ETV Bharat / sukhibhava

ଗର୍ଭାବସ୍ଥାରେ ମାନସିକ ଚାପ ଶିଶୁ ଉପରେ ପକାଇପାରେ ନକରାତ୍ମକ ପ୍ରଭାବ

ଗର୍ଭବତୀ ମହିଳା, ଯେଉଁମାନେ ମସ୍ତିଷ୍କ ସମ୍ବନ୍ଧୀୟ ଅସ୍ଥିରତା ଦେଇ ଗତି କରିଥାନ୍ତି, ସେମାନଙ୍କ ଶିଶୁମାନଙ୍କର ଅଧିକ ଭୟ, ଦୁଃଖ ଏବଂ ଚାପ ଥିବା ଅଧ୍ୟୟନରୁ ସ୍ପଷ୍ଟ । ଅଧିକ ପଢନ୍ତୁ

ଗର୍ଭାବସ୍ଥାରେ ଚାପ ଶିଶୁମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ

author img

By

Published : Sep 9, 2022, 12:49 PM IST

Updated : Sep 9, 2022, 1:01 PM IST

ୱାଶିଂଟନ୍: ଗର୍ଭବତୀ ମହିଳା, ଯେଉଁମାନେ ମସ୍ତିଷ୍କ ସମ୍ବନ୍ଧୀୟ ଅସ୍ଥିରତା ଦେଇ ଗତି କରିଥାନ୍ତି, ସେମାନଙ୍କ ଶିଶୁମାନଙ୍କର ଅଧିକ ଭୟ, ଦୁଃଖ ଏବଂ ଚାପ ଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । Infancy ପତ୍ରିକାରେ ଗର୍ଭବତୀ ମହିଳାଙ୍କୁ ନେଇ ହୋଇଥିବା ଅନୁସନ୍ଧାନ ବାବଦରେ ଏପରି ତଥ୍ୟ ପ୍ରକାଶ ପାଇଛି । ପୂର୍ବ ଅନୁସନ୍ଧାନରୁ ଜଣାପଡିଛି ଯେ, ଗର୍ଭାବସ୍ଥାରେ ମାଆମାନଙ୍କର ଦୁଃଖ, ଶିଶୁ ସ୍ୱଭାବ ଏବଂ ଆଚରଣ ସହିତ ଜଡିତ, କିନ୍ତୁ ଅନେକ ସମୟରେ ମାଆଙ୍କ ଚାପର କାରଣ ଜାଣିବା ପାଇଁ ଏହା ହେଉଛି ପ୍ରଥମ ଅଧ୍ୟୟନ ମଧ୍ୟରୁ ଗୋଟିଏ, ଯାହା ଶିଶୁଙ୍କ ବିକାଶ ପାଇଁ ଗର୍ଭାବସ୍ଥାରେ ମାଆଙ୍କ ଚାପର ପ୍ରଭାବ କି ନୁହେଁ ତାହା ଉପରେ ଗୁରୁତ୍ବାରୋପ ଦେବ ।

