ETV Bharat / sukhibhava

ଶୀତଦିନେ ମଧୁମେହ ନିୟନ୍ତ୍ରଣ - People diabetes face during winter season

ଶୀତଦିନେ ମଧୁମେହରେ ପୀଡିତ ଲୋକେ ଅସଲ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । ଥଣ୍ଡା ପାଗ ସହ କମ୍ ଶାରୀରିକ କାର୍ଯ୍ୟକଳାପ ଶରୀର ଉପରେ ଚାପ ପକାଇଥାଏ । ଫଳରେ ଫାଇଟ୍ ଅର୍ ଫ୍ଲାଇଟ୍ ବା ଲଢ ବା ଗଡ ମୋଡ୍‌କୁ ଚାଲିଯାଏ ଆମ ଶରୀର । ଅଧିକ ପଢନ୍ତୁ...

ଶୀତଦିନେ ମଧୁମେହ ନିୟନ୍ତ୍ରଣ
ଶୀତଦିନେ ମଧୁମେହ ନିୟନ୍ତ୍ରଣ
author img

By

Published : Jan 8, 2021, 10:57 PM IST

ଶୀତଦିନେ ମଧୁମେହରେ ପୀଡିତ ଲୋକେ ଅସଲ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । ଥଣ୍ଡା ପାଗ ସହ କମ୍ ଶାରୀରିକ କାର୍ଯ୍ୟକଳାପ ଶରୀର ଉପରେ ଚାପ ପକାଇଥାଏ । ଫଳରେ ଫାଇଟ୍ ଅର୍ ଫ୍ଲାଇଟ୍ ବା ଲଢ ବା ଗଡ ମୋଡ୍‌କୁ ଚାଲିଯାଏ ଆମ ଶରୀର । ଏହା ଦ୍ୱାରା ପ୍ରାକୃତିକ ସର୍ଭାଇଭାଲ ହରମୋନ୍ସ ଯେପରିକି ଆଡ୍ରେନାଲିମ ଓ କୋରିଷ୍ଟଲ ନିର୍ଗମନ ହୋଇଥାଏ । ପରିଣାମ ସ୍ୱରୂପ ଯକୃତରୁ ଅଧିକ ପରିମାଣର ଗ୍ଲୁକୋଜ ରିଲିଜ ହୋଇ ବ୍ଲଡ ସୁଗାର ସ୍ତର ବୃଦ୍ଧି କରିଥାଏ ।

ଜିନ୍ଦଲ ନେଚର କ୍ୟୁର ଇନଷ୍ଟିଚ୍ୟୁଟର ଡେପୁଟି ଚିଫ୍ ମେଡିକାଲ ଅଫିସର ଡକ୍ଟର ଏଚ.ପି ଭାରତୀ କହନ୍ତି ଯେ, ବର୍ତମାନ ଭାରତରେ ୫୦ ମିଲିଅନରୁ ଅଧିକ ମଧୁମେହ ରୋଗୀ ଅଛନ୍ତି । ୨୦୨୫ ସୁଦ୍ଧା ଏହି ସଂଖ୍ୟା ୬ କୋଟିରୁ ଅଧିକ ହେବା ସମ୍ଭାବନା ରହିଛି । ତେଣୁ ଦେଶ ପାଇଁ ଏହା ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ତେବେ ନେଚରପାଥିକ ଆଭିମୁଖ୍ୟ ସହ ନିର୍ଦ୍ଦିଷ୍ଟ ବ୍ୟବହାରଗତ ପରିବର୍ତନ ଦ୍ୱାରା ଶୀତଦିନେ ମଧୁମେହର ପ୍ରଭାବଶାଳୀ ପରିଚାଳନା ହୋଇପାରିବ ବୋଲି ସେ କହନ୍ତି । ଡକ୍ଟର ଭାରତୀ ୧୦ଟି ନେଚରପାଥି ଓ ଯୋଗ ଟିପ୍ସ ସଂପର୍କରେ ସୂଚନା ଦେଇଛନ୍ତି, ଯାହା କି ଶୀତଦିନେ ମଧୁମେହ ରୋଗୀଙ୍କ କାମରେ ଲାଗିପାରିବ । ଆହାର ଯେଉଁ ଋତୁ ହେଉନା କାହିଁକି, ଏକ ସନ୍ତୁଳିତ ଆହାର ମଧୁମେହକୁ ନିୟନ୍ତ୍ରଣରେ ରଖିପାରିବ । ପ୍ରଚୁର ପନିପରିବା, ଫଳ, ହୋଲ୍ ଗ୍ରେନସ, ଡାଲି, ବିନ୍ସ ଏବଂ ଓଟମିଲ୍ସ । ମିଠା ଓ ଫ୍ୟାଟି ଫୁଡ୍‌ଠାରୁ ଦୂରେଇ ରହିବା ଉଚିତ । ଡ୍ରାଏ ଫ୍ରୁଟ୍ ଖାଇବାରେ ବି ମଧୁମେହ ରୋଗୀମାନେ ସଂଯମ ରଖିବା ଦରକାର । କାରଣ ଡ୍ରାଏ ଫ୍ରୁଟ୍ ସୁଗାର ଲେବଲ ବଢାଏ ।

