରଣ ପ୍ରାୟ ସମାନ - କାହିଁକି ହୁଏ ହୃଦରୋଗ

ଆୟ ସ୍ତର ନିର୍ବିଶେଷରେ ସମଗ୍ର ବିଶ୍ୱରେ ହୃଦ୍‌ରୋଗ(cardiovascular diseases)ର କାରଣ ପ୍ରାୟ ସମାନ, PURE(Prospective Urban Rural Epidemiological) ରିପୋର୍ଟ । ଅଧିକ ପଢନ୍ତୁ

ଆୟ ସ୍ତର ନିର୍ବିଶେଷରେ ସମଗ୍ର ବିଶ୍ୱରେ ହୃଦ୍‌ରୋଗ କାରଣ ପ୍ରାୟ ସମାନ: Report

author img

By

Published : Sep 12, 2022, 12:42 PM IST

ହାଇଦ୍ରାବାଦ: ଆୟ ସ୍ତର ନିର୍ବିଶେଷରେ ସମଗ୍ର ବିଶ୍ୱରେ ହୃଦ୍‌ରୋଗ(cardiovascular diseases)ର କାରଣ ପ୍ରାୟ ସମାନ । 1.55 ନିୟୁତରୁ ଅଧିକ ଲୋକଙ୍କୁ ନେଇ ଏକ ବିଶ୍ୱସ୍ତରୀୟ, ବହୁମୁଖୀ ଅଧ୍ୟୟନରୁ ଜଣାପଡିଛି ଯେ ଉଚ୍ଚ, ନିମ୍ନ ଏବଂ ମଧ୍ୟମ ଆୟ ଦେଶରେ ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହୃଦଘାତର କାରଣ ଗୁଡ଼ିକ ପ୍ରାୟ ସମାନ ଥିବା ପ୍ରୋସ୍ପେକ୍ଟିଭ ଅର୍ବାନ ରୁରାଲ ଏପିଡେମୋଲୋଜିକାଲ (Prospective Urban Rural Epidemiological, PURE) ଅନୁଧ୍ୟାନରୁ ଜଣାପଡିଛି ।

PURE ଅଧ୍ୟୟନରେ, 21ଟି ଉଚ୍ଚ ଆୟକାରୀ, ମଧ୍ୟମ ଆୟ ଏବଂ ସ୍ୱଳ୍ପ ଆୟକାରୀ ଦେଶର ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ଉପରେ ପ୍ରାୟ 10 ବର୍ଷ ଧରି ରିସର୍ଚ୍ଚ କରାଯାଇଥିଲା । ଅନୁସନ୍ଧାନକାରୀମାନେ ଅଂଶଗ୍ରହଣକାରୀଙ୍କ ମେଟାବୋଲିକ୍, ଆଚରଣଗତ ଏବଂ ସାଇକୋସୋସିଆଲ୍ ବିପଦ କାରଣ ଗୁଡ଼ିକ ଉପରେ ସୂଚନା ରେକର୍ଡ କରିଥିଲେ । ମୋଟ ଉପରେ, 1,55,724 (58.4% ମହିଳା 41.6% ପୁରୁଷ) ଅଂଶଗ୍ରହଣକାରୀଙ୍କ ଉରକେ 5 ଜାନୁୟାରୀ 2005ରୁ ସେପ୍ଟେମ୍ବର 13, 2021 ମଧ୍ୟରେ ଅନୁସନ୍ଧାନ କରାଯାଇଥିଲା ।

ଅନୁସନ୍ଧାନରୁ ଜଣାପଡିଥିଲା ଯେ, ବିଶେଷ କରି ଯୁବାବସ୍ଥାରେ 4,911 ପୁରୁଷଙ୍କ ତୁଳନାରେ ମହିଳାମାନେ ହୃଦରୋଗକୁ ମୁକାବିଲା କରିବାରେ ଉନ୍ନତ । ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡିଛି, ଲିପିଡ ମାର୍କର(କୋଲେଷ୍ଟ୍ରଲ) ଏବଂ ଉଦାସୀନତା କାରଣରୁ ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ହୃଦ୍‌ରୋଗର ଆଶଙ୍କା ଅଧିକ ରହି ଥିବାବେଳେ ଡାଏଟ୍ କାରଣରୁ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ଠାରେ ଅଧିକ ହୃଦରୋଗ ହେବାର ଆଶଙ୍କା ଅଧିକ ରହିଛି । ଉଲ୍ଲେଖଯୋଗ୍ୟ, ଏହି ଅନୁସନ୍ଧାନଗୁଡିକ ଉଚ୍ଚ ଆୟ ଏବଂ ମଧ୍ୟମ ଆୟ ଏବଂ ସ୍ୱଳ୍ପ ଆୟକାରୀ ଦେଶମାନଙ୍କରେ ସମାନ ଥିଲା ।

ଅଧ୍ୟୟନ ପାଇଁ ଭାରତର ସହଯୋଗୀମାନେ ଏଟର୍ଣ୍ଣାଲ ହାର୍ଟ କେୟାର ସେଣ୍ଟର ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ, ଜୟପୁର; ମାଡ୍ରାସ୍ ଡାଇବେଟିସ୍ ରିସର୍ଚ୍ଚ ଫାଉଣ୍ଡେସନ୍, ଚେନ୍ନାଇର ଡ. ମୋହନ ଡାଇବେଟିସ୍ ସ୍ପେସିଆଲିଟି ସେଣ୍ଟର; ଇଣ୍ଡିଆ SUT ଏକାଡେମୀ ଅଫ୍ ମେଡିକାଲ ସାଇନ୍ସ, ଭଟ୍ଟାପାରା, ଥିରୁଅନନ୍ତପୁରମ୍, କେରଳ; କମ୍ୟୁନିଟି ମେଡିସିନ୍ ଏବଂ ଜନସ୍ୱାସ୍ଥ୍ୟ ବିଭାଗ, ସ୍ନାତକୋତ୍ତର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ ଏବଂ ଅନୁସନ୍ଧାନ, ଚଣ୍ଡିଗଡ଼ ଏବଂ ଫିଜିଓଲୋଜି ବିଭାଗ, ସେଣ୍ଟ ଜନ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍, ବାଙ୍ଗାଲୋର ଯୋଗ ଦେଇଥିଲେ ।

ଅଧ୍ୟୟନର ଅନ୍ୟତମ ଲେଖକ ମାଡ୍ରାସ୍ ଡାଇବେଟିସ୍ ରିସର୍ଚ୍ଚ ଫାଉଣ୍ଡେସନର ଭି ମୋହନ କହିଛନ୍ତି ଯେ, "21 ଟି ଉଚ୍ଚ, ମଧ୍ୟମ ଏବଂ ସ୍ୱଳ୍ପ ଆୟକାରୀ ଦେଶରେ ହୃଦ୍‌ରୋଗକୁ ତୁଳନା କରିବାରେ ଏହା ପ୍ରଥମ ଅଧ୍ୟୟନ । ମହିଳା ଏବଂ ପୁରୁଷଙ୍କ ହୃଦ୍ ରୋଗ ବିପଦର କାରଣ ଗୁଡ଼ିକ ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ରହିଛି, ତେଣୁ ଅଧ୍ୟୟନରୁ ଏହା ସ୍ପଷ୍ଟ ଯେ, ଉଭୟ ମହିଳା ଏବଂ ପୁରୁଷଙ୍କଠାରେ ହୃଦ୍‌ରୋଗକୁ ରୋକିବା ପାଇଁ ରଣନୀତି ସମାନ ହେବା ଉଚିତ୍ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.