ଅନୁସନ୍ଧାନ ଦର୍ଶାଏ ଯେ, ଚାପ ସ୍ଥିର, ଏକ ଅପରିବର୍ତ୍ତନଶୀଳ ସମସ୍ୟା, ଯାହା କେବେ ଅଧିକ କେବେ କମ୍, କେବେ ସ୍ଥାୟୀ କେବେ ଅସ୍ଥାୟୀ । କିନ୍ତୁ ଆମ ଚାରିପାଖରେ କ’ଣ ଘଟୁଛି ତାହା ଉପରେ ନିର୍ଭର କରି ଆମମାନଙ୍କ ମଧ୍ୟରୁ ଅନେକଙ୍କର ଚାପ କମିଥାଏ କିମ୍ବା ବୃଦ୍ଧି ପାଇଥାଏ ବୋଲି ଅଧ୍ୟୟନ ଲେଖକ ଲିଗା ମାକନିଲ(Leigha MacNeill), ଉତ୍ତର-ପଶ୍ଚିମ ବିଶ୍ୱବିଦ୍ୟାଳୟ ଫେନବର୍ଗ ସ୍କୁଲ ଅଫ ମେଡିସିନ୍‌ର ଡାକ୍ତରୀ ସାମାଜିକ ବିଜ୍ଞାନର ଅନୁସନ୍ଧାନ ସହକାରୀ ପ୍ରଫେସର ତଥା ଉତ୍ତର-ପଶ୍ଚିମ ଇନଷ୍ଟିଚ୍ୟୁଟ୍ ଫର୍ ଇନୋଭେସନ୍ସ ଅଫ୍ ଡେଭଲପମେଣ୍ଟାଲ୍ ସାଇନ୍ସ (DevSci) ର ସଦସ୍ୟ କହିଛନ୍ତି । MacNeill କହିଛନ୍ତି ଯେ, "ଯେହେତୁ ଅଧିକାଂଶ ପିତାମାତାମାନେ ଏକ ଆଲୋଚନା ମାଧ୍ୟମରେ ଗର୍ଭଧାରଣ କରନ୍ତି, ତେଣୁ ଚାପ ହ୍ରାସ ଉପରେ ପଦକ୍ଷେପ ନିଆଯାଇପାରିବ...

ମହାମାରୀର ସମୟକୁ ଅନୁସନ୍ଧାନରେ ନିଯାଇନଥିଲା: ମହାମାରୀ ସମୟରେ ପ୍ରସବକାଳୀନ ଚାପ ଉପରେ ବୈଜ୍ଞାନିକମାନେ ଅଧ୍ୟୟନ କରିବାକୁ ସ୍ଥିର କରିନଥିଲେ । ସେମାନେ ଏହି "ପ୍ରାକୃତିକ ପରୀକ୍ଷଣ"ର ସମ୍ମୁଖୀନ ହୋଇଥିଲେ କାରଣ ମହାମାରୀ ଆରମ୍ଭ ହେବା ପୂର୍ବରୁ କିଛି ଅଂଶଗ୍ରହଣକାରୀ ସେମାନଙ୍କର ଆସେସ୍‌ମେଣ୍ଟ ଶେଷ କରିଥିଲେ, ଅନ୍ୟକିଛି ମହାମାରୀ ପୂର୍ବରୁ ଏବଂ ପେଣ୍ଡାମିକ ସମୟରେ ସମ୍ପୂର୍ଣ୍ଣ ଆସେସମେଣ୍ଟ ଶେଷ କରିଥିବା ମ୍ୟାକନିଲ କହିଛନ୍ତି ।

ମ୍ୟାକନିଲ କହିଛନ୍ତି ଯେ, "ଆମେ ସାଧାରଣ ଚାପ ବିଷୟରେ ପଚାରିଥିଲୁ- ମହାମାରୀ ସମ୍ବନ୍ଧୀୟ ଚାପ ନୁହେଁ ।, କିନ୍ତୁ ଆମେ ଅଧ୍ୟୟନ ସମୟରେ ମହାମାରୀରର ସୁଯୋଗ ନେଇଥିଲୁ, ମାଆମାନଙ୍କ ଅଭିଜ୍ଞତା ଉପରେ ଏହାର ପ୍ରଭାବ ଅଛି କି ନାହିଁ ସେ ବାବଦରେ ଜାଣିବା ପାଇଁ । ଆମେ ଜାଣିଲୁ ଯେ, ମାଆମାନଙ୍କର ଚାପ ମହାମାରୀର ସମୟ ସହିତ ଜଡିତ ନୁହେଁ । ମହାମାରୀ ପୂର୍ବରୁ କିମ୍ବା ସମୟରେ ସେମାନଙ୍କ ଚାପ ମାପିବା ସତ୍ତ୍ୱେ ମାଆମାନେ ସମାନ ସ୍ତରର ଚାପ ବିଷୟରେ ଜଣାଇଥିଲେ ।"