ପର୍ଯ୍ୟାପ୍ତ ଜଳଯୋଜନ

ଶରୀରକୁ ସବୁ ସମୟରେ ହାଇଡ୍ରେଟେଡ୍ ରଖିବା ଅତ୍ୟାବଶ୍ୟକ ହୋଇଥାଏ । ପରିସ୍ରା ଜରିଆରେ ଅଧିକ ଗ୍ଲୁକୋଜ ରିଲିଜ୍ ଯେପରି ହେବ, ସେଥିପାଇଁ ଶରୀରକୁ ଜଳମୟ କରିବା ଜରୁରୀ । ପାଣି ହିଁ ପ୍ରାଥମିକ ପାନୀୟ ହେବା ଦରକାର । କାରଣ ଅନ୍ୟ ପାନୀୟରେ ସୁଗାର ଥାଏ ।

ଶୀତଦିନେ ମଧୁମେହ ନିୟନ୍ତ୍ରଣ
ଶୀତଦିନେ ମଧୁମେହ ନିୟନ୍ତ୍ରଣ

ଯୋଗ

ପ୍ରାଚୀନକାଳରୁ ରହିଆସିଥିବା ଯୋଗ ଅଭ୍ୟାସ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । ମଧୁୁମେହ ରୋଗୀ ବି ଯୋଗ ଦ୍ୱାରା ଉପକୃତ ହୋଇପାରିବେ । ଯୋଗ ମଧୁମେହକୁୁ ନିୟନ୍ତ୍ରଣରେ ରଖେ । କିଛି ନିର୍ଦ୍ଦିଷ୍ଟ ପ୍ରକାର ଯୋଗାସନ ଦ୍ୱାରା ଇନସୁଲିନ କ୍ଷରଣ ହୋଇଥାଏ । ଫଳରେ ବ୍ଲଡ ଗ୍ଲୁକୋଜ ସ୍ତର ନିୟନ୍ତ୍ରଣରେ ରହେ ।

ଶୀତଦିନେ ମଧୁମେହ ନିୟନ୍ତ୍ରଣ
ଶୀତଦିନେ ମଧୁମେହ ନିୟନ୍ତ୍ରଣ

ବିକଳ୍ପ ଚିକିତ୍ସା

ଆକ୍ୱାପଙ୍କଚର, ଫିଜିଓଥେରାପି, ହାଇଡ୍ରୋଥେରାପି ଆଦି ଶରୀରର ସନ୍ତୁଳନକୁ ବିଭିନ୍ନ ଭାବେ ରକ୍ଷା କରିବାରେ ସହାୟକ ହୁଏ । ଆକ୍ୱାପଙ୍କଚର ପଦ୍ଧତିରେ ଓଜନ ହ୍ରାସ ହେବା ସହ ବ୍ଲଡ୍ ସୁଗାର ସ୍ତର ନିୟନ୍ତ୍ରଣ କରେ । ଇନସୁଲିନ ରେସିଟାନ୍ସ ହ୍ରାସ ହୁଏ । ଫିଜିଅଥେରାପି ଓ ହାଇଡ୍ରୋଥେରାପି ନ୍ୟୁରୋଲୋଜିକାଲ କ୍ରିୟାକୁ ଦୃୃଢ କରିଥାଏ , ଯାହା ଫଳରେ ଓଜନ ହ୍ରାସ ହେବା ସହ ରକ୍ତ ଚାପ ହ୍ରାସ କରେ ।

ଶୀତଦିନେ ମଧୁମେହ ନିୟନ୍ତ୍ରଣ
ଶୀତଦିନେ ମଧୁମେହ ନିୟନ୍ତ୍ରଣ

ଭଲ ନିଦ

ମଧୁମେହରେ ପୀଡିତ ଲୋକେ ଦିନକୁ ଅନ୍ତତଃ ୬ରୁ ୭ ଘଂଟା ଶୋଇବା ଦରକାର । ସୁନିଦ୍ରା ହେଲେ ଶରୀରର ଅବସାଦ ଦୂରହୁଏ । ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ଶୀତଦିନେ ମଧୁମେହ ନିୟନ୍ତ୍ରଣ
ଶୀତଦିନେ ମଧୁମେହ ନିୟନ୍ତ୍ରଣ

ମାନସିକ ସ୍ୱାସ୍ଥ୍ୟ

ମଧୁମେହ ପ୍ରଭାବିତ ଲୋକେ ଅନେକ ଚାପରେ ଥାଆନ୍ତି । ମଧୁମେହ ରୋଗୀ ଅଯଥା ଛାନିଆ ହେବା ସହ ମୁଡ୍ ଚେଂଜ୍‌, ସଂଶୟ ଓ ଅବସାଦର ସମ୍ମୁଖୀନ ହୋଇଥାଆନ୍ତି । ଶୀତଦିନେ ସିଜନାସ୍ ଆଫେକଟିଭ ଡିଜଅର୍ଡର ( ଏସଏଡି) ଘଟିପାରେ ବୋଲି ଆମେରିକାନ ଡାଇବେଟିସ ଆସୋସିଏସନ କହିଛି । ତେବେ, ଏହାର ଚିକିତ୍ସା ହୋଇପାରିବ । ନିଜ ମନ ପସନ୍ଦର କାମ କରିବା, ଆତ୍ମୀୟଙ୍କ ସହ ସମୟ କାଟିବା ଓ ପେଷାଦାର ବିଶେଷଜ୍ଞଙ୍କ ସହାୟତା ଲୋଡିଲେ ଏସଏଡି ଦୂର ହୋଇପାରିବ ।

ଶୀତଦିନେ ମଧୁମେହ ନିୟନ୍ତ୍ରଣ
ଶୀତଦିନେ ମଧୁମେହ ନିୟନ୍ତ୍ରଣ

ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା

ବ୍ୟକ୍ତିଗତ ସ୍ୱଚ୍ଛତା ବଜାୟ ରଖିବା ପାଇଁ ମଧୁମେହରେ ପୀଡିତ ଲୋକେ ସାବୁନ ପାଣିରେ ବାରମ୍ବାର ହାତ ଭଲଭାବେ ଧୋଇବା ଦରକାର । ଓଜନ ହ୍ରାସ ମେଦବହୁଳତା ଦ୍ୱାରା ଟାଇପ୍ ଟୁ ଡାଇବେଟିସ ହେବା ଆଶଙ୍କା ୮୦ରୁ ୮୫ ପ୍ରତିଶତ ଥାଏ । ମେଦବହୁଳ ଲୋକଙ୍କର ଅଗ୍ନାଶୟ ପର୍ଯ୍ୟାପ୍ତ ଇନସୁଲିନ ସୃଷ୍ଟି କରିପାରେ ନାହିଁ । ତେଣୁ ସୁସ୍ଥ ଓ ଫିଟ୍ ରହିବା ପାଇଁ ଓଜନ ହ୍ରାସ ଏକମାତ୍ର ବିକଳ୍ପ । ଏଥିପାଇଁ ନିୟମିତ ବ୍ୟାୟାମ, ଦ୍ରୁତଗତିରେ ଚାଲିବାକୁ ପଡିବ ।