କିପରି ପ୍ରସବ କାଳୀନ ଚାପ, ଶିଶୁ ସ୍ୱଭାବକୁ ମାପିଲେ: ଅଧ୍ୟୟନ ଲେଖକମାନେ ଅଂଶଗ୍ରହଣକାରୀଙ୍କ ଫୋନକୁ ପଠାଯାଇଥିବା ପ୍ରଶ୍ନ ବ୍ୟବହାର କରି ୧୪ ସପ୍ତାହ ପାଇଁ ଗର୍ଭବତୀ ବ୍ୟକ୍ତିଙ୍କ ଚାପକୁ ପ୍ରତିଦିନ ଚାରିଥର ଆକଳନ କରିଥିଲେ । ସେମାନେ ତିନି ପ୍ରକାରର ଚାପ ଚିହ୍ନଟ କଲେ, ପ୍ରଥମ ମୂଲ୍ୟାଙ୍କନ (ବେସ୍ ଲାଇନ୍)ରେ ଚାପ, ୧୪ ସପ୍ତାହ ମଧ୍ୟରେ ହାରାହାରି କିମ୍ବା ସାଧାରଣ ଚାପ ଏବଂ ୧୪ ସପ୍ତାହ ଅବଧି ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଚାପ ଗୋଟିଏ ସମୟରୁ ଅନ୍ୟ ସମୟକୁ ପରିବର୍ତ୍ତନ ଘଟିବା ।

ଶିଶୁ ବିକାଶ ସହିତ ଗର୍ଭାବସ୍ଥାରେ ଚାପର ପରିବର୍ତ୍ତନକୁ ଅଧ୍ୟୟନ କରିବା ଏକ ଅପେକ୍ଷାକୃତ ନୂତନ ଧାରଣା, ଅଧ୍ୟୟନ ଲେଖକମାନେ କହିଛନ୍ତି ଯେ, "ଚାପ ଏବଂ ଗର୍ଭଧାରଣ ପରିବେଶ ବିକାଶଶୀଳ ଗର୍ଭସ୍ଥ ଶିଶୁ ଉପରେ କିପରି ପ୍ରଭାବ ପକାଇଥାଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏଥିପାଇଁ ଅଧିକ ଆଧ୍ୟୟନ ଆବଶ୍ୟକ ।"

ଫେନବର୍ଗର ଶିଶୁରୋଗ ବିଭାଗର ଅଧ୍ୟକ୍ଷ ତଥା ଚିକାଗୋର Ann And Robert ଏଚ୍ ଲୁରି ଶିଶୁ ହସପିଟାଲର ଡାକ୍ତର ମାଥ୍ୟୁ ଡେଭିସ୍ କହିଛନ୍ତି ଯେ, "ଏହି ଅଧ୍ୟୟନରୁ ଜଣାପଡିଛି ଯେ ପିତାମାତା ଏବଂ ଶିଶୁଙ୍କ ମଧ୍ୟରେ ସମ୍ପର୍କ ଜିନ୍ ତଥା ଅଭିଜ୍ଞତା ଉପରେ ଆଧାରିତ, ଏପରିକି ଜନ୍ମ ପୂର୍ବରୁ ମଧ୍ୟ । କମ୍ ଦୁଃଖୀ ସନ୍ତାନ ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପନ୍ଥା ହେଉଛି ପିତାମାତାଙ୍କୁ ସମର୍ଥନ କରିବା ଏବଂ ଗର୍ଭାବସ୍ଥାରେ ସେମାନଙ୍କ ଚାପକୁ କମ୍ କରିବା । ଏହା କ୍ଲିନିକାଲ୍ କେୟାର୍, ସାମାଜିକ ସମର୍ଥନ ଏବଂ ସମ୍ପର୍କୀୟଙ୍କ ଦ୍ବାରା ସମ୍ପନ୍ନ ହୋଇପାରିବ ।"

Last Updated : Sep 9, 2022, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.