ଶୀତଦିନେ ମଧୁମେହ ନିୟନ୍ତ୍ରଣ
ଶୀତଦିନେ ମଧୁମେହ ନିୟନ୍ତ୍ରଣ

ପ୍ରତିରୋଧକ ହ୍ରାସ କରୁଥିବା ଖାଦ୍ୟ ଖାଆନ୍ତୁ ନାହିଁ

ହାଇଫ୍ୟାଟ୍ ଯୁକ୍ତ ଖାଦ୍ୟ, ମଦ, କାଫିନ ଓ ହ୍ୱାଇଟ ସୁଗାରରୁ ମଧୁମେହ ରୋଗୀମାନେ ଯେତେ ଦୂରରେ ରହିବେ,ସେତେ ଭଲ । କାରଣ ଏ ସବୁ ପ୍ରତିରୋଧକ ବ୍ୟବସ୍ଥା ପାଇଁ କ୍ଷତିକାରକ । ଅଧିକ ପରିମାଣରେ ଚର୍ବିଯୁକ୍ତ ଖାଦ୍ୟ ଖାଇଲେ ଏହା ଲିମ୍ଫାଟିକ ସିଷ୍ଟମକୁ ବ୍ଲକ୍ କରିଦିଏ । ଏପରି ହେଲେ ଶରୀର ସଂକ୍ରମଣ ବିରୋଧରେ ଲଢିବାର ଶକ୍ତି ହରାଇ ବସେ । ବାହାରେ କିଛି ସମୟ ବୁଲାବୁଲି କରନ୍ତୁ । ପ୍ରକୃତିର ମଜା ନିଅନ୍ତୁ । ଏହାଦ୍ୱାରା ଆପଣଙ୍କ ମିଜାଜ୍ ଭଲ ରହିବ । ଏଥିସହ ଶରୀରରେ ଭିଟାମିନ ଡି ମାତ୍ରା ବୃଦ୍ଧି ହୋଇଥାଏ । ପାଥୋଜେନ ଚିହ୍ନଟ ପାଇଁ ଶରୀରର ସାମର୍ଥ୍ୟ ବୃଦ୍ଧି କରିଥାଏ ଭିଟାମିନ ଡି ।

ଶୀତଦିନେ ମଧୁମେହ ନିୟନ୍ତ୍ରଣ
ଶୀତଦିନେ ମଧୁମେହ ନିୟନ୍ତ୍ରଣ

ମଧୁମେହ ରୋଗୀଙ୍କ ଯତ୍ନ ବେଶ ଜଟିଳ । କେବଳ ଗ୍ଲୁକୋଜ ନିୟନ୍ତ୍ରଣ କଲେ କାମ ସରିଯିବ ନାହିଁ । ଶାରୀରିକ କାର୍ଯ୍ୟକଳାପ, ହେଲଥି ଇଟିଂ ଓ ଶରୀରର ଓଜନ ଠିକ୍ ରହିଲେ ହିଁ ମଧୁମେହ କିଛି ମାତ୍ରାରେ ନିୟନ୍ତ୍ରଣ କରିହେବ । ଶୀତଦିନେ ମଧୁମେହ ରୋଗୀଙ୍କୁ ବେଶ୍ ସତର୍କ ରହିବାକୁ ପଡିବ । ଶୀତିଦିନେ ମଧୁମେହ ନିୟନ୍ତ୍ରଣ ପାଇଁ ଏଥିପାଇଁ ନେଚରପାଥିର ବି ମୁଖ୍ୟ ଭୂମିକା